Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କେନ୍ଦ୍ରାପଡାରେ ଅଦ୍ଭୁତ ଶିଶୁ କନ୍ୟା: ୨ ମୁଣ୍ଡ, ୪ ଆଖି, ୩ ହାତ ସହ ରହିଛି ୪ କାନ

11/04/2021 at 2:09 PM

କେନ୍ଦ୍ରାପଡା ୧୧/୪: କେନ୍ଦ୍ରାପଡ଼ା ଜିଲ୍ଲାର ଏକ ଘରୋଇ ନର୍ସିଂହୋମରେ ଅଦ୍ଭୁତ ଶିଶୁ କନ୍ୟା ଜନ୍ମ ନେଇଛି । ଯାହାର ଦୁଇଟି ମୁଣ୍ଡ ରହିଥିବା ବେଳେ ୩ ଟି ହାତ, ୪ ଟି ଆଖି ଓ ୪ ଟି କାନ ରହିଛି ।

ଆଜି ପୂର୍ବାହ୍ନ ୧୧ଟାରେ ଶିଶୁଟି ଜନ୍ମ ହେବା ପରେ ତାକୁ ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ଅନ୍ତର୍ଗତ କଣୀ ଗାଁର ଉମାକାନ୍ତ ପରିଡା ଙ୍କ ସ୍ତ୍ରୀ ଅମ୍ବିକା ଏହି ଶିଶୁ କନ୍ୟାଟିକୁ ଜନ୍ମ ଦେଇଛନ୍ତି । ଏହା ଉମାକାନ୍ତ ଙ୍କ ଦ୍ଵିତୀୟ ସନ୍ତାନ ବୋଲି ଜଣାପଡିଛି  । ଶିଶୁଟିର ପିଠି ପଟକୁ ଗୋଟେ ହାତ ରହିଛି l ତେବେ ଡାକ୍ତର ମାନେ ଶିଶୁ ଟିକୁ କଟକ ଶିଶୁ ଭବନ କୁ ପଠାଇ ଦେଇଛନ୍ତି ।

   Related Posts