ସେକେଣ୍ଡର ପ୍ରତି ୫କି:ମି: ବେଗରେ ପୃଥିବୀ ଆଡକୁ ଗତି କରୁଛି ଆଉ ଏକ ଉଲକାପିଣ୍ଡ : ଆଲର୍ଟ ଜାରି କଲା ନାସା

Published By : Prameya-News7 Bureau | June 02, 2020 IST

ୱାସିଂଟନ ୦୨/୦୬ : ନାସା ଏକ ଆଲର୍ଟ ଜାରି କରିଛି | ନାସା ଅନୁଯାୟୀ, ଅଧା କିଲୋମିଟର ଆକାରର ଏକ ଉଲକାପିଣ୍ଡ ପୃଥିବୀ ଆଡକୁ ଦ୍ରୁତ ଗତିରେ ବଢୁଛି | ଏହି ଉଲକାପିଣ୍ଡର ଗତି ସେକେଣ୍ଡ ପ୍ରତି ପାଖାପାଖି ୫.୨ କିଲୋମିଟର ରହିଛି | ଅର୍ଥାତ ଘଣ୍ଟା ପ୍ରତି ୧୧,୨୦୦ ମାଇଲ ରହିଛି | ନାସା ଅନୁଯାୟୀ, ଏହି ଉଲକାପିଣ୍ଡ ଆକାରରେ ଆମେରିକାର ଅମ୍ପାୟାର ଷ୍ଟେଟ ବିଲଡିଙ୍ଗରୁ ବଡ | ଏହା ଜୁନ ୬ ତାରିଖରେ ପୃଥିବୀ କକ୍ଷପଥରେ ଦାଖଲ ହେବ |

{"id":280100,"sizeSlug":"large"}

ଡେଲି ଷ୍ଟାର ରିପୋର୍ଟ ଅନୁସାରେ, ନାସା ଏହି ଉଲକାପିଣ୍ଡର ନା ରକ-୧୬୩୩୪୮ (୨୦୦୨ NN4) ରଖିଛି | ତେବେ ଏହା ପୃଥିବୀର ବହୁତ ନିକଟରୁ ଚାଲିଯାଇପାରେ ବୋଲି ଅନୁମାନ କରାଯାଉଛି | ଏହି ଉଲକାପିଣ୍ଡର ଲମ୍ବ ୨୫୦ ମିଟରରୁ ୫୭୦ ମିଟର ବୋଲି କୁହାଯାଉଛି | ଏହାର ଦୈର୍ଘ୍ୟ ୧୩୫ ମିଟର | ନାସା ଅନୁଯାୟୀ, ଏହି ଉଲକାପିଣ୍ଡ ସୂର୍ଯ୍ୟଙ୍କ ନିକଟରୁ ପୃଥିବୀ କକ୍ଷପଥକୁ ଦାଖଲ ହେଉଛି |

ସେଣ୍ଟର ଫର ନିୟର-ଅର୍ଥ ଅବଜେକ୍ଟ ଷ୍ଟଡ଼ିଜ ଅନୁଯାୟୀ, ମେ ୨୧ ତାରିଖରେ ମଧ୍ୟ ୧.୫ କିମି ଆକାରର ଏକ ବଡ ଉଲକାପିଣ୍ଡ ପୃଥିବୀର ଅତି ନିକଟରୁ ଗତି କରିଥିଲା | ଏହିଭଳି ୨ ହଜାରରୁ ଅଧିକ ଉଲକାପିଣ୍ଡ ରହିଛି ଯାହାକୁ ନାସାର ସଂସ୍ଥା ଟ୍ରାକ କରୁଛି | ତେବେ ଏହି ଉଲକାପିଣ୍ଡ ଦ୍ୱାରା କୌଣସି ବିପଦ ସୃଷ୍ଟି ହେବାର ଆଶଙ୍କା ନାହିଁ |

{"id":280099,"sizeSlug":"large"}

ନାସା ଅନୁଯାୟୀ, ଏହି ଉଲକାପିଣ୍ଡ ପୃଥିବୀକୁ ଧକ୍କା ଦେବାର ୧ ପ୍ରତିଶତ ଆଶଙ୍କା ମଧ୍ୟ ନାହିଁ | କିନ୍ତୁ ତଥାପି ଏହା ଉପରେ ଖାସ ନଜର ରଖାଯାଉଛି | ବେଳେବେଳେ ଗୁରୁତ୍ତ୍ୱାକର୍ଷଣ ଯୋଗୁଁ ଏହିଭଳି ଉଲକାପିଣ୍ଡ ପୃଥିବୀର ବାତାବରଣରେ ଶେଷ ମୁହୂର୍ତ୍ତରେ ମଧ୍ୟ ପ୍ରବେଶ କରିଥାନ୍ତି | ଏହା ରବିବାର ଦିନ ସକାଳ ୮ଟା ୨୦ ମିନିଟ୍ରେ ପୃଥିବୀ ନିକଟରୁ ଗତି କରିବ | ଏହାପରେ ୨୦୨୪ ମସିହାରେ କୌଣସି ଉଲକାପିଣ୍ଡ ପୃଥିବୀର ଏତେ ନିକଟରୁ ଗତି କରିବ ବୋଲି ବୈଜ୍ଞାନିକ କହିଛନ୍ତି |

ନ୍ୟାସନାଲ ନିୟର ଅର୍ଥ ଅବଜେକ୍ଟ ଷ୍ଟଡ଼ିଜ ବିଭାଗ ଅନୁସାରେ, ଏକ କିମିରୁ ବଡ କୌଣସି ଉଲକାପିଣ୍ଡ ପୃଥିବୀ କକ୍ଷପଥରେ ପ୍ରବେଶ ହେବା ସ୍ଥିତି ଥିଲେ ଚେତାବନୀ ଜାରି କରାଯାଇଥାଏ | ଯଦି ଏତେ ବଡ କୌଣସି ଉଲକାପିଣ୍ଡ ପୃଥିବୀ ସହ ଧକ୍କା ହୁଏ ତାହେଲେ ବିନାଶ ହୋଇପାରେ | ଧକ୍କା ଫଳରେ ଭୂମିକମ୍ପ, ସୁନାମି ଏବଂ ଆହୁରି ଅନେକ ପ୍ରକାର ବିପଦ ସୃଷ୍ଟି ହୋଇପାରେ | ପୃଥିବୀରୁ ଡାଇନୋସର ଲୋପ ପାଇଯିବା ପଛରେ ୧୦ କିମି ଆକାରର ଏକ ବଡ ଉଲକାପିଣ୍ଡ ରହିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.