Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ପୃଥିବୀ ଆଡକୁ ଦ୍ରୁତ ଗତିରେ ମାଡି ଆସୁଛି ବିଶାଳ ଧୂମକେତୁ, ଏମ୍ପାୟାର ଷ୍ଟେଟ୍ ବିଲ୍ଡିଂଠୁ ମଧ୍ୟ ବଡ ରହିଛି ଏହାର ଆକାର

21/05/2020 at 9:19 PM

ନୂଆଦିଲ୍ଲୀ, ୨୧|୦୫:  ପୃଥିବୀ ଆଡକୁ କ୍ଷୀପ୍ର ଗତିରେ ଆଉ ଏକ  ଧୂମକେତୁ ମାଡି ଆସୁଛି । ଏହାର ଆକାର ଏମ୍ପାୟାର ଷ୍ଟେଟ୍ ବିଲ୍ଡିଂଠୁ ତିନିଗୁଣା ବଡ ବୋଲି ଅନୁମାନ କରାଯାଉଛି । ଏହା ଚଳିତ ସପ୍ତାହରେ ହିଁ ପୃଥିବୀର କକ୍ଷପଥ ଦେଇ ଅତିକ୍ରମ କରିବ ବୋଲି ଆଶଙ୍କା କରାଯାଉଛି । ତେବେ ଏହାର ଗତିବିଧୀ ଉପରେ ଆମେରିକାର ମହାକଶ ଗବେଷଣା ସଂସ୍ଥା ନାସା ନଜର ରଖିଛି ।

ନାସାର କହିବାନୁସାରେ, ଏହା ସେକେଣ୍ଡ ପିଛା ୭ ମାଇଲସ୍ ଗତି କରୁଛି । ଏହା ପୃଥିବୀର ଅତି ନିକଟତର ହୋଇ ସାରିଲାଣି । ତେବେ ଏହା ପୃଥିବୀକୁ ବିନା କୌଣସି କ୍ଷତି ଘଟାଇ ଅତିକ୍ରମ କରିବ । ଏହା ଉପରେ କଡା ନଜର ରଖାଯାଇଛି । ତେବେ ଏହା ପୃଥିବୀ ସହ ଧକ୍କା ହେଲେ ବ୍ୟାପକ କ୍ଷତି ହେବାର ଆଶଙ୍କା ରହିଛି ।  

ନାସା ଏନଇଓ ଟ୍ରାକର୍ ଅନୁସାରେ, ଏହି ଧୂମକେତୁକୁ ୧୯୯୭ BQ ବୋଲି ନାମରେ ନାମିତ କରାଯାଇଛି । ଏହା ଏହା ପୃଥିବୀଠାରୁ ୬.୧୫୬ ନିୟୁତ କିଲୋମିଟର ଦୂରତା ଦେଇ ଗତି କରିବ। ଏହା ଆମେରିକୀୟ ସମ ଅନୁସାରେ ୯.୪୫ ବିଏସଟି ବା ଭାରତୀୟ ସମୟ ଅନୁସାରେ ମେ ୨୨ ରାତି ୨.୧୫ରେ ପୃଥିବୀ ଦେଇ ଅତିକ୍ରମ କରିବ । ଯଦିଓ ଧୂମକେତୁ ୧୯୯୭ BQ ରୁ କୌଣସି ବିପଦ ନାହିଁ, କିନ୍ତୁ ନାସା ବୈଜ୍ଞାନିକମାନେ ସମସ୍ତ ସତର୍କତା ଅବଲମ୍ବନ କରୁଛନ୍ତି । ଏହା ଅନ୍ୟ ଧୂମକେତୁ ତୁଳନାରେ ୯୭ ପ୍ରତିଶତ ବଡ଼ ଏବଂ ଯଦି ଏହା ପୃଥିବୀକୁ ଧକ୍କା ଦିଏ ତେବେ ଭୟଙ୍କର କ୍ଷତି ଘଟାଇବାକୁ ସକ୍ଷମ ଅଟେ । ଏମିତି କି ଯଦିଓ ଏହି କ୍ଷୁଦ୍ର ଗ୍ରହ ବିନା ପୃଥିବୀକୁ ସ୍ପର୍ଶ ନକରି ବାହାରକୁ ଆସେ, ତଥାପି ଏହା ବିରାଟ ସୁନାମି ଆଣିପାରେ ।

ଏପରି ପ୍ରାୟ ୨୦୦୦ଟି ଧୂମକେତୁ, କ୍ଷୁଦ୍ର ଗ୍ରହ ଅଛି ଯାହା ଆଗାମୀ ବର୍ଷରେ ପୃଥିବୀର ନିକଟତର ହୋଇପାରେ ଏବଂ ଧକ୍କା ହେବାର ସମ୍ଭାବନା ଥାଇପାରେ । ଯଦି ଏକ ହାଇ ସ୍ପିଡ୍ ସ୍ପେସ୍ ବସ୍ତୁ ପୃଥିବୀ ଠାରୁ ୪୬.୫ ଲକ୍ଷ ମାଇଲରୁ ଅଧିକ ନିକଟତର ହେବ ବୋଲି ଆଶା କରାଯାଏ, ତେବେ ଏହାକୁ ମହାକାଶ ସଂଗଠନଗୁଡ଼ିକ ବିପଜ୍ଜନକ ବୋଲି ବିବେଚନା କରନ୍ତି । ନାସାର ସେଣ୍ଟ୍ରି ସିଷ୍ଟମ ଏହିପରି ବିପଦ ଉପରେ ନଜର ରଖିଛି। ବର୍ତ୍ତମାନ ଏପରି ୨୨ ଟି କ୍ଷୁଦ୍ର ଗ୍ରହ ଅଛି ଯାହା ପରବର୍ତ୍ତୀ ୧୦୦ ବର୍ଷ ପାଇଁ ପୃଥିବୀକୁ ଧକ୍କା ଦେବାର କମ୍ ସମ୍ଭାବନା ଅଛି ।

   Related Posts