ଏଷ୍ଟ୍ରାଜେନେକା କରୋନା ଟୀକା ପରୀକ୍ଷଣ ସ୍ଥଗତି, ପରୀକ୍ଷଣରେ ସାମିଲ ଜଣେ ବ୍ୟକ୍ତି ଅସୁସ୍ଥ

Published By : Prameya-News7 Bureau | September 09, 2020 IST

ଓ୍ବାଶିଂଟନ୍ ୦୯/୦୯: କରୋନା ଟିକାକୁ ଲାଗିଛି ବଡ଼ ଝଟକା। ଟିକା ପରୀକ୍ଷା ସମୟରେ ଜଣେ ବ୍ୟକ୍ତି ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି। କରୋନା ଟିକା ବିକାଶ ଦିଗରେ ଆମେରିକାର ଏଷ୍ଟ୍ରାଜେନେକା କମ୍ପାନୀ ଓ ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ବାରା ପ୍ରସ୍ତୁତ କରୋନା ଟିକାକୁ ସ୍ଥଗତି ରଖାଯାଇଛି। ଏଷ୍ଟ୍ରାଜେନେକା ତାର ଅନ୍ତିମ ପର୍ଯ୍ୟାୟ ଭାକିସନ୍ ଟ୍ରାଏଲ ଉପରେ ରୋକ ଲଗାଇଛି। କମ୍ପାନି ତରଫରୁ ଏହା ସ୍ପଷ୍ଟ କରାଯାଇଛି।

ପରୀକ୍ଷା ସମୟରେ ଜଣେ ବ୍ୟକ୍ତି ଗୁରୁତର ଅସୁସ୍ଥ ହୋଇ ପଡ଼ିବାରୁ ପରୀକ୍ଷାରେ କଟକଣା ଲଗାଇବା ନିଷ୍ପତି ନିଆଯାଇଛି। ପରୀକ୍ଷାରେ ସାମିଲ ବ୍ୟକ୍ତିଙ୍କ ରୋଗ ବାବଦରେ ବେଶି କିଛି ତଥ୍ୟ ମିଳି ନ ଥିଲା। ଏହା ଉପରେ ଅଧିକ ତଦନ୍ତ କରିବା ପରେ ହିଁ ଟ୍ରାଏଲକୁ ଆଗକୁ ବଢ଼ାଯିବ। ଏଷ୍ଟ୍ରାଜେନେକା କରୋନା ଭାକସିନ ଟ୍ରାଏଲର ସୁରକ୍ଷା ଯୋଗୁ ପରୀକ୍ଷା ଉପରେ ରୋକ ଲଗାଇଛି। ତେବେ ଏହି ଟିକା କରୋନା ବିରୋଧରେ ପ୍ରଭାବି ହେବ ବୋଲି କୁହାଯାଉଥିଲା। ମାନକ ସମୀକ୍ଷା ପ୍ରକ୍ରିୟା ସୁରକ୍ଷା ଡାଟାକୁ ସମୀକ୍ଷା କରିବାକୁ ଅନୁମତି ଦେବାରୁ ଟିକା ଉପରେ ରୋକ ଲାଗିଛି। ଏହି ଅଧ୍ୟୟନ ବିଭିନ୍ନ ସ୍ଥଳରେ ଏଷ୍ଟ୍ରାଜେନେକା ଓ ୟୁନିଭର୍ସିଟି ଅଫ୍ ଅକ୍ସଫୋର୍ଡର ଗବେଷକଙ୍କ ଦ୍ବାରା ବିକଶିତ କରାଯାଉଥିବା କୋଭିଡ୍-୧୯ ଭାକସିନ୍।

{"id":327112,"sizeSlug":"large"}

ପରୀକ୍ଷାରେ ମାମଲା କେମିତି ଥିଲା ଓ ଭାକସିନର ପ୍ରତିକୂଳ ପ୍ରତିକ୍ରିୟା କେବେ ରୋଗୀଙ୍କଠାରେ ଦେଖିବାକୁ ମିଳିଛି ଏହାର ବିସ୍ତୃତ ତଥ୍ୟ ଏବେ ସୁଦ୍ଧା ମିଳିପାରି ନାହିଁ। ଯେଉଁ ପ୍ରତିଯୋଗୀଙ୍କ ଉପରେ ଏହାକୁ ପରୀକ୍ଷା କରାଯାଇଛି ସେ ଖୁବଶୀଘ୍ର ସୁସ୍ଥ ହୋଇଯିବେ ବୋଲି କୁହାଯାଉଛି।

ଭାକସିନ୍ ପରୀକ୍ଷଣ ଉପରେ ରୋକ ଲାଗିବା ଦ୍ବାରା ଅନ୍ୟ ଏଷ୍ଟ୍ରାଜେନେକା ଭାକିସିନ ପରୀକ୍ଷାକୁ ପ୍ରଭାବିତ କରିଛି। ଏହା ସହ ଅନ୍ୟ ଭାକସିନ୍ ନିର୍ମାତାଙ୍କ ଦ୍ବାରା କରାଯାଉଥିବା କ୍ଲିନିକାଲ ଟ୍ରାଏଲକୁ ମଧ୍ୟ ପ୍ରଭାବିତ କରିଛି। ଏବେ ସମେସ୍ତ ଭାକସିନର ଉଚିତ ପ୍ରଭାବ ବୁଝିବା ନିମେନ୍ତ ଚେଷ୍ଟା ଚଲାଇଛନ୍ତି।

ତେବେ ନଅଟି ପ୍ରମୁଖ ଆମେରିକୀୟ ଓ ୟୁରୋପୀୟ ଭାକସିନ୍ ଡେଭଲପର୍ସ ଗତକାଲି କରୋନା ଭାଇରସ ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ବୈଜ୍ଞାନିକ ସୁରକ୍ଷା ଓ ପ୍ରଭାବି ମାନକକୁ ବଜାୟ ରଖିବା ସଂକଳ୍ପ ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.