ପୃଥିବୀ ଆଡକୁ ମାଡିଆସୁଛି ଏକ ବିରାଟକାୟ ଗ୍ରହାଣୁ, ଲାଗିପାରେ ଧକ୍କା… ପ୍ୟାରିସ୍ର ଏଫେଲ୍ ଟାଓ୍ବାର ଠାରୁ ବଡ CO-247
5/01/2021 at 3:58 PM

ନୂଆଦିଲ୍ଲୀ ୦୫/୦୧ : ପୃଥିବୀ ଆଡକୁ ମାଡି ଆସୁଛି ଆଉ ଏକ ଗ୍ରହାଣୁ (ଆଷ୍ଟରଏଡ୍) । ପ୍ୟାରିସର ଏଫେଲ୍ ଟାଓ୍ବାର ଠାରୁ ମଧ୍ୟ ଆକୃତିରେ ବଡ ଏହି ଆଷ୍ଟରଏଡ୍ ଦୃତ ଗତିରେ ପୃଥିବୀ ଆଡକୁ ମାଡି ଆସୁଛି । ଫ୍ରାନ୍ସର ବିଶିଷ୍ଟ ଜ୍ୟୋର୍ତିବିଦ ନୋଷ୍ଟ୍ରାଡୋମସ କରିଥିବା ଭବିଷ୍ୟବାଣୀ ଅନୁଯାୟୀ ଏହି ଆଷ୍ଟରଏଡ୍ ୨୦୨୧ରେ ହିଁ ପୃଥିବୀ ସହ ମାଡ ହୋଇପାରେ ।
CO-247 ନାମକ ଏହି ଆଷ୍ଟରଏଡ୍ ଯାହାକି ପ୍ୟାରିସ୍ରେ ଥିବା ଏଫେଲ୍ ଟାଓ୍ବାର ଠାରୁ ପ୍ରାୟ ୦.୮୩ ପ୍ରତିଶତ ଉଚ୍ଚ । ଏହା ପୃଥିବୀ ନିକଟରେ ପ୍ରାୟ ୭.୪ ମିଲିୟନ କିଲୋମିଟର ବେଗରେ ଗତି କରିବ । ପୃଥିବୀ ପୃଷ୍ଠରେ ମାଡ ହେବା ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇନପାରେ ।
ଏହା ପୂର୍ବରୁ ଜାନୁୟାରୀ ୩ରେ ଜିଗାଣ୍ଟିକ୍ ୨୨୦ ନାମକ ଏକ ଆଷ୍ଟରଏଡ୍ ପୃଥିବୀର ଅତି ନିକଟ ଦେଇ ଗତି କରିଥିଲା । ନାସାର ବୈଜ୍ଞାନିକମାନେ କହିଛନ୍ତି ୨୦୨୧ AC ନାମକ ଏକ ଆଷ୍ଟରଏଡ୍ ପୃଥିବୀର ଅରବିଟ୍କୁ ସହ ମାଡ ହେବ । ଗିଜାର ପିରାମିଡ୍ ଠାରୁ ଦୁଇ ଗୁଣ ଆକାରର ଏହି ଆଷ୍ଟରଏଡ୍ ବୁଧବାର ଦିନ ମାଡ ହୋଇପାରେ ବୋଲି ବୈଜ୍ଞନିକମାନେ ଅନୁମାନ କରିଛନ୍ତି ।
ଚଳିତ ଜାନୁୟାରୀରେ ଆଉ ୩ଟି ଛୋଟ ଛୋଟ ଆଷ୍ଟରଏଡ୍ ପୃଥିବୀର ଅତି ନିକଟରେ ଅତିକ୍ରମ କରିବେ । NASAର ବୈଜ୍ଞାନିକମାନେ କହିଛନ୍ତି ପ୍ରତିବର୍ଷ ଏହିଭଳି କିଛି ଆଷ୍ଟରଏଡ୍ ପୃଥିବୀର ଅତି ନିକଟ ଦେଇ ଗତି କରନ୍ତି । କିନ୍ତୁ ସେମାନଙ୍କୁ ଗଣନା କରିବା ଅସମ୍ଭବ ।