ଜ୍ୟୋତିଷଙ୍କ ଗଣନା ଅନୁସାରେ ଜୁଲାଇ ୧୬ ପରେ ଆସିବ କରୋନା ଔଷଧ, କ’ଣ କହୁଛି ଭାରତର କୁଣ୍ଡଳୀ

Published By : Prameya-News7 Bureau | April 20, 2020 IST

ନୂଆଦିଲ୍ଲୀ ୨୦।୪: ହିନ୍ଦୁ ନବବର୍ଷ ତଥା ବିକ୍ରମ ନବସଓ୍ବନ୍ତ ୨୦୭୭ର ଆରମ୍ଭ ମାର୍ଚ୍ଚ ୨୪ ତାରିଖରେ ହୋଇଥିଲା । ହିନ୍ଦୁ ନବ ବର୍ଷର ଆରମ୍ଭ ସେତେବେଳେ ହୋଇଥିଲା ଯେତେବେଳେ ଦେଶରେ ଆଶିଂକ ଲକ୍ ଡାଉନ୍ ପରିସ୍ଥିତି ଥିଲା । ବିକ୍ରମ ନବସଓ୍ବନ୍ତ ର ୭ମ ଘରେ ଦୁଇ କ୍ରୁର ଗ୍ରହ ମଙ୍ଗଳ ଏବଂ ଶନିଙ୍କ ସ୍ଥିତି ୭ମ ଘରେ ହେବା କାରଣରୁ ଅର୍ଥବ୍ୟବସ୍ଥା, ବାଣିଜ୍ୟ ଓ ବ୍ୟବସାୟ, ସାମାଜିକ ଭ୍ରାତୃଭାବରେ ଅଶାନ୍ତି ଦର୍ଶାଇଥାଏ ।

ଦେଶର ଜଣେ ପ୍ରମୁଖ ଜ୍ୟୋର୍ତିବିଦ୍ ଙ୍କ ଅନୁସାରେ ବିକ୍ରମ ନବସଓ୍ବନ୍ତ ର ରାଜା ବୁଧ ତଥା ଚନ୍ଦ୍ର ମନ୍ତ୍ରୀ । ନବସଓ୍ବନ୍ତ କୁଣ୍ଡଳୀରେ ୭ମ ଏବଂ ୮ମ ଘରର ସ୍ବାମୀ ଶନି ଅଟନ୍ତି । ଯାହାଙ୍କର ଦୃଷ୍ଟି ଚନ୍ଦ୍ର ଉପରେ ରହିବା କାରଣରୁ ସ୍ବାସ୍ଥ୍ୟ ସମ୍ବନ୍ଧିତ ସଙ୍କଟ ଉପୁଜିବାର ସଙ୍କେତ ଦେଇଥାଏ । ସେ କହିଛନ୍ତି ଯେ, ମଙ୍ଗଳ ମେ ୮ରେ ଗୋଚରରେ ରାଶି ପରିବର୍ତ୍ତନ କରିବେ । ଯାହାଦ୍ବାରା କରୋନା ଭାଇରସ୍ ସଙ୍କଟରେ କିଛିଟା ଆଶ୍ବସ୍ତିର ସଙ୍କେତ ମିଳୁଛି ।

ଗୋଚରରେ ରାହୁ ଆଦ୍ରା ନକ୍ଷତ୍ରରେ ୧୮ ବର୍ଷ ପରେ ସଞ୍ଚାର କରୁଛି । ଏହି କାରଣରୁ ସମଗ୍ର ବିଶ୍ବରେ ଲୋକମାନଙ୍କ ଆଖିରେ ଲୁହ କୌଣସି ନା କୌଣସି କାରଣରୁ ଦେଖାଯାଉଛି । ଯଦି ପୂର୍ବ କଥା ଦେଖିବା ତେବେ ରାହୁଙ୍କର ଆଦ୍ରା ନକ୍ଷତ୍ର ସମୟରେ ଆମେରିକାରେ ୯/୧୧ ଘଟଣା, ଗୁଜୁରାଟ ଭୂକମ୍ପ ଇତ୍ୟାଦି ସଙ୍କଟ ଦେଖାଦେଇଥିଲା । ବର୍ତ୍ତମାନ ସମୟରେ ଆଦ୍ରା ନକ୍ଷତ୍ରୁ ମେ ୨୨ରେ ରାହୁ ବିଦାୟ ନେବେ । ଯାହା ଫଳରେ ବିଶ୍ବରେ ଆଶ୍ବସ୍ତିକର ପରିସ୍ଥିତି ଦେଖାଦେବ ।

ସେ ଆହୁରି କହିଛନ୍ତି ଯେ, ଜୁନ୍-ଜୁଲାଇରେ ୩ଟି ଗ୍ରହଣ ସମ୍ଭାବନା ରହିଛି । ଯେଉଁଥିରୁ ଦୁଇଟି ଗ୍ରହଣ ଭାରତରେ ଦେଖାଯିବ ଯାହା ଭାରତର କୁଣ୍ଡଳୀରେ ୨ୟ ଏବଂ ୮ମ ଘରକୁ ନିଜ ଅକ୍ତିଆରରେ ନେବ ଯାହା ଫଳରେ କିଛି ଅପ୍ରତ୍ୟାଶିତ ସମସ୍ୟା ଉପୁଜିପାରେ ।

ମେ ୨୧ରେ ସୂର୍ଯ୍ୟଗ୍ରହଣ ଭାରତର ସ୍ଥାପନା କୁଣ୍ଡଳୀରେ ମଙ୍ଗଳ ଉପରେ ୨ୟ ଘରେ ଲାଗିବ । ଯାହା ଫଳରେ କିଛି ସଙ୍କଟ ଯେପରି ଭାଇରସ୍ ଦ୍ବାରା ପୁଣି ମୃତ୍ୟୁ ଘଟିବ, ବିଦେଶୀ ଶତ୍ରୁମାନଙ୍କ ଦ୍ବାରା ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ହସ୍ତକ୍ଷେପ କରିବା, ସମସ୍ୟା ସୃଷ୍ଟି କରିବା, ଧାର୍ମିକ ମତାନ୍ତର ସମ୍ବନ୍ଧିତ ଘଟଣାମାନ ଘଟିପାରେ ।

ସେ କହିଛନ୍ତି ଯେ, ଭାରତକୁ ଏହି ସମୟରେ ଚନ୍ଦ୍ର ମହାଦଶାରେ ଶନିଙ୍କର ଅନ୍ତର୍ଦଶା ଏବଂ କେତୁଙ୍କର ପ୍ରତିଅନ୍ତ୍ର ଦଶା ୩୦ରୁ ୪ ଜୁଲାଇ ପର୍ଯ୍ୟନ୍ତ ରହିବ । ଗ୍ରହମାନଙ୍କର ଗୋଚର ଦ୍ବାରା କିଛି ସକାରତ୍ମକ ଘଟଣାମାନ ହେବାର ସଙ୍କେତ ଦେଖାଦେଉଛି । କରୋନା ଭାଇରସ୍ ଦ୍ବାରା ପୀଡିତ ରୋଗୀମାନଙ୍କର ଚିକିତ୍ସା ପାଇଁ ନୂଆ ଔଷଧ ୧୬ ଜୁଲାଇ ଅଥବା ତାର ନିକଟ ସମୟରେ ବିକଶିତ ହୋଇପାରେ ।

ଶନି ଯିଏକି ଜନତା ତଥା ଲୋକତନ୍ତ୍ରର କାରକ ଗ୍ରହ ତାହା ଏବେ ଭାରତର କୁଣ୍ଡଳୀରେ ୯ମ ଘରେ ବୃହସ୍ପତ୍ତି ସହ ରହିଛି । ଏହାଦ୍ବାରା ସମାଜ ଧାର୍ମିକ କାର୍ଯ୍ୟ ଆଡକୁ ବଢିବାର ସଙ୍କେତ ମିଳୁଛି । ଏହିପରି ଭାବେ ବିଶ୍ବରେ ପୁଞ୍ଜିବାଦ ସହ ସମାଜବାଦ ପୁଣି ଆଦୃତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.