ଇତିହାସରେ ପ୍ରଥମ: ଏଥର ସାଧାରଣ ଲୋକ ବୁଲିପାରିବେ ସୁପ୍ରିମକୋର୍ଟ

Published By : Prameya-News7 Bureau | November 01, 2018 IST

ନୂଆଦିଲ୍ଲୀ ୧|୧୦:ଏଣିକି ସାଧାରଣ ଲୋକେ ବି ସୁପ୍ରିମକୋର୍ଟ ପରିସରରେ ବୁଲିପାରିବେ । ସପ୍ତାହର ଶନିବାର, ଜଣେ ଗାଇଡଙ୍କୁ ଧରି ଯେ କୌଣସି ଲୋକ ଦେଶର ସର୍ବୋଚ୍ଚ କୋର୍ଟ ଭିତରେ ବୁଲିପାରିବେ । ପୂର୍ବାହ୍ନ ୧୦ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ପରିସର ଭିତରେ ବୁଲିପାରିବେ ସାଧାରଣ ଲୋକ । ଗାଇଡ୍, ସେମାନଙ୍କୁ ସୁପ୍ରିମକୋର୍ଟର ଇତିହାସ ବୁଝାଇବା ସହ କୋର୍ଟ ରୁମ ମଧ୍ୟକୁ ନେଇପାରିବେ । ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଏହି ଘୋଷଣା କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ବିଚାରପତି, ଓକିଲ, ମାମଲାରେ ଜଡ଼ିତ ବ୍ୟକ୍ତି ଏବଂ ସାମ୍ବାଦିକମାନେ ସୁପ୍ରିମକୋର୍ଟ ଭିତରକୁ ଯାଇ ପାରୁଛନ୍ତି । ଅତି ଦରକାର ଥିଲେ, ଇଲେକ୍ଟ୍ରୋନିକ୍ ଆକ୍ସେସ୍ କାର୍ଡ ଦ୍ବାରା ସାଧାରଣ ଲୋକ ଭିତରକୁ ଯାଇଥାନ୍ତି । କିନ୍ତୁ ଏବେ ସେହି କଟକଣା ଆଉ ନାହିଁ । ସୁପ୍ରିମକୋର୍ଟର କାର୍ଯ୍ୟଶୈଳୀ ଉପରେ ଲୋକଙ୍କ ଧାରଣା ସୃଷ୍ଟି କରିବାକୁ ପ୍ରଧାନ ବିଚାରପତି ଏଭଳି ଘୋଷଣା କରିଛନ୍ତି । ଯାହାକି ସୁପ୍ରିମକୋର୍ଟ ଇତିହାସରେ ପ୍ରଥମ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.