Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ଆତ୍ମସମର୍ପଣ କରିଥିବା ଏସିସିଏମ କ୍ୟାଡର ନକ୍ସଲଙ୍କୁ ସହାୟତା ପ୍ରଦାନ, ୨ଲକ୍ଷ ୫୦ ହଜାର ସହ ମିଳିଲା ଘର

2/08/2021 at 12:54 AM

କୋରାପୁଟ, ୦୨/୦୮: ଓଡ଼ିଶା ପୋଲିସ ପକ୍ଷରୁ ପୂର୍ବ ନିର୍ଦ୍ଧାରିତ ନିୟମ ଅନୁସାରେ ଆତ୍ମସମର୍ପଣ କରିଥିବା ଏସିସିଏମ କ୍ୟାଡର ନକ୍ସଲ ରାମେ ମାଡକାମି ଓ ତୁଲସା ହୁଇକାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ରାମେ ମାଡକାମୀ ଓ ତୁଲସା ହୁଇକାଙ୍କୁ ଦୁଇ ଲକ୍ଷ ୫୦ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏହାସହ ୯୮ ହଜାର ଟଙ୍କା, ଘର, ଶିକ୍ଷା ଓ ବୈବାହିକ ଜୀବନ ପାଇଁ  ପ୍ରଦାନ କରାଯାଇଛି । ରାମେ ଗତବର୍ଷ ଡିସେମ୍ବର ମାସରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ ।

୭ବର୍ଷ ପରେ ଫେବ୍ରୁଆରୀ ମାସରେ ପରିବାରବର୍ଗଙ୍କ ନିକଟକୁ ଫେରିଥିଲେ ରାମେ। ଗତବର୍ଷ ଆନ୍ଧ୍ର ପ୍ରଦେଶ ପେଡା ବାଇଲୁ ଅଧୀନରେ ରହିଥିବା ଲାଣ୍ଡୁଲ ଗାଁରେ ପୋଲିସ-ମାଓବାଦୀଙ୍କ ଗୁଳି ବିନିମୟ ବେଳେ ରାମେଙ୍କ ଦେହରେ ଗୁଳି ବାଜିଥିଲା। ସେ ବହୁ ହିଂସାକାଣ୍ଡରେ ସଂପୃକ୍ତି ଥିଲାବେଳେ ତାଙ୍କ ନାମରେ ୧୦ରୁ ଅଧିକ ମାମଲା ରହିଥିଲା। ମାଓନେତା ଆରକେର ସୁରକ୍ଷା ଦାୟିତ୍ବରେ ରହିଥିବା ରାମେଙ୍କ ନାମରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।

ଅନ୍ୟପକ୍ଷରେ ଡିଜିପି ଅଭୟଙ୍କ ନିକଟରେ ବୈପାରିଗୁଡା ଏରିଆ କମିଟି କ୍ୟାଡର ମାଓବାଦୀ ତୁଲାସେ ହୁଇକା ଓରଫ ତୁଲସୋଙ୍କୁ ମଧ୍ୟ ଆର୍ଥିକ ସହଯୋଗ ପ୍ରଦାନ କରାଯାଇଛି । ୨୦୧୨ ମସିହାରେ ୧୩ ବର୍ଷ ବୟସରେ ମାଓବାଦରେ ଯୋଗ ଦେଇଥିଲେ ତୁଲସେ । କୋରାପୁଟ ଜିଲ୍ଲା ପୋଲିସ ମୂଖ୍ୟାଳୟରେ କୋରାପୁଟ ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଠପାଲି ଅନୁଦାନ ଅର୍ଥ ଉଭୟଙ୍କୁ ପ୍ରଦାନ କରିଛନ୍ତି ।

   Related Posts