ପୃଥିବୀ ଆଡକୁ ମାଡି ଆସୁଛି ମାଉଣ୍ଟ ଏଭରେଷ୍ଟଠୁ ବଡ ବିଶାଳକାୟ ଉଲକା ପିଣ୍ଡ, କଣ ଧକ୍କା ହେବ ?

Published By : Prameya-News7 Bureau | March 04, 2020 IST

ନୂଆଦିଲ୍ଲୀ ୦୪।୦୩- ଆମେରିକାର ମହାକାଶ ଗବେଷଣକାରୀ ସଂସ୍ଥା ନାସା ପୃଥିବୀ ଅଭିମୁଖେ ଦ୍ରୁତ ଗତିରେ ବଢୁଥିବା ଏକ ବିଶାଳକାୟ ଉଲକା ପିଣ୍ଡର ସନ୍ଧାନ କରିଛି। କୁହାଯାଉଛି ଯେ, ଏହି ଉଲକା ପିଣ୍ଡ ମାଉଣ୍ଟ ଏଭରେଷ୍ଟଠୁ ମଧ୍ୟ ଅନେକ ଗୁଣ ବଡ ହେବ।

ମାତ୍ର ନାସାର କହିବା କଥା ଏହି ଉଲକା ପିଣ୍ଡ ନେଇ ଆତଙ୍କିତ ହେବାର ଆବଶ୍ୟକତା ନାହିଁ। କାରଣ ଏହା ପୃଥିବୀରୁ ଅନେକ କିଲୋମିଟର ଦୂର ଦେଇ ଗତି କରିବ। ଅନ୍ୟପଟେ କିଛି ବୈଜ୍ଞାନିକ ଏହା ପୃଥିବୀ ସହିତ ଧକ୍କା ହେବାର ଆଶଙ୍କା ପ୍ରକାଶ କରିଛନ୍ତି।

{"id":232916,"sizeSlug":"large"}

ଘଣ୍ଟା ପ୍ରତି ୩୧,୩୧୯ କିଲୋମିଟର ବେଗରେ ଆସୁଥିବା ଏହି ଉଲକା ପିଣ୍ଡକୁ ୫୨୭୬୮(1998 OR 2)ର ନାମ ଦିଆଯାଇଛି। ଏହି ଉଲକା ପିଣ୍ଡକୁ ନାସା ସର୍ବ ପ୍ରଥମେ ୧୯୯୮ରେ ଦେଖିଥିଲା। ଅନୁମାନ କରାଯାଉଛି ଯେ, ଏହି ଉଲକା ପିଣ୍ଡ ଆଗାମୀ ମାସ ଏପ୍ରିଲ ୨୯ରେ ପୃଥିବୀ ନିକଟ ଦେଇ ଗତି କରିପାରେ।

ଏହି ବିଷୟରେ ଡାକ୍ଟର ଷ୍ଟିଭନ ପ୍ରାଭଦୋ ଏକ ବୟାନ ଜାରି କରି କହିଛନ୍ତି  ଯେ, ଉଲକା ପିଣ୍ଡ ୫୨୭୬୮ ସୂର୍ଯ୍ୟ ଚାରି ପଟେ ଥରେ ପରିଭ୍ରମଣ କରିବାରେ ୧୩୪୦ ଦିନ କିମ୍ବା ୩ ବର୍ଷ ୭ ଦିନ ସମୟ ନେଇଥାଏ।

{"id":232917,"sizeSlug":"large"}

ଜ୍ୟୋର୍ତିବିଦଙ୍କ ଅନୁଯାୟୀ, ଏମିତି ଉଲକା ପିଣ୍ଡ ପ୍ରତ୍ୟେକ ୧୦୦ ବର୍ଷରେ ପୃଥିବୀ ସହ ଧକ୍କା ହେବାରେ ୫୦ ହଜାର ସମ୍ଭାବନା ରହିଥାଏ। ଏମିତି ଉଲକା ପିଣ୍ଡକୁ ନେଇ କୁହାଯାଏ ଯେ, ଛୋଟ ଉଲକା ପିଣ୍ଡ କିଛି ମିଟର ଦେଇ ଗତି କରିଥାନ୍ତି ଏବଂ ବାୟୁମଣ୍ଡଳରେ ଘର୍ଷଣ ହୋଇ ଜଳି ଯାଇଥାନ୍ତି। ଏଥିରେ କୌଣସି ବଡ କ୍ଷତି ହୁଏ ନାହିଁ।

{"id":232918,"sizeSlug":"large"}

ଉଲ୍ଲେଖଯୋଗ୍ୟ, ୨୦୧୩ରେ ପ୍ରାୟ ୨୦ ମିଟରର ଏକ ଲମ୍ବା ଉଲକା ପିଣ୍ଡ ବାୟୁମଣ୍ଡଳରେ ଧକ୍କା ହୋଇଥିଲା। ସେହି ପରି ୧୯୦୮ରେ ଏକ ୪୦ ମିଟରର ଉଲକା ପିଣ୍ଡ ସାଇବେରିଆ ବାୟୁମଣ୍ଡଳରେ ଧକ୍କା ହୋଇ ଜଳି ଯାଇଥିଲା।

ଏହି ଆକାରର ଯଦି କୌଣସି ଉଲକା ପିଣ୍ଡ ବାୟୁମଣ୍ଡଳରେ ଧକ୍କା ଖାଏ ତେବେ ଏହା ଗୋଟିଏ ପୂରା ସହରକୁ ବର୍ବାଦ କରି ପାରେ କିମ୍ବା ସମୁଦ୍ରରେ ପଡିଲେ ସୁନାମୀ ପରି ସ୍ଥିତି ସୃଷ୍ଟି ହୋଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.