ଲାଲ୍ ହିଂସାରେ ମୃତକଙ୍କ ଆତ୍ମୀୟଙ୍କୁ ସହାୟତା, ୮ ପରିବାରକୁ ମିଳିଲା ୨୪ ଲକ୍ଷ ଟଙ୍କା

Published By : Prameya-News7 Bureau | December 26, 2019 IST

ନୂଆପଡ଼ା୨୬/୧୨: ମାଓବାଦୀଙ୍କଗୁଳିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ସହାୟତା । ନୂଆପଡା ଜିଲ୍ଲା ପ୍ରଶାସନ ତରଫରୁ ୮ଟି ପରିବାରକୁ ୩ଲକ୍ଷ ଲେଖାଏ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ନୂଆପଡା ଜିଲ୍ଲାର ୪ଟି ବ୍ଲକକୁ ମାଓ ଅଧ୍ୟୁଷିତ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଥିବା ବେଳେ ବିଭିନ୍ନ ସମୟରେ ଅନେକ ନିରିହ ସାଧାରଣ ଜନତାଙ୍କୁ ହତ୍ୟା କରି ମାଓବାଦୀ ପୋଲିସକୁ ଚ୍ୟାଲେଞ୍ଜ କରିଛନ୍ତି ।

ଜିଲ୍ଲାରେ ସର୍ବାଧିକ କୋମନା ବ୍ଲକରେ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସିନାପାଲିର ଜଣେ, ବୋଡେନର ଦୁଇଜଣ ଓ ସଦର ବ୍ଲକର ତିନିଜଣ ମାଓ ଆକ୍ରମଣର ଶିକାର ହୋଇଛନ୍ତି । ସେମାନଙ୍କ ପରିବାର ଓ ପିଲାଙ୍କ ଭବିଷ୍ୟତ ଓ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଆଠଜଣ କ୍ଷତିଗ୍ରସ୍ତ ପରିବାରକୁ ତିନିଲକ୍ଷ ଲେଖାଏଁ ଚେକ ପ୍ରଦାନ କରାଯାଇଛି । ଏହି ଟଙ୍କା ତିନି ବର୍ଷ ପାଇଁ ଫିକ୍ସ ରହିବ । ୩ ବର୍ଷ ପରେ ସେମାନଙ୍କ ଉତ୍ତରାଧିକାରୀଙ୍କ ଆକାଉଣ୍ଟରେ ସୁଧ ସହ ଟଙ୍କା ଜମା କରାଯିବ । ତେବେ ଖୁବ୍ ଶୀଘ୍ର ବାକି ଛଅ  ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.