୧୬ ତାରିଖରୁ ଶିକ୍ଷା ଓ ଅନୁସଂଧାନ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ହେବ ଦି ଆସୋସିଏସନ ଅଫ ଇଣ୍ଡିଆନ ୟୁନିଭର୍ସିଟିଜର ୯୩ ତମ ବାର୍ଷିକ ସାଧାରଣ ସଭା, ଯୋଗଦେବେ ୨୦୦ କୁଳପତି
15/02/2019 at 8:13 PM

ଭୁବନେଶ୍ବର୧୫|୨: ଶିକ୍ଷା ଓ ଅନୁସଂଧାନ ଡିମଡ ଟୁ ବି ବିଶ୍ବବିଦ୍ୟାଳୟ ରେ ଅନୁଷ୍ଠିତ ହେବ ଦି ଆସୋସିଏସନ ଅଫ ଇଣ୍ଡିଆନ ୟୁନିଭର୍ସିଟିଜର ୯୩ ତମ ବାର୍ଷିକ ସାଧାରଣ ସଭା । ଏହି ସମ୍ମିଳନୀରେ ଯୋଗଦେବେ ଦେଶର ବିଭିନ୍ନ ବିଶ୍ବବିଦ୍ୟାଳୟର ପ୍ରାୟ ୨୦୦ କୁଳପତି । ତେବେ,ଏଭଳି ସମ୍ମିଳନିରେ ଯୋଗଦେଇlଥିବା ପ୍ରତିଷ୍ଠିତ ବ୍ୟକ୍ତିମାନେ ନେଇଥାନ୍ତି ଅନେକ ଗୁରୁତ୍ବପୁର୍ଣ ନିଷ୍ପତି ।ଯାହା ପରବର୍ତୀ କାଳରେ ନୀତିଗତ ନିଷ୍ପତିରେ ପରିଣତ ହୋଇଥାଏ ।ତେଣୁ ଏଭଳି ସମ୍ମିଳନୀ ବେଶ ଗୁରୁତ୍ବ ବହନ କରିଥାଏ ।ତେବେ ଚଳିତ ବର୍ଷର ସମ୍ମିଳନୀର ପ୍ରସଙ୍ଗ ରହିଛି ଅଟୋନୋମି ଫର ଏକ୍ସଲେନ୍ସ ଇନ ହାୟର ଏଜୁକେସନ୍ ବା ଉଚ୍ଚଶିକ୍ଷା କ୍ଷେତ୍ରରେ ଉତ୍କର୍ଷ

ଶିକ୍ଷା ଓ ଅନୁସନ୍ଧାନ ଡିମଡ ଟୁବି ୟୁନିର୍ଭସିଟି ପକ୍ଷରୁ ଆୟୋଜିତ ହେଉଛି ଦି ଆସୋସିଏସନ ଅଫ ଇଣ୍ଡିଆନ ୟୁନିଭର୍ସିଟିଜର ୯୩ ତମ ବାର୍ଷିକ ସାଧାରଣ ସଭା । ସୋଆ ୟୁନିର୍ଭସିଟି କ୍ୟାମ୍ପସ ୨ ରେ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ସମ୍ମିଳନୀ । ତେବେ ଚଳିତ ବର୍ଷର ପ୍ରସଙ୍ଗ ରହିଛି ଅଟୋନୋମି ଫର ଏକ୍ସଲେନ୍ସ ଇନ ହାୟର ଏଜୁକେସନ୍ । ଏହି ଅବସରରେ ଅନୁଷ୍ଠିତ ହେବ ତିନିଟି ଅଧିବେଶନ ।

ମୁଖ୍ୟତଃ ବେଂଚ ମାର୍କିଂ ଏକ୍ସଲେନ୍ସ ଇନ ହାୟର ଏଜୁକେସନ: ଟିଚିଂ ,ରିସର୍ଚ ,ସୋସିଆଲ ଡେଭଲପମେଣ୍ଟ ଆଣ୍ଡ କମ୍ୟୁନିଟି ଏନଗେଜମେଣ୍ଟ ।୨ୟରେ ପ୍ରମୋସନ ଅଫ୍ ସ୍ପୋର୍ଟସ ଆଣ୍ଡ ସ୍ପୋର୍ଟସ କଲଚର ଇନ ହାୟର ଏଜୁକେସନ ଏବଂ ଫୋରଥ ଇଣ୍ଡଷ୍ଟ୍ରିଆଲ ରିଭୋଲ୍ୟୁସନ : ଚ୍ୟାଲେ଼ଂଜେସ ଫର ଆଣ୍ଡ ରେସପନନ୍ସ ଅଫ ହାୟର ଏଜୁକେସନ -ଏସବୁ ଉପରେ ହେବ ବିସ୍ତୃତ ଆଲୋଚନା
ତେବେ ଏହି ସମ୍ମିଳନୀରେ ଯୋଗଦେବେ ଦେଶ ର ବିଭିନ୍ନ ବିଶ୍ବବିଦ୍ୟାଳୟର ପ୍ରାୟ ୨୦୦କୁଳପତି । ଏଥିସହ ଏମଏଚଆରଡି, ୟୁଜିସି,ଏଆଇସିଟିଇ ,କାଉନସିଲ ଅଫ ଆର୍କିଟେକଚର ,ଏବଂ ଅନ୍ୟ କାଉନସିଲ ଏବଂ ବିଭିନ୍ନ ଉଚ୍ଚଶିକ୍ଷା ବିଭାଗର ବରିଷ୍ଠ କର୍ମକର୍ତା ମଧ୍ୟ ଯୋଗଦେବେ ।ତେବେ ବର୍ତମାନ ପର୍ଯ୍ୟନ୍ତ ଭାରତର ବିଶ୍ବବିଦ୍ୟାଳୟ ଗୁଡିକ ଆବଶ୍ୟକୀୟ ଅଟୋନୋମି ଦିଆଯାଇନାହିଁ ଯାହା ଦ୍ବାରା ଏମାନେ ବିଶ୍ବସ୍ତରରେ ଆଦୃତ ହେବା ପାଇଁ ଏପର୍ଯ୍ୟନ୍ତ ସକ୍ଷମ ହୋଇ ପାରିନାହାନ୍ତି ।
ଦେଶର ସାମାଜିକ ଏବଂ ଅର୍ଥନୈତିକ ପରିବର୍ତନ କ୍ଷେତ୍ରରେ ଭାରତୀୟ ବିଶ୍ବବିଦ୍ୟାଳୟ ଗୁଡିକର ରହିଛି ପ୍ରମୁଖ ଭୁମିକା ।ତେଣୁ ,ଏଭଳି ସମ୍ମିଳନୀରେ ଯୋଗଦେଇଥିବା ପ୍ରତିଷ୍ଠିତ ବ୍ୟକ୍ତିମାନେ ନେଇଥାନ୍ତି ଅନେକ ଗୁରୁତ୍ବପୁର୍ଣ ନିଷ୍ପତି ।ଯାହା ପରବର୍ତୀ କାଳରେ ନୀତିଗତ ନିଷ୍ପତିରେ ପରିଣତ ହେବାର ଦେଖିବାକୁ ମିଳେ ।ତେଣୁ ଏଭଳି ସମ୍ମିଳନି ବେସ ଗୁରୁତ୍ବ ବହନ କରିଥାଏ ।