‘ତମ ଲିପ୍ଷ୍ଟିକ୍ ଭଲ ଲାଗୁଛି’… ବିଚରା ଏଏସଆଇ ସସ୍ପେଣ୍ଡ୍, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
9/01/2020 at 2:42 PM

ନୂଆଦିଲ୍ଲୀ୯/୧: ମହିଳାଙ୍କୁ କମେଣ୍ଟ କରି ନାମ ନେଲେ ଆସିଷ୍ଟାଣ୍ଟ ସବ୍-ଇନ୍ସ୍ପେକ୍ଟର। ମହିଳାଙ୍କ ଅଭିଯୋଗ ଅନୁସାରେ ରାସ୍ତାରେ ଯିବାବେଳେ ଆସିଷ୍ଟାଣ୍ଟ ସବ୍-ଇନ୍ସ୍ପେକ୍ଟର ମହିଳାଙ୍କ ଲିପ୍ଷ୍ଟିକ୍କୁ ନେଇ କମେଣ୍ଟ କରିଥିଲେ। ‘ତମ ଲିପ୍ଷ୍ଟିକ୍ ବହୁତ ଭଲ ଲାଗୁଛି’ ବୋଲି ପୋଲିସ ବାବୁ ମହିଳାଙ୍କୁ କହିଥିଲେ। ଏହା ପରେ ରାସ୍ତା ମଝିରେ ଆରମ୍ଭ ହୋଇଯାଇଥିଲା ହୋ ହାଲ୍ଲା। ସ୍ଥାନୀୟ ଲୋକ ଓ ୨/୩ ଜଣ ମହିଳା ଏଏସଆଇଙ୍କୁ ଘେରି ଯାଇଥିଲେ।
courtesy- Times of India
ଏମିତି କାହିଁକି କହିଲେ ବୋଲି ସ୍ଥାନୀୟ ଲୋକେ ଏଏସଆଇଙ୍କୁ ପ୍ରଶ୍ନ କରିଥିଲେ। ସର୍ବସାଧାରଣରେ ଜଣେ ମହିଳାଙ୍କ ଉପରେ ଏମିତି ଅଶାଳୀନ ମନ୍ତବ୍ୟ ଦେବା ଜଘନ୍ୟ ଅପରାଧ ବୋଲି ସ୍ଥାନୀୟ ଲୋକେ କହିଥିଲେ। ଖାଲି ସେତିକି ନୁହେଁ ପୋଲିସ ବାବୁଙ୍କ ଏହି କଳାକାରନାମର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି।
ଭାଇରାଲ ଭିଡିଓ ଅନୁସାରେ ପୋଲିସ ବାବୁ ମହିଳାଙ୍କ ଗୋଡ଼ଧରି ଭୁଲ୍ ମାଗୁଛନ୍ତି। ଏପରି କି ଯାହା କହିଛି ଭୁଲ୍ କହିଛି ବୋଲି ଏଏସଆଇ ମହାଶୟ କହୁଛନ୍ତି। ଘଟଣାସ୍ଥଳରେ କେହି ଜଣେ ପୋଲିସ ବାବୁଙ୍କୁ ତାଙ୍କ ନାଁ ପଚାରିଥିଲେ। ଉତ୍ତରରେ ପୋଲିସ ବାବୁ କହିଥିଲେ ତାଙ୍କ ନାଁ ଜୟ ଶ୍ରୀରାମ। ତମ ଲିପ୍ଷ୍ଟିକ୍ ଭଲ ଲାଗୁଛି କହି ଚାକିରିରୁ ସସ୍ପେଣ୍ଡ୍ ହୋଇଛନ୍ତି ବିଚରା ଏଏସଆଇ।