Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସହକାରୀ ରାଜସ୍ବ ନିରୀକ୍ଷକ

28/11/2019 at 5:11 PM

ଖୋର୍ଦ୍ଧା ୨୮।୧୧: ଭିଜିଲାନ୍ସ ଜାଲରେ ସହକାରୀ ରାଜସ୍ବ ନିରୀକ୍ଷକ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ତହସିଲ ଅନ୍ତର୍ଗତ ପିଚୁକୁଳି ସହକାରୀ ରାଜସ୍ବ ନିରୀକ୍ଷକ କୃଷ୍ଣ ଚନ୍ଦ୍ର ସେଠୀ  ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଉତ୍ତରାଧିକାରୀ ପ୍ରମାଣପତ୍ର କରିବାପାଇଁ ସେହି ଅଂଚଳର ଅକ୍ଷୟ କୁମାର ରାଉତଙ୍କଠାରୁ ଦଲାଲ ମାଧ୍ୟମରେ ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିଲେ ।

ଅକ୍ଷୟଙ୍କ ଜେଜେବାପାଙ୍କର ଦୀର୍ଘ ୨୦ବର୍ଷ ତଳୁ ମୃତ୍ୟୁ ହୋଇଥିଲେ ତାଙ୍କର ଉତ୍ତରାଧିକାରୀ ପ୍ରମାଣପତ୍ର କରାଇଦେବାକୁ ରାଜସ୍ବ ଅଧିକାରୀ ୨ହଜାର ଟଙ୍କା ଦଲାଲ ମାଧ୍ୟମରେ ଦାବି କରୁଥିଲେ । ଏହି ଲାଞ୍ଚ ଟଙ୍କା ନେଉଥିବା ବେଳେ ପୂର୍ବରୁ ସେଠାରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡି ଗିରଫ ହୋଇଛନ୍ତି ।

   Related Posts