Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ଜ୍ୟୋତିଷଙ୍କ ଭବିଷ୍ୟବାଣୀ : ପ୍ରତ୍ୟେକ ଭୋଟରଙ୍କୁ ପଢିବା ଦରକାର

18/03/2019 at 2:14 PM

ଦିଲ୍ଲୀ ୧୮/୩ : ଦେଶର ଉନ୍ନତି ଏବଂ ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ରାଜନୀତିରେ ସବୁବେଳେ କୁଶଳ ବ୍ୟକ୍ତିଙ୍କ ଆବଶ୍ୟକତା ହୋଇଥାଏ | ସାମ ଦାମ ଦଣ୍ଡ ଭେଦ ନୀତିରେ କୁଶଳ ଥିବା ବ୍ୟକ୍ତି ହିଁ ରାଜନୀତିରେ ସଫଳ ହୁଅନ୍ତି ଏଥିରେ କୌଣସି ସନ୍ଦେହ ନାହିଁ | ଇତିହାସର ପୃଷ୍ଠା ଓଲଟାଇଲେ ଦେଖିବାକୁ ମିଳେ, କିଛି ଶାସକଙ୍କ ସମୟରେ ଉଭୟ ପ୍ରଜା ଏବଂ ଶାସକ ଖୁସି ରହିଥିଲେ | କିନ୍ତୁ କେତେକେ ଶାସକଙ୍କ ଶାସନକାଳରେ ଦେଶର ଅବନତି ଘଟିଥିବା ମଧ୍ୟ ଦେଖିବାକୁ ମିଳିଛି |


ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର | ଏଠାରେ ଜନତାଙ୍କ ଅଧିପତି ଗ୍ରହ ଶନି ଏବଂ ଜନତା ସମୂହଙ୍କ ଅଧିପତି ଗୁରୁ | ସେଥିପାଇଁ ଭାରତୀୟ ରାଜନେତାଙ୍କୁ ଗୁରୁ ଏବଂ ଶନି ଅଧିକ ପ୍ରଭାବିତ କରିଥାନ୍ତି | ଗ୍ରହ ଯୋଗ ଉତ୍ତମ ରାଶିରେ ଥିଲେ ରାଜନୀତିରେ ସଫଳତା ମିଳିଥାଏ | ଗୁରୁ ଏବଂ ଶନି ନୀଚ ଥିଲେ ମୂଲ୍ୟହୀନ ରାଜନୀତି ହୋଇଥାଏ | ଶନି ପ୍ରାୟ ୩୦ ବର୍ଷରେ ଥରେ ଗୋଟିଏ ରାଶି ଚକ୍ର ପୁରା କରିଥାଏ | ଅର୍ଥାତ ୧୦୦ ବର୍ଷରେ ୩ଥର ଗୋଟିଏ ରାଶିକୁ ପ୍ରବେଶ କରିଥାନ୍ତି ଶନି | ଶନି ଜନତାଙ୍କ ପ୍ରତିନିଧିତ୍ବ କରିଥାଏ | ଶନି ନୀଚ ରାଶି ଏବଂ ଶୁଦ୍ର ସ୍ୱଭାବ କାରଣରୁ ଅପରାଧ, ଚୋରି, ଲାଞ୍ଚ, ଠକେଇ, ନିର୍ଲଜାତ ଆଦି ନିୟନ୍ତ୍ରଣ କରିଥାଏ | ସେଥିପାଇଁ ଗୁରୁ ଶନି ମିଳିମିଶି ରାଜନୀତିର ଧାରା ନିର୍ଧାରଣ କରିଥାନ୍ତି | ଅନ୍ୟ ଗ୍ରହମାନଙ୍କ ପ୍ରଭାବ ମଧ୍ୟ ରାଜନୀତିରେ ପଡିଥାଏ | କିନ୍ତୁ ଚନ୍ଦ୍ର ଗୁରୁ ସହ ମିଶି ଗଜକେଶରୀ ଯୋଗ ନିର୍ମାଣ କରିଥାଏ | ଗଜକେଶରୀ ଯୋଗ ଏକ ଉତ୍ତମ ଯୋଗ | ଅପରପକ୍ଷରେ ଶନି ଚନ୍ଦ୍ର ମିଶି ବିଷ ଯୋଗ ନିର୍ମାଣ କରିଥାଏ ଯିଏ ବ୍ୟକ୍ତିର ମାନସିକତାକୁ ବିଷରେ ଭାରି ଦେଇଥାଏ |


ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ କୁଣ୍ଡଳିରେ ଜନତାଙ୍କ ଅଧିପତି ଶନି ତାଙ୍କର କର୍ମ ସ୍ଥାନରେ ଥାଇ ସ୍ୱୟଂ ଦଣ୍ଡ ନାୟକ ସାଜିଛି | ଜନତା ସମୂହଙ୍କ ଅଧିପତି ଗୁରୁ ସ୍ୱୟଂ ଜନତାଙ୍କ ସ୍ଥାନରେ ବସିଛି ଯିଏ ସର୍ବଦା ଜନତାଙ୍କ ଭଲ କରିଥାଏ | ମୋଦିଙ୍କ କୁଣ୍ଡଳି ଲଗ୍ନରେ ବସିଥିବା ମଙ୍ଗଳ ରୋଚକ ଯୋଗ ସୃଷ୍ଟି କରି ତାଙ୍କୁ ସଠିକ ନିର୍ଣ୍ଣୟ ନେବା ପାଇଁ କ୍ଷମତା ପ୍ରଦାନ କରିଥାଏ | ଗଜକେଶରୀ ଯୋଗ ତାଙ୍କୁ ଉତ୍ତମ ଭାଷଣ ଏବଂ ସତୃହନ୍ତା କରିଥାଏ | ନିଜର ସ୍ୱାଭାବିକ ତେଜରୁ ଲୋକଙ୍କ ମନ କିଣିବାର କ୍ଷମତା ଦେଇଥାଏ | ଗଜକେଶରୀ ଯୋଗ ତାଙ୍କୁ ରାଜପ୍ରିୟ ଏବଂ ଲୋକପ୍ରିୟ କରିଥାଏ |


ମୋଦି ପ୍ରଧାନମନ୍ତ୍ରୀ ଗଜକେଶରୀ ଯୋଗ ଦଶାରେ ତିଆରି ହୋଇଛନ୍ତି | ବର୍ତ୍ତମାନ ତାଙ୍କର ଚନ୍ଦ୍ର ଦଶାରେ ଶୁକ୍ର ଅନ୍ତର ଚାଲିଛି | ଏହା ଏକପ୍ରକାର ସମ୍ମାନ ଯୋଗ ଦଶା | ଜନତାଙ୍କ କାରକ ଶୁକ୍ର ଯିଏ ଚତୁର୍ଥରୁ ଚତୁର୍ଥ | ଚନ୍ଦ୍ରରେ ଶୁକ୍ରର ଅନ୍ତର ରହିଛି ଯାହା ମୋଦିଙ୍କ ଶାସନକାଳରେ ଉଠିଥିବା ସମସ୍ୟା ଏବଂ ଏହାର ସମାଧାନର ପନ୍ଥା | କିନ୍ତୁ ଜନତାଙ୍କ ଉପରେ ତାଙ୍କର ଯେଉଁ ଛବି ସୃଷ୍ଟି ହୋଇଛି ସେଥିରେ ସେ ନିରନ୍ତର ସୁଧାର ଆଣିବେ ଏବଂ ଶୀଘ୍ର ନିଜ ବିରୋଧୀଙ୍କୁ ପରାସ୍ତ କରିବେ | ୨୦୧୬ ମସିହା ଅକ୍ଟୋବରରୁ ନୂଆ ରଣନୀତି ସହ ଜନତାଙ୍କ ସାମ୍ନାକୁ ଆସିଥିଲେ ମୋଦି | ୨୦୧୮ ମସିହା ନଭେମ୍ବର ମାସରୁ ତାଙ୍କର ନିର୍ବାଚନୀ ଚାଲ ଆରମ୍ଭ ହୋଇସାରିଛି | ସେ ଜନତାଙ୍କ ମନ ଆକୃଷ୍ଟ କରିବେ |


ଉଭୟ ଲଗ୍ନ ଏବଂ ରାଶିରେ ମୋଦିଙ୍କ ସାଢେ ସାତୀ ଚାଲିଛି | ମାର୍ଚ୍ଚ ୭ ତାରିଖରୁ ମାଧ୍ୟମ ରାହୁ ଏବଂ କେତୁ ପରିବର୍ତ୍ତନ ହୋଇଛି | ଏହି ପରିବର୍ତ୍ତନ ତାଙ୍କ ପାଇଁ ଲାଭଦାୟକ ଏବଂ ତାଙ୍କ ବିରୋଧୀଙ୍କ ପାଇଁ ଘାତକ ହେବ | ଏହାଛଡା ଗୁରୁ ମଧ୍ୟ ଏପ୍ରିଲ ୧ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଅତିଚାରି ହୋଇ ଧନୁ ରାଶିରେ ରହିବେ ଯିଏ ତାଙ୍କ କର୍ମ ସ୍ଥାନକୁ ଦେଖିବେ | ଏହି ସମୟ ତାଙ୍କ ପାଇଁ ଅତ୍ୟନ୍ତ ଉପଯୁକ୍ତ ରହିବ | ତାଙ୍କ ଦଶା ଏବଂ ବର୍ତ୍ତମାନ ଗୋଚର ହିସାବରେ ତାଙ୍କର ବିଜୟ ରଥକୁ ଅଟକାଇବା ଅସମ୍ଭବ | ମେ ୨୩ ତାରିଖରୁ ସେ ନିଜର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିପାରନ୍ତି | ମେ ୨୩ ତାରିଖରେ ଚନ୍ଦ୍ରଙ୍କ ଗୋଚର ଧନୁ ରାଶିରେ ହେବ | ସକାଳ ୧୧ଟା ୪୪ ମିନିଟରେ ଚନ୍ଦ୍ର ଗୋଚର ମକର ରାଶିରେ ରହିବେ | ଅର୍ଥାତ ୧୧ଟା ୪୪ ମିନିଟ ପରେ ନିର୍ବାଚନ ପରିଣାମ ମୋଦିଙ୍କ ପକ୍ଷରେ ରହିବ |

   Related Posts