ବୁଧବାର ପୃଥିବୀକୁ ଅତି ନିକଟରୁ ଅତିକ୍ରମ କରିବ ଆଷ୍ଟ୍ରଏଡ୍ 2020 RK2: ନାସା

Published By : Prameya-News7 Bureau | October 06, 2020 IST

ୱାସିଂଟନ ୬।୧୦: ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥାନ ନାସା ଆଷ୍ଟ୍ରଏଡ୍ ୨୦୨୦ ଆରକେ-୨ ପୃଥିବୀ ଲାଗି ବିପଦଜନକ ହେବନି ବୋଲି ସୂଚିତ କରିଛନ୍ତି। ଏହି ଗ୍ରହାଣୁ ବେଶ ଦ୍ରୁତ ବେଗରେ ପୃଥିବୀ ଆଡକୁ ମୁହାଁଇଛି। ବୁଧବାର ଅକ୍ଟୋବର ୭ ତାରିଖ ଦିନ ପୃଥିବୀ କକ୍ଷପଥକୁ ପ୍ରବେଶ କରିବ। ତେବେ ଏହି ଆଷ୍ଟ୍ରଏଡ୍‌ ସେପରି କୌଣସି ଉଦବେଗର କାରଣ ହେବନି ବୋଲି ବୈଜ୍ଞାନିକମାନେ ଆଶ୍ୱସ୍ତ କରିଛନ୍ତି। ଏହା ସତ୍ତ୍ୱେ ଗ୍ରହାଣୁର ପ୍ରତ୍ୟେକ ଗତିବିଧି ଉପରେ ବୈଜ୍ଞାନିକ ନଜର ରଖିଥିବା କହିଛନ୍ତି।

{"id":339551,"width":580,"height":324,"sizeSlug":"large"}

ବୈଜ୍ଞାନିକଙ୍କ ସୂଚନା ଅନୁସାରେ ଆଷ୍ଟ୍ରଏଡ ୨୦୨୦ ଆରକେ-୨ ପ୍ରତି ଘଣ୍ଟା ୨୪ ହଜାର ୪୬ କିଲୋମିଟର ବେଗରେ ପୃଥିବୀ ଆଡକୁ ମୁହାଁଇଛି। ସେହିପରି ଏହାର ଆକାର ୩୬ରୁ ୮୧ ମିଟର ଲମ୍ବା ହୋଇଥିବା ବେଳେ ୧୧୮ରୁ ୨୬୫ ଫୁଟ ଚୌଡାର ହୋଇପାରେ। ତେବେ ଏହାକୁ ପୃଥିବୀରୁ ଦେଖାଯାଇପାରିବ ନାହିଁ। ଆମେରିକୀୟ ସମୟ ଅନୁସାରେ ଆଷ୍ଚ୍ରଏଡ୍ ବୁଧବାର ମଧ୍ୟାହ୍ନ ଗୋଟାଏ ବାଜି ୧୨ ମିନିଟ୍ ଓ ବ୍ରିଟିଶ ସମୟ ଅନୁସାର ଅପରାହ୍ନ ୬ଟା ୧୨ ମିନିଟ୍‌ରେ ପୃଥିବୀକୁ ଖୁବ୍ ନିକଟରୁ ଅତିକ୍ରମ କରିବ।

{"id":339552,"sizeSlug":"large"}

ଆଷ୍ଟ୍ରଏଡ୍ ପୃଥିବୀରୁ ପ୍ରାୟ ୨ଲକ୍ଷ ୩୭୮ ହଜାର ୪୮୨ ମାଇଲ ଦୂରରେ ଗତି କରିଯିବ ବୋଲି ବୈଜ୍ଞାନିକ ଅନୁମାନ କରୁଛନ୍ତି। ପ୍ରାୟ ୧୦୦ ବର୍ଷରେ ଏହିପରି ୨୦ରୁ ୨୨ଟି ଆଷ୍ଟ୍ରଏଡ୍ ପୃଥିବୀର ନିକଟତର ହୋଇଥାନ୍ତି। କେବେ କେବେ ସେମାନଙ୍କ ପଟରୁ ପୃଥିବୀ ଲାଗି ବିପଦର ଆଶଙ୍କା ମଧ୍ୟ ଉପୁଜିଥାଏ। ହେଲେ କ୍ୱଚିତ ଗ୍ରହାଣୁ ପୃଥିବୀର ବାୟୁମଣ୍ଡଳକୁ ପ୍ରବେଶ କରିପାରନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.