ଆସୁଛି ବିପଦ! ପୃଥିବୀ ଆଡକୁ ମୁହାଁଇଛି ବିଶାଳ ଉଲକାପିଣ୍ଡ, ସତର୍କ କଲେ NASA

Published By : Prameya-News7 Bureau | June 22, 2020 IST

ନୂଆଦିଲ୍ଲୀ ୨୨।୬: ପୃଥିବୀ ଆଡକୁ ଏକ ବିଶାଳ ଉଲକାପିଣ୍ଡ ମୁହାଁଇଛି। ୨୪ ଜୁନ୍‌ ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ଉଲକା ପୃଥିବୀକୁ ଅତି ନିକଟରୁ ଅତିକ୍ରମ କରିବ। ଏହି ଉଲକା ପିଣ୍ଡର ଆକାର ଦିଲ୍ଲୀର କୁତବ ମିନାରର ୪ ଗୁଣ ଓ ଆମେରିକାର ଷ୍ଟାଚ୍ୟୁ ଅଫ ଲିବର୍ଟିର ୩ ଗୁଣ। ଏହା ପୃଥିବୀ କକ୍ଷପଥରୁ  ୩୭ ଲକ୍ଷ କିଲୋମିଟର ଦୂରରେ ଅତିକ୍ରମ କରିବ ବୋଲି ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥାନ(ନାସା) ପୂର୍ବାନୁମାନ କରିଛନ୍ତି।

{"id":290167,"sizeSlug":"large"}

ଏହି ଉଲକାପିଣ୍ଡକୁ ନାସା ୨୦୨୦ଏନୱାଇ ୬୫ ନାମକରଣ କରିଛନ୍ତି। ଘଣ୍ଟାପ୍ରତି ୪୬ ହଜାର ୪୦୦ କିଲୋମିଟର ବେଗରେ ଗତି କରୁଥିବା ଉଲକାପିଣ୍ଡକୁ ନାସା ବିପଦଜନକ ଆକଳନ କରିଛନ୍ତି। ପୃଥିବୀରୁ ୭୫ ଲକ୍ଷ କିଲୋମିଟରରୁ କମ୍‌ ଦୂରତାରେ ଗତି କରୁଥିବା ପ୍ରତ୍ୟେକ ମହାକାଶୀୟ ପିଣ୍ଡକୁ ନାସା ବିପଦଜନକ ଆକଳନ କରିଥାନ୍ତି।  ଏନୱାଇ ୬୫ର ଲମ୍ବ ୧ହଜାର ୧୭ ପୁଟ। ଦିଲ୍ଲୀର କୁତବ ମିନାର ୨୪୦ ଫୁଟ ଉଚ୍ଚ ହୋଇଥିବା ବେଳେ  ଷ୍ଟାଚ୍ୟୁ ଅଫ ଲିବର୍ଟି ୩୧୦ ଫୁଟ ଉଚ୍ଚ।

{"id":290168,"sizeSlug":"large"}

୨୦୧୩ ମସିହାରେ ଋଷିଆ ଚେଲ୍ୟାବିଂଷ୍କରେ ଏହିପରି ଏକ ଏଷ୍ଟ୍ରେଏଡର ପତନ ହୋଇଥିଲା। ଫଳରେ ୧ ହଜାରରୁ ଅଧିକ ଲୋକେ ଆହତ ହୋଇଥିବା ବେଳେ ଯେଉଁଠାରେ ଖସିଥିଲା ସେଠାରେ ବ୍ୟାପକ କ୍ଷୟକ୍ଷତି କରିଥିଲା। ତେବେ ଏନୱାଇ-୬୫ ଚେଲ୍ୟାବିଂଷ୍କରେ ଖସିଥିବା ଉଲକା ପିଣ୍ଡଠାରୁ ୧୫ ଗୁଣା ବଡ। ଯଦି ପୃଥିବୀକୁ ପାଖରୁ ଅତିକ୍ରମ କରିଯାଏ ତେବେ ବିପଦମୁକ୍ତ ନଚେତ ବିପଦ ସୃଷ୍ଟି କରିପାରେ ବୋଲି ନାସା ସତର୍କ କରାଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.