CBSE ଦଶମ ଓ ଦ୍ବାଦଶ ପରୀକ୍ଷା ୨୦୨୧: ଫେଲ୍‌ ହୋଇଥିବା ଏହି ପରୀକ୍ଷାର୍ଥୀଙ୍କୁ ମିଳିବ ପାସ୍ ହେବାର ଆଉ ଏକ ସୁଯୋଗ, ଜାଣନ୍ତୁ କେମିତି?

Published By : Prameya-News7 Bureau | October 28, 2020 IST

ପାଟନା: ୨୮/୧୦: ସିବିଏସଇର ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ବୋର୍ଡ ପରୀକ୍ଷାରେ ୨୦୧୫ରୁ ୨୦୨୦ ପର୍ଯ୍ୟନ୍ତ ଅସଫଳ ପରୀକ୍ଷାର୍ଥୀଙ୍କୁ ବାର୍ଷିକ ପରୀକ୍ଷା ୨୦୨୧ରେ ସାମିଲ ହେବା ପାଇଁ ସିବିଏସଇ ଦେବାକୁ ଯାଉଛି ଏକ ସୁଯୋଗ । ଯେଉଁ ପରୀକ୍ଷାର୍ଥୀ ୨୦୧୫ ବୋର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ନାହାନ୍ତି ସେମାନେ ମଧ୍ୟ ୨୦୨୧ ବାର୍ଷିକ ପରୀକ୍ଷାରେ ସାମିଲ ହୋଇପାରିବେ। ତେବେ ବୋର୍ଡ ଦଶମ ଓ ଦ୍ବାଦଶ ଶ୍ରେଣୀ ପ୍ରାଇଭେଟ୍ ବିଦ୍ୟାର୍ଥୀଙ୍କ ପାଇଁ ପରୀକ୍ଷା ଫର୍ମର ତାରିଖ ମଧ୍ୟ ଜାରି କରିଛି।

ପ୍ରାଇଭେଟ୍ ପରୀକ୍ଷାର୍ଥୀ ନଭେମ୍ବର ୧୧ ପର୍ଯ୍ୟନ୍ତ ଫର୍ମ ପୂରଣ କରିପାରିବେ। ଏ ପାଇଁ ତାଙ୍କୁ ୧୫ ଶହ ଟଙ୍କା ଦେବାକୁ ପଡ଼ିବ। ଏହା ସହ ବିଳମ୍ବିତ ଶୁକ୍ଳ ସହ ନଭେମ୍ବର ୨୧ ସୁଦ୍ଧା ଫର୍ମ ପୂରଣ କରିବାର ସୁବିଧା ରହିଛି। ଅବଶ୍ୟ ୨୦୨୧ ବାର୍ଷିକ ପରୀକ୍ଷା ନିୟମିତ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫର୍ମ ଅକ୍ଟୋବର ୩୦ ପର୍ଯ୍ୟନ୍ତ ରହିଛି। ବୋର୍ଡ ଅନୁସାରେ ବାର୍ଷିକ ପରୀକ୍ଷାରେ ଫେଲ ଛାତ୍ରଛାତ୍ରୀ ବାର୍ଷିକ ପରୀକ୍ଷା ୨୦୨୦ କମ୍ପାଣ୍ଟମେଣ୍ଟାଲରେ ସାମିଲ ପରୀକ୍ଷାର୍ଥୀ, ସେପ୍ଟେମ୍ବର ୨୦୨୦ କମ୍ପାଣ୍ଟମେଣ୍ଟାଲରେ ସାମିଲ ଛାତ୍ର ମଧ୍ୟ ପ୍ରାଇଭେଟ୍ ପରୀକ୍ଷାର୍ଥୀ ଭାବେ ଫର୍ମ ପୂରଣ କରିପାରିବେ।

ବୋର୍ଡ ଅନୁସାରେ ଯେଉଁ ପରୀକ୍ଷାର୍ଥୀ ବାର୍ଷିକ ପରୀକ୍ଷା ୨୦୨୦ରେ ମ୍ୟାଥମେଟିକ୍ସରେ ଫେଲ ହୋଇଥିବେ ସେମାନେ ମ୍ୟାଥମେଟିକ୍ସ ବେସିକ ପରୀକ୍ଷାରେ ସାମିଲ ହୋଇପାରିବେ। ବୋର୍ଡ ମ୍ୟାଥମେଟିକ୍ସ ଷ୍ଟାଣ୍ଡାର୍ଡ ପରୀକ୍ଷାର୍ଥୀଙ୍କୁ ଷ୍ଟାଣ୍ଡର୍ଡ ଓ ବେସିକ ଦୁଇଟିରେ ସାମିଲ ହେବାର ସୁଯୋଗ ଦେଇଛି। ସିବିଏସଇ ପ୍ରଥମଥର ପାଇଁ ଛଅ ବର୍ଷ ପର୍ଯ୍ୟନ୍ତ ଫେଲ ଛାତ୍ରଙ୍କୁ ବୋର୍ଡ ପରୀକ୍ଷାରେ ସାମିଲ ହେବାର ସୁଯୋଗ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.