ଆସନ୍ତାକାଲି ପୃଥିବୀର ନିକଟତର ହୋଇ ଅତିକ୍ରମ କରିବ ଉଲକାପିଣ୍ଡ ୧୯୯୮ ଓଆର୨, ପାହାଡ ଭଳି ରହିଛି ଆକାର !

Published By : Prameya-News7 Bureau | April 28, 2020 IST

ନୂଆଦିଲ୍ଲୀ, ୨୮|୦୪: ଏକ ବିଶାଳ ଉଲକାପିଣ୍ଡ ଆସନ୍ତାକାଲି ଅର୍ଥାତ ବୁଧବାର ସକାଳ ୫ଟା ୫୬  ମିନିଟରେ ପୃଥିବୀ ନିକଟ ଦେଇ ଅତିକ୍ରମ କରିବ । ନାସାର ସେଣ୍ଟର ଫର୍ ନିଅର୍ ଆର୍ଥ୍ ଏନେଇ ସୂଚନା ଦେଇଛି । ବୈଜ୍ଞାନିକଙ୍କ କହିବାନୁସାରେ ଏହାର ଆକାର ଏକ ପାହାଡ ଭଳି ହେବ । ଯଦି ଏହା ପୃଥିବୀ ସହ ଧକ୍କା ହୁଏ ତେବେ ଅନେକ କ୍ଷତି ଘଟିବାର ସମ୍ଭାବନା ରହିଛି ।

ଏହା ପୃଥିବୀ ସହ ଧକ୍କା ହେବା ନେଇ ଅଧିକ ସମ୍ଭାବନା ନାହିଁ । ବୈଜ୍ଞାନିକଙ୍କ କହିବାନୁସାରେ, ଏପରି ଉଲକା ପିଣ୍ଡ ଶହେ ବର୍ଷରେ ପ୍ରାୟ ୫୦ ହଜାର ଥର ପୃଥିବୀର ନିକଟତର ହୋଇ ଅତିକ୍ରମ କରେ । ତେବେ ଇତିହାସରେ ଏତେବଡ ଉଲକାପିଣ୍ଡ କେବେ ଧକ୍କା ହୋଇନାହିଁ । ଛୋଟଛୋଟ ଉଲକାପିଣ୍ଡ ପୃଥିବୀର ନିକଟତର ହେଲେ ଜଳିଯାଆନ୍ତି । ଏହାର ଛୋଟଛୋଟ ଅଂଶ ପୃଥିବୀ ପୃଷ୍ଠରେ ପଡିଥାଏ ।

wp:core-embed/twitter {"url":"https://twitter.com/NASA/status/1254848053070135297?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1254848053070135297\u0026ref_url=https%3A%2F%2Fwww.amarujala.com%2Fworld%2F29-april-2020-asteroid-nasa-news-a-big-asteroid-to-pass-earth-from-a-narrow-distance-on-tuesday-morning","type":"rich","providerNameSlug":"twitter","className":""}
https://twitter.com/NASA/status/1254848053070135297?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1254848053070135297&ref_url=https%3A%2F%2Fwww.amarujala.com%2Fworld%2F29-april-2020-asteroid-nasa-news-a-big-asteroid-to-pass-earth-from-a-narrow-distance-on-tuesday-morning
/wp:core-embed/twitter

ବୁଧବାର ପୃଥିବୀକୁ ଅତିକ୍ରମ କରୁଥିବା ଏହି ଉଲକାପିଣ୍ଡର ନାଁ ହେଉଛି ୧୯୯୮ ଓଆର ୨ । ପ୍ରାୟ ଦେଢ ମାସ ପୂର୍ବରୁ ଏହା ପୃଥିବୀ ନିକଟତର ହୋଇ ଅତିକ୍ରମ କରିବ ବୋଲି ବୈଜ୍ଞାନିକମାନେ କହିଥିଲେ । ସେତେବେଳେ ଏହାର ଆକାର ପାହଡ ଭଳି ହୋଇଥିବା କୁହାଯାଇଥିଲା । ଏହାର ବେଗ ଦେଖିବା ପରେ ଏହା ପୃଥିବୀକୁ ସ୍ପର୍ଶ କରି ଅତିକ୍ରମ କରିପାରେ ବୋଲି ଅନୁମାନ କରାଯାଉଥିଲା ।

ଏହି ମହାଜାଗତିକ ଦୃଶ୍ୟକୁ ଖାଲି ଆଖିରେ ଦେଖିହେବ ନାହିଁ । ଟେଲିସ୍କୋପ ସାହାଯ୍ୟରେ ଏହାକୁ ଦେଖାଯାଇ ପାରିବ । ନାସା ଏହି ବାବଦରେ ୧୯୯୮ ମସିହାରେ ଜାଣିପାରି ଥିଲା । ଏହାପରେ ଏହାର ନାମ ୫୨୭୬୮ ଓ ୧୯୯୮ ଓଆର ଦିଆଯାଇଥିଲା । ଏହା ଘଣ୍ଟା ପ୍ରତି ପ୍ରାୟ ୧୯ ହଜାରକିମି ଦେଇ ଗତି କରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.