Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||
  • ଆଜି ୧୨ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ, ଗାଡ଼ି ଚଳାଚଳ ପ୍ରଭାବିତ
  • ||

ଝରାଫୁଲ ମୃତ୍ୟୁ ରହସ୍ୟର ଫିଟିବ ଗୁମର ! ବନ୍ଧାହେଲା ମୁଖ୍ୟ ଅଭିଯୁକ୍ତ ରାକେଶର ସହଯୋଗୀ ଶକ୍ତି

22/04/2021 at 11:45 AM

ଯାଜପୁର ୨୨।୪: ଯାଜପୁର ଜିଲ୍ଲା ମୂଳାପାଳଠାରେ ଘଟିଥିବା ବହୁ ଚର୍ଚ୍ଚିତ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଯୁକ୍ତ ତିନି ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ରାକେଶର ସହଯୋଗୀ ଶକ୍ତି ସ୍ବାଇଁ ଗିରଫ ହୋଇଛି । ଭୁବନେଶ୍ବରରୁ ଶକ୍ତିକୁ ଗିରଫ କରିଛି ଯାଜପୁର ପୋଲିସ । ଘଟଣା ପରଠାରୁ ଶକ୍ତି ଫେରାର ହୋଇଯାଇଥିଲା । ତେବେ ତାକୁ ଧରିବା ପାଇଁ ଯାଜପୁର ପୋଲିସ ଅପ୍ରାଣ ଉଦ୍ୟମ ଜାରି ରଖିଥିଲା । ଶେଷରେ ପୋଲିସ ହାତରେ ଧରାପଡିଛି ଶକ୍ତି । ତେବେ ଗତ ୧୨ ତାରିଖରେ ଝରାଫୁଲ ମୃତ୍ୟୁ ମାମଲାରେ ସାମିଲ ଥିବା ଅନ୍ୟ ଜଣେ ଅଭିଯୁକ୍ତ ଭୁବନେଶ୍ବର ସୁନ୍ଦରପଦା ଅଞ୍ଚଳର ଅମରେଶ ରାଉତକୁ ଗିରଫ କରିଥିଲା କୁଆଖିଆ ପୋଲିସ । ଅମରେଶ ହୋଟେଲ ବୁକ୍ କାର୍ଯ୍ୟରେ ସହଯୋଗ କରିବା ସହିତ ଝରାଫୁଲ ଥିବା ରୁମରେ କିଛି ସମୟ ବିତାଇଥିଲା । ଘଟଣା ପରଠାରୁ ଅମରେଶ ମଧ୍ୟ ଫେରାର ଥିଲା ।

ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ୨୭ ତାରିଖ ସକାଳେ କୂଆଖିଆ ଥାନା ମୂଳାପାଳ ଛକ ନିକଟରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲଙ୍କ ମୃତଦେହକୁ ରାସ୍ତା କଡରୁ ଉଦ୍ଧାର କରାଯାଇଥିଲା । ଅଜଣା ମୃତଦେହ ରାସ୍ତାକଡ଼ରେ ପଡ଼ିଥିବା ଦେଖିଥିଲେ ସ୍ଥାନୀୟ ଲୋକେ । ହେଲେ କିଏ ଏହି ଯୁବତୀ ତାଙ୍କ ପରିଚୟ ପ୍ରଥମେ ମିଳିପାରିନଥିଲା । ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ପୋଲିସ ପହଞ୍ଚି ପାଖରେ ପଡିଥିବା ଯୁବତୀଙ୍କ ଭ୍ୟାନିଟି ବ୍ୟାଗ୍‌ ଖୋଜିବା ପରେ ତାଙ୍କ ମୋବାଇଲ୍‌ ମିଳିଥିଲା । ଆଉ ସେଥିରୁ ହିଁ ପୋଲିସ ପାଇଥିଲା ତାଙ୍କ ପରିଚୟ । ମୃତ ଯୁବତୀ ଜଣଙ୍କ ମୟୂରଭଞ୍ଜ ଯଶୀପୁର ଥାନା ତରୁଣ୍ଡେଇପଶି ଗାଁର ରମାକାନ୍ତ ନାୟକଙ୍କ ଝିଅ ଝରାଫୁଲ ନାୟକ ବୋଲି ପୋଲିସ ଜାଣିପାରିଥିଲା । ସେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର +୩ ଦ୍ବିତୀୟ ବର୍ଷର ଛାତ୍ରୀ ବୋଲି ଜଣାପଡିଥିଲା ।

ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହିତ ଘଟଣାର ତଦନ୍ତ କରି ଝରାଫୁଲର ପୁରୁଷ ବନ୍ଧୁ ରାକେଶ ସ୍ବାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଝରାଫୁଲ ମୃତଦେହକୁ ଭୁବନେଶ୍ବରର ଏକ ହୋଟେଲରୁ ଏକ ସ୍କୁଟି ଯୋଗେ ବୋହି ନେବାରେ ସହଯୋଗ କରିଥିବା ଶକ୍ତି ସ୍ବାଇଁ ଫେରାର ଥିବା ବେଳେ ବୁଧବାର ଦିନ ପୋଲିସ ତାକୁ ଗିରଫ କରିବାରେ ସଫଳ ହୋଇଛି । ତେବେ ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତ ଧରାପଡିବା ପରେ ଏକ ପ୍ରକାର ଘଟଣା ଉପରୁ ପରଦା ଉଠିବ ବୋଲି ଚର୍ଚ୍ଚା ହେଉଛି ।

   Related Posts