Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ରାହୁକାଳରେ ୨୦୧୯ର ଲୋକସଭା ନିର୍ବାଚନ ତାରିଖ ଘୋଷଣା, ଜାଣନ୍ତୁ କ’ଣ ପଡିବ ପ୍ରଭାବ

11/03/2019 at 8:50 AM

ନୂଆଦିଲ୍ଲୀ ୧୧|୩ : ଚଳିତ ୨୦୧୯ର ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି । ତେବେ ନିର୍ବାଚନ ତାରିଖ ରାହୁକାଳରେ ଘୋଷଣା ହେବା ପଛରେ ବିଭିନ୍ନ ଜ୍ୟୋତିଷମାନଙ୍କର ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି ।

ଲକ୍ଷ୍ନୌର ଜଣେ ଜ୍ୟୋତିଷଙ୍କ ମତରେ ରାହୁକାଳ ସମୟରେ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି ତେଣୁ ଏହାର ପ୍ରଭାବ ନିଶ୍ଚୟ ପଡିବ । ସେ କହିଛନ୍ତି ଯେ, ରାହୁକାଳରେ ତାରିଖ ଘୋଷଣାର ଅର୍ଥ ଯୁଦ୍ଧ ଭଳି ସ୍ଥିତି ଦେଖାଦେଇପାରେ  ।  ଏହି ପରିପ୍ରେକ୍ଷୀରେ ଗୋରଖପୁରର ଅନ୍ୟ ଜଣେ ଜ୍ୟୋତିଷ କହିଛନ୍ତି ଯେ, ରାହୁକାଳରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବା ଫଳରେ ଏହାର କୌଣସି ପ୍ରଭାବ ପଡିବନାହିଁ । ସେ କହିଛନ୍ତି ଯେ, ନିର୍ବାଚନ ବେଳେ ଏହାର ନକରାତ୍ମକ କିମ୍ବା ସକରାତ୍ମକ ପ୍ରଭାବ ପଡିବାର ନାହିଁ । ସେ ଆହୁରି ମଧ୍ୟ ଦୃଢତାର ସହ କହିଛନ୍ତି ଯେ, ରାହୁକାଳରେ ନିର୍ବାଚନ ତାରିଖ ଘୋଷଣା ହେବା ପଛରେ କିଛି ତଥାକଥିତ ଜ୍ୟୋତିଷମାନଙ୍କର ଷଡଯନ୍ତ୍ର ରହିଛି । ଯେଉଁମାନେ କି ମନଗଢା କାହାଣୀ କହି ବାଃ ବାଃ ନେବାକୁ ପ୍ରୟାସ କରିଥାନ୍ତି ।

ସନ୍ଧ୍ୟା ୫ଟା ବେଳେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଦକ୍ଷିଣ ଭାରତର ନେତାମାନଙ୍କର ଚିନ୍ତା ବଢିଯାଇଛି । ସେମାନଙ୍କର ଚିନ୍ତାର କାରଣ ନିର୍ବାଚନ ନୁହେଁ ବରଂ ଜ୍ୟୋତିଷ ମାନଙ୍କର ଭବିଷ୍ୟବାଣୀ । ପ୍ରକୃତରେ ଗତକାଲି ଦିନ ୪ଟା ୩୦ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରାହୁକାଳ ଥିଲା । ନେତାମାନଙ୍କ ମତରେ ଏହି ସମୟରେ କିଛି ବି ଶୁଭ କାମ ହୁଏନାହିଁ । ତେଣୁ ଦକ୍ଷିଣ ଭାରତର ଜଣେ ଗଭର୍ଣ୍ଣରଙ୍କ ସହ ଅନେକ ନେତା ଚାହୁଁଥିଲେ ଯେ, ନିର୍ବାଚନ ତାରିଖ ଘୋଷଣାର ସମୟ ବଦଳାଯାଉ ବୋଲି । ମାତ୍ର ସେହି ସମୟରେ ହିଁ ନିର୍ବାଚନ ତାରିଖ ଘୋଷଣା ହୋଇସାରିଛି । ତେବେ ଏହାର କୌଣସି ନକରାତ୍ମକ କିମ୍ବା ସକରାତ୍ମକ ପ୍ରଭାବ ପଡୁଛି କି ନାହିଁ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।

   Related Posts