Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ନୂଆଦିଲ୍ଲୀ : ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ASI ଗିରଫ, ବିଲଡରଙ୍କଠାରୁ ୨ କୋଟି ମାଗୁଥିଲେ ବଟି
  • ||

ପୁଣେରେ ଆରମ୍ଭ ହେଲା କରୋନା ଭ୍ୟାକସିନ୍‌ ଉତ୍ପାଦନ, ୧୦୦ କୋଟି ଡୋଜ୍ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ

6/06/2020 at 2:55 PM

ପୁଣେ ୦୬।୦୬: କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ମଧ୍ୟରେ ପୁଣେରେ ଭ୍ୟାକସିନ୍‌ର ଉତ୍ପାଦନ ଆରମ୍ଭ ହୋଇ ଯାଇଛି। ଅକ୍ସଫୋର୍ଡ ୟୁନିଭର୍ସିଟି ପକ୍ଷରୁ ପ୍ରସ୍ତୁତ ଭ୍ୟାକସିନ୍‌ ପାଇଁ ବ୍ରିଟିଶ-ସ୍ଵିଡିଶ୍ ଫାର୍ମାସ୍ୟୁଟିକଲ୍ସ କମ୍ପାନୀ ଆଷ୍ଟ୍ରାଜେନେକା ଭାରତ ସହ ହାତ ମିଳାଇଛି। ଆଷ୍ଟ୍ରାଜେନେକା ପୁଣେ ସ୍ଥିତ ସିରମ ଇନଷ୍ଟିଚ୍ୟୁୟଟ ସହିତ ମିଶି ଭ୍ୟାକସିନ୍‌ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଉଭୟ କମ୍ପାନୀ ମିଶି ୧ ଅରବ ଅର୍ଥାତ ୧୦୦ କୋଟି କରୋନା ଭ୍ୟାକସିନ୍‌ ଭାରତ ସମେତ କମ ଆୟ ବିଶିଷ୍ଟ ଦେଶକୁ ଯୋଗାଣ କରିବେ। ଏଥିରୁ ୪୦ କୋଟି ଭ୍ୟାକସିନ୍ ୨୦୨୦ ଶେଷ ଆଡକୁ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି।

ଉଲ୍ଲେଖଯୋଗ୍ୟ, ଭ୍ୟାକସିନ୍‌ ପ୍ରସ୍ତୁତି ଦୌଡରେ ଅକ୍ସଫୋର୍ଡ ୟୁନିଭର୍ସିଟି ସର୍ବାଗ୍ରେ ରହିଛି। ଏଠାରେ ଭ୍ୟାକସିନ୍‌ର ପରୀକ୍ଷଣ ଦ୍ଵିତୀୟ ପର୍ଯ୍ୟାୟରେ ପହଞ୍ଚିଛି। ଅନ୍ୟପଟେ ପୁଣେ ସ୍ଥିତ ସିରମ ଇନଷ୍ଟିଚ୍ୟୁୟଟ୍ସ(SII) ଏଠାରେ ବିକଶିତ ହେଉଥିବା ଭ୍ୟାକସିନ୍‌ ଉପରେ କାମ କରୁଛି। ନିକଟରେ ଅକ୍ସଫୋର୍ଡ ୟୁନିଭର୍ସିଟି AZD1222ର ଦ୍ଵିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଘୋଷଣା କରିଛି। ଏଥିରେ ୧୦ ହଜାର  ବରିଷ୍ଠ ବ୍ୟକ୍ତିଙ୍କୁ ସାମିଲ କରାଯିବ। ଅନେକ ଦେଶରେ ମଧ୍ୟ ଏହାର ବାକି ଟ୍ରାଏଲ ଆରମ୍ଭ ହେବାକୁ ଯାଉଛି। ବ୍ରାଜିଲ୍‌ ଅକ୍ସଫୋର୍ଡର କରୋନା ଭ୍ୟାକସିନ୍‌ର କ୍ଲିନିକଲ ଟ୍ରାଏଲକୁ ମଞ୍ଜୁରୀ ଦେଇଛି।

ବ୍ରିଟିଶ ଔଷଧ ନିର୍ମାତାକାରୀ ସଂସ୍ଥା ନୂତନ ଭ୍ୟାକସିନ୍‌ ନିର୍ମାଣ ଓ ବିତରଣରେ ସାହାଯ୍ୟ ଯୋଗାଉଥିବା ସଂସ୍ଥା ସେପି ଓ ଗଭି ସହିତ ୭୫୦ ମିଲିୟନ ଡଲାରର ରାଜିନାମା କରିବାକୁ ଯାଉଛି। ଏହାରି ମାଧ୍ୟମରେ ସମ୍ଭାବିତ ଭ୍ୟାକସିନ୍‌ର ୩୦ କୋଟି ଡୋଜ୍‌ର କ୍ରୟ ଓ ବିତରଣ କରାଯିବ। ଭ୍ୟାକସିନ୍‌ର ଯୋଗାଣ ଚଳିତ ମାସ ଶେଷ ସୁଦ୍ଧା ଆରମ୍ଭ ହୋଇପାରେ। ପୁଣେ ସ୍ଥିତ ସିରମ ଇନଷ୍ଟିଚ୍ୟୁୟଟ୍ସ(SII) ସିଇଓ ପୁନାଓ୍ଵାଲା କହିଛନ୍ତି ଆମେ ଏହି ଭ୍ୟାକସିନ୍‌କୁ ଭାରତ ସହିତ ଅନ୍ୟ କମ୍‌ ଆୟ ବିଶିଷ୍ଟ ଦେଶକୁ ଯୋଗାଇ ଦେବୁ। ଏଥିପାଇଁ ଆମେ ଆଷ୍ଟ୍ରାଜେନେକା ସହିତ ଭାଗିଦାରୀ କରି ପ୍ରସନ୍ନ ଅଛୁ। ଗତ ୫୦ ବର୍ଷରେ ଏସଆଇଆଇ ବିଶ୍ଵସ୍ତରରେ ଭ୍ୟାକସିନ୍‌ ନିର୍ମାଣ ଓ ଯୋଗାଣରେ ମହତ୍ଵପୂର୍ଣ୍ଣ କ୍ଷମତା ହାସଲ କରିଛି।

   Related Posts