ପୃଥିବୀର ନିକଟତର ହେଉଛି ଏଷ୍ଟ୍ରଏଡ Apophis, ଧକ୍କା ହେଲେ ଆସିବ ପ୍ରଳୟ

Published By : Prameya-News7 Bureau | October 28, 2020 IST

ୱାସିଂଟନ: ଆମେରିକୀୟ. ଅନ୍ତରୀକ୍ଷ ଏଜେନ୍ସି  ନାସାର ବୈଜ୍ଞାନିକମାନେ ଏକ ବିଶାଳକାୟ ଏଷ୍ଟ୍ରଏଡ ‘ଅପୋଫିସ୍’ ପୃଥିବୀ ଆଡକୁ ମୁହାଁଇଥିବାର ସୂଚନା ଦେଇଛନ୍ତି। ଆଗାମୀ ୪୮ ବର୍ଷରେ ଏହି ମହାଜାଗତିକ ପିଣ୍ଡ ନିଶ୍ଚିତ ଭାବେ ପୃଥିବୀ ସହ ଧକ୍କା ଲାଗିବ ବୋଲି ବୈଜ୍ଞାନିକ ଆକଳନ କରୁଛନ୍ତି। ଏଣୁ ବୈଜ୍ଞାନିକମାନେ ଏହାକୁ ‘ଗଡ ଅଫ ଚାଓସ୍’ ନାମରେ ନାମିତ କରିଛନ୍ତି।

{"id":352236,"width":576,"height":439,"sizeSlug":"large"}

ହାୱାଇ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ମାନେ ‘ଅପୋଫିସ୍’ ଉପରେ ନଜର ରଖିଛନ୍ତି। ଯାହା ଏବେ ଧିରେ ଧିରେ ବେଗବାନ ହେଉଥିବାର ସୂଚିତ କରିଛନ୍ତି। ଯଦି ଏହି ଆଷ୍ଟ୍ରଏଡ ପୃଥିବୀ ସହ ଧକ୍କା ଲାଗେ ତେବେ ୮୮ ଟିଏନଟି  ବିସ୍ଫୋରକ ଭଳି ବିନାଶ ସୃଷ୍ଟି କରିବ ବୋଲି ବୈଜ୍ଞାନିକ ସତର୍କ କରାଇଛନ୍ତି। ଏହା ନିକେଲ ଓ ଲୁହାର ବିଶାଳ ପିଣ୍ଡ ହୋଇଥିବା ବେଳେ ଅନୁନ୍ୟ ୧ହଜାର ଫୁଟ ଚୌଡ଼ା। ଏଣୁ ପୃଥିବୀ ସହ ଧକ୍କା ଲାଗିଲେ ମହାବିନାଶ ନିଶ୍ଟିତ ବୋଲି ଆକଳନ କରାଯାଉଛି।

{"id":352237,"sizeSlug":"large"}

୧୦ ଜୁନ୍ ୨୦୦୪ ମସିହାରେ ଏରିଜୋନା ବିଶ୍ୱବିଦ୍ୟାଳୟ ପ୍ରଥମେ ‘ଅପୋଫିସ୍’କୁ ଚିହ୍ନଟ କରିଥିଲେ। ଏହା ପରେ ବିଶ୍ୱର ବିଭିନ୍ନ ଦେଶର ବୈଜ୍ଞାନିକ ଏହା ଉପରେ ଅଧିକ ଗବେଷଣା ଆରମ୍ଭ କରିଥିଲେ। ୨୦୩୬ ମସିହାରେ ଆଷ୍ଟ୍ରଏଡ ପୃଥିବୀକୁ ଅତ୍ୟନ୍ତ ନିକଟରୁ ଅତିକ୍ରମ କରିବ। ତେବେ ସେତେବେଳେ ମହାଜାଗତିକ ପିଣ୍ଡ ଯୋଗୁ ସେଭଳି କୌଣସି ବିତ୍ପାତ ଉପୁଜି ନପାରେ ବୋଲି ନାସା ସ୍ପଷ୍ଟ ହୋଇଛି। ହେଲେ ଏହା ପୂର୍ବରୁ ୨୦୨୯ରେ ମଧ୍ୟ ଏହି ଆଷ୍ଟ୍ରଏଡ ପୃଥିବୀ କକ୍ଷପଥକୁ ଲାଗି ଅତିକ୍ରମ କରିବାକୁ ଥିଲେ ହେଁ ୨୦୬୮ରେ ପୃଥିବୀ ସହ ଧକ୍କା ଲାଗି ପାରେ ବୋଲି ଅନୁମାନ କରାଯାଉଛି। ଏହି ଆଷ୍ଟ୍ରଏଡକୁ ନାସା ପୃଥିବୀ ଲାଗି ତୃତୀୟ ବିପଦ ବୋଲି ଆକଳନ କରିଛନ୍ତି।

{"id":352238,"width":581,"height":414,"sizeSlug":"large"}

ଆଷ୍ଟ୍ରଏଡର ଆକାର ବୈଜ୍ଞାନିକମାନେ ଆକଳନ କରିସାରିଥିବା ବେଳେ ଏହାକୁ ନେଇ ଅଧିକ ଗବେଷଣାର ଆବଶ୍ୟକତା ଥିବା କହିଛନ୍ତି। ତେବେ ଆଗାମୀ ୪୮ ବର୍ଷରେ ଏହା ପୃଥିବୀ ସହ ଧକ୍କା ଲାଗିବ କି ନା ତାହା ଜାଣିବା ଏବେ ସମୟର ସବୁଠୁ ବଡ଼ଆହ୍ୱା ବୋଲି ବୈଜ୍ଞାନିକ ମାନେ କହିଛନ୍ତି। ପୂର୍ବରୁ ଗ୍ରହାଣୁ ଧକ୍କାର ଆଶଙ୍କା ୨.୭ ପ୍ରତିଶତ ଥିବାର ଅନୁମାନ କରାଯାଉଥିବା ବେଳେ ଏବେ କିନ୍ତୁ ନିଶ୍ଚିତ ଆକଳନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.