ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ : ଅଖ ଚକ ଡେରା ନୀତି ସଂପନ୍ନ
  • ||
  • କୁତବ ମୀନାର ପରିସରରେ ଖନନ ସହ ଆଇକନୋଗ୍ରାଫି କରିବାକୁ ଏଏସ୍‌ଆଇକୁ ସଂସ୍କୃତି ମନ୍ତ୍ରାଳୟର ନିର୍ଦ୍ଦେଶ
  • ||
  • ସ୍ୱିଜରଲାଣ୍ଡରେ ବିଶ୍ୱ ଅର୍ଥନୈତିକ ମଞ୍ଚର ବାର୍ଷିକ ସମ୍ମିଳନୀ : ମହାମାରୀରୁ ମୁକ୍ତି ପାଇଁ ବାଟ ବାହାର କରିବେ ବିଶ୍ୱନେତା
  • ||
  • ମ୍ୟାଚ୍ ପୂର୍ବରୁ ରନ୍ ଅପ୍ ଯାଞ୍ଚ କଲେ ଅର୍ଜୁନ ତେନ୍ଦୁଲକର : କିନ୍ତୁ ଚୂଡାନ୍ତ ଏକାଦଶରେ ମିଳିଲାନି ଏଣ୍ଟ୍ରି
  • ||

ସାବଧାନ ପାକିସ୍ତାନ-୭୦ କିଲୋମିଟର ଦୂରରୁ ଆକାଶମାର୍ଗରେ ଶତ୍ରୁକୁ ଧ୍ୱସ୍ତ କରିବ ଏହି ମିସାଇଲ୍‌ ,ଅସ୍ତ୍ର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

17/09/2019 at 8:08 PM

ନୂଆଦିଲ୍ଲୀ – ଆକାଶରୁ ଆକାଶକୁ ଗତିଶୀଳ କ୍ଷେପଣାସ୍ତ୍ର ଅସ୍ତ୍ରକୁ ପଶ୍ଚିମବଙ୍ଗର ଏକ ଏୟାର ବେସ୍‌ରୁ ଉଡାଣ ଭରିବା ପରେ ସଫଳତାର ସହ ପରୀକ୍ଷଣ କରାଯାଇଛି । ପରୀକ୍ଷାମୂଳକ ଭାବେ ଏହି କ୍ଷେପଣାସ୍ତ୍ରକୁ ଆଜି ସୁଖୋଇ-୩୦ଏମକେଆଇରୁ ପରୀକ୍ଷଣ କରାଯାଇଥିଲା ।

ଆକାଶମାର୍ଗରେ ଏହା ସଫଳତାର ସହ ଧାର୍ଯ୍ୟ ଲକ୍ଷ୍ୟକୁ ଭେଦ କରିବା ସହ ଆକାଶରୁ ଆକାଶକୁ ଗତିଶୀଳ ପ୍ରଥମ ସ୍ୱଦେଶୀ କ୍ଷେପଣାସ୍ତ୍ରର କ୍ଷମତା ପ୍ରଦର୍ଶିତ ହୋଇଥିଲା । ଉପଯୁକ୍ତ ପ୍ରକ୍ରିୟାରେ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯିବା ସହ ବିଭିନ୍ନ ରାଡାର, ଇଲେକ୍ଟ୍ରୋ ଅପ୍ଟିକାଲ ଟ୍ରାକିଙ୍ଗ ସିଷ୍ଟମ (ଇଓଟିଏସ) ଓ ସେନ୍ସର ମାଧ୍ୟମରେ ଏହା ଲକ୍ଷ୍ୟ ଭେଦ କରିଥିବା ନେଇ ନିଶ୍ଚିତ କରାଯାଇଥିଲା ।

ଏହି ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓ ଓ ବାୟୁସେନା ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।

   Related Posts