Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦେଖିଲେ ଚକିତ ହେବେ ମାରୁତି ଅଲ୍ଟୋର ମୋଡିଫାଏଡ ଅବତାର

11/05/2019 at 3:48 PM

ଦେଶର ଅନେକ ସ୍ଥାନରେ ଏବେ ବାହନ ମୋଡିଫିକେସନ କରାଯାଉଛି। ଏଥିରେ ଗାଡି ସୌକିନ ଲୋକେ ସେମାନଙ୍କ ପୁରୁଣା ହେଉ ବା ନୂଆ ଗାଡିକୁ  ସେମାନଙ୍କ ଆବଶ୍ୟକତା ଅନୁସାରେ ମୋଡିଫାଏ କରୁଛନ୍ତି । ଯେଉଁଗୁଡିକୁ ରାସ୍ତାରେ ଦେଖିଲେ ଲୋକେ ପୁଣି ଫେରିକରି ଚାହୁଁଛନ୍ତି। ଆଜି ଏଠାରେ ମୋଡିଫାଏ ହୋଇଥିବା ଏକ ମାରୁତି ଅଲ୍ଟୋ ଉପସ୍ଥାପନ କରୁଛୁ। ଯାହାର ଲୁକ ସାଙ୍ଗକୁ ଡୋର ଖୋଲିବାର ଟେକନିକ୍ ବେଶ ଷ୍ଟାଇଲିସ ଲାଗୁଛି।

କାରର ସମ୍ମୁଖ ଦୁଇ ଡୋର କୌଣସି ସୁପର କାର ପରି ମନେ ହୁଏ। ତେବେ ଏହା କୌଣସି ସୁପରକାର ନୁହେଁ ରାସ୍ତାଘାଟରେ ସବୁଦିନ ଦେଖୁଥିବା ମାରୁତି ଅଲ୍ଟୋର ମୋଡିଫାଏଡ ଭର୍ସନ । ମାଲିକ ଏହାର ରଙ୍ଗ ହଳଦିଆ ରଖିଥିବା ବେଳେ କାରର ଇଣ୍ଚେରିୟର ଓ ଆଗପଛ ବମ୍ପରରେ ମଧ୍ୟ ପରିବର୍ତ୍ତନ କରିଛନ୍ତି । ଏହା ଛଡା କାରରେ ଷ୍ଟାଇଲିସ ଆଲଏ ହ୍ବିଲ ଏହାର ସୁନ୍ଦରତା ସାଙ୍ଗକୁ ମଜଭୁତିକୁ ମଧ୍ୟ ପ୍ରମାଣିତ କରୁଛି ।

ଏହି କାରର ଫଟୋ ଅନ୍ୟ ମୋଡିଫାଏଡ କାରସହ ରଖି ଉଠାଯାଇଥିବା ଦେଖାଯାଇଛି। ତେବେ କାରକୁ କେଉଁଠାରେ ମୋଡିଫିକେସନ କରାଯାଇଛି ସେସମ୍ପର୍କରେ ସୂଚନା ମିଳି ନାହିଁ । ଏମିତିରେ ମାରୁତି ଅଲ୍ଟୋ ନିକଟରେ ଅପଡେଟ ଭର୍ସନ ଲଞ୍ଚ କରିଛି । ଯେଉଁଥିରେ ନୂଆ ସେଫ୍ଟି ଫିଚର୍ସ ରହିଛି। ଦେଶର ଏହି ଲୋକପ୍ରୀୟ ବ୍ରାଣ୍ଡ ଏବେ ନେକ୍ସଟ ଜେନେରେସନ ପ୍ରୋଜେକ୍ଟ ଉପରେ କାର୍ଯ୍ୟ କରୁଥିବା ଜଣାପଡିଛି।  

   Related Posts