ଗୋଟିଏ ଦିନରେ ଅଷ୍ଟମୀ ଏବଂ ଶ୍ରୀରାମ ନବମୀ : ମହାଯୋଗର ଶୁଭ ମୁହୂର୍ତ୍ତରେ କରିପାରିବେ ଏହି ସବୁ କାମ, ଜାଣନ୍ତୁ କ'ଣ

Published By : Prameya-News7 Bureau | April 12, 2019 IST

ଭୁବନେଶ୍ୱର ୧୨/୪ : ନବରାତ୍ରିର ୯ଦିନ ବହୁତ ଶୁଭ ବୋଲି ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି | ଏବେ ଚୈତ୍ର ନବରାତ୍ରି ଚାଲିଛି | ଏହି ୯ଦିନ ମଧ୍ୟରେ ଆପଣ ଯେକୌଣସି ଶୁଭ କାମ ଆରମ୍ଭ କରିପାରିବେ | ଚାଳିତଥର ରାମ ନବମୀ ବହୁତ ମହତ୍ଵପୁର୍ଣ | କାରଣ ଏଥର ରାମ ନବମୀରେ ପୁଷ୍ୟା ନକ୍ଷତ୍ର ଯୋଗ ହୋଇଛି | ଏହି ଯୋଗ ବହୁତ ଶୁଭ ବୋଲି କୁହାଯାଏ | କାରଣ ପୁଷ୍ୟା ନକ୍ଷତ୍ର ସମୟରେ ଭଗବାନ ଶ୍ରୀରାମଙ୍କ ଜନ୍ମ ହୋଇଥିଲା | ଏଥର ନବରାତ୍ରି ୯ଦିନ ବଦଳରେ ୮ ଦିନ ପାଳନ କରାଯିବ | କାରଣ ୧୩ ତାରିଖରେ ନବମୀ ପଡୁଛି | ଅଷ୍ଟମୀ ଏବଂ ନବମୀ ଏକାଥରେ ପଡୁଛି | ଚୈତ୍ର ନବରାତ୍ରିର ଅଷ୍ଟମ ଦିନ ଶନିବାର ଦିନ ପଡୁଛି | ଅଷ୍ଟମୀ ଦିନ ରାମ ନବମୀ ମଧ୍ୟ ପଡୁଛି | ସେଥିପାଇଁ ଅଷ୍ଟମୀ ଏବଂ ନବମୀ ଏକାଥରେ ପାଳନ କରାଯିବ |

{"id":102723,"width":573,"height":426}


ଆସନ୍ତାକାଲି ସକାଳ ୮.୧୯ ମିନିଟ ସମୟରୁ ନବମୀ ଆରମ୍ଭ ହୋଇଯିବ | ରବିବାର ଦିନ ସକାଳ ୬ଟା ୪ ମିନିଟ ପର୍ଯ୍ୟନ୍ତ ନବମୀ ରହିବ |

{"id":102724}


ଅଷ୍ଟମୀ ଏବଂ ନବମୀ ଦିନ କଣ କଣ କରିବେ ଜାଣନ୍ତୁ :
ଅଷ୍ଟମୀ ଏବଂ ନବମୀ ଦିନ ସକାଳୁ ଓଁ ଶ୍ରୀ ଶ୍ରୀ କ୍ଳିଙ୍ଗ ହୁଁ ମନ୍ତ୍ର ଜପ କରି ଘରେ ଥିବା ମନ୍ଦିରରେ ରଖାଯାଇଥିବା କଳସ ପାଣିକୁ ବିସର୍ଜନ କରିବେ | କଳସ ବିସର୍ଜନ କରିବା ପରେ ଦେବୀ ସୁକ୍ତମଙ୍କ ପାଠ କରିବେ | ନବରାତ୍ରି ସମୟରେ ଯଦି ଆପଣଙ୍କ ଦ୍ୱାରା କଣ ଭୁଲ ହୋଇଯାଇଥାଏ ତା'ହେଲେ କ୍ଷମା କରିଦେବା ପାଇଁ ମା'ଙ୍କୁ ପ୍ରାର୍ଥନା କରିବେ | ଏହାପରେ କନ୍ୟା ପୂଜା କରିବେ |

{"id":102722}


କନ୍ୟା ପୂଜା କେମିତି କରିବେ ଜାଣନ୍ତୁ :
ଅଷ୍ଟମୀ ଏବଂ ନବମୀ ଦିନ କନ୍ୟା ପୂଜା କରାଯାଇଥାଏ | ନବରାତ୍ରି ବେଳେ କରାଯାଇଥିବା ପୂଜା ଏବଂ ବ୍ରତର ଫଳ ସେତେବେଳେ ହିଁ ପାଇବେ ଯେତେବେଳେ ଆପଣ ଅଷ୍ଟମୀ ଏବଂ ନବମୀ ଦିନ କନ୍ୟା ପୂଜା କରିବେ ଏବଂ କନ୍ୟାଙ୍କ ଠାରୁ ଆଶୀର୍ବାଦ ନେବେ | କନ୍ୟା ପୂଜା କରିବା ପୂର୍ବରୁ କନ୍ୟାଙ୍କ ଗୋଡ ଧୋଇ କରିବେ | ଏହାପରେ କନ୍ୟାଙ୍କ ମଥାରେ କୁମକୁମ ସିନ୍ଦୁର ଲଗାଇ ତାଙ୍କ ହାତରେ ନାଲି ସୁତା ବାନ୍ଧିଦେବେ | ଏହାପରେ କନ୍ୟାଙ୍କୁ ଭୋଜନ କରାଇବେ | ଭୋଜନ କରିସାରିବା ପରେ କନ୍ୟାଙ୍କୁ ଚୁଡ଼ି ଏବଂ ଓଢଣୀ ଦେବେ | ଭଲ ଭାବେ ଶ୍ରଦ୍ଧାର ସହ କନ୍ୟା ପୂଜା କଲେ ଏବଂ ଭୋଜନ କରାଇଲେ ମା' ଦୁର୍ଗାଙ୍କ ଆସିସରଵାଦ ପ୍ରାପ୍ତ ହୋଇଥାଏ | କନ୍ୟା ପୂଜା କଲେ ନବରାତ୍ରି ବେଳେ କରାଯାଇଥିବା ବ୍ରତ ସଫଳ ହୋଇଥାଏ |

{"id":102721}


ଯେଉଁ କନ୍ୟାଙ୍କୁ ଆପଣ ପୂଜା କରିବେ ସେମାନଙ୍କ ବୟସ ୨ ବର୍ଷରୁ ୧୦ ବର୍ଷ ହୋଇଥିବା ଦରକାର | ପୂଜା ବେଳେ ୯ କନ୍ୟା ଉପସ୍ଥିତ ଥିବା ଦରକାର | ୯ରୁ ଅଧିକ ସଂଖ୍ୟାକ କନ୍ୟାଙ୍କୁ ମଧ୍ୟ ଭୋଜନ କରାଇ ପାରିବେ | ତେବେ କନ୍ୟାମାନଙ୍କ ସହ ଜଣେ ବାଳକ ମଧ୍ୟ ଥିବା ଉଚିତ | ଏହି ବାଳକଙ୍କୁ ହନୁମାନଙ୍କ ସ୍ୱରୂପ ବୋଲି ବିଶ୍ୱାସ କରାଯାଏ | କନ୍ୟା ଭୋଜନ ପରେ ହିଁ ଘର ସଦସ୍ୟଙ୍କୁ ଭୋଜନ କରିବାକୁ ଦେବେ | ଯଦି ଆପଣ ବ୍ରତ ପାଳନ କରୁଛନ୍ତି ତାହେଲେ ଭୋଜନ ନ କରିବା ଭଲ |

{"id":102720}


ଏପ୍ରିଲ ୧୩ ତାରିଖ ଅର୍ଥାତ ରାମ ନବମୀ ବହୁତ ଶୁଭ ଦିନ | ଯଦି ଆପଣ କୌଣସି ନୂଆ କାମ ଆରମ୍ଭ କରିବାକୁ ଯାଉଛନ୍ତି ତାହେଲେ ଆସନ୍ତାକାଲି କରି ପାରିବେ | ବିବାହ ତାରିଖ ଠିକ କରିବା, ଜମି କିଣିବା, ଘର କାମ ଶୁଭାରମ୍ଭ କରିବା, ଗୃହ ପ୍ରବେଶ, ଗାଡି କିଣିବା ଆଦି କାମ ଆପଣ ଏହି ଦିନ କରିପାରିବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.