Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

କାମାନ୍ଧ ସହକାରୀ ଯନ୍ତ୍ରୀଙ୍କ କଳା କାରନାମା: ଅଷ୍ଟମ ଶ୍ରେଣୀ ନାବାଳିକା ଛାତ୍ରୀକୁ ଟେକି ନେଇ ଦୁଷ୍କର୍ମ, ଧରିଲା ପୋଲିସ

9/09/2020 at 3:27 PM

ଢେଙ୍କାନାଳ ୦୯।୦୯:  ସହକାରୀ ଯନ୍ତ୍ରୀଙ୍କ ଜଘନ୍ୟ କାଣ୍ଡ । ଯାହାକୁ ନେଇ ଢେଙ୍କାନାଳରେ ଚର୍ଚ୍ଚା ଜୋର ଧରିଛି । ଏହି ସରକାରୀ ବାବୁ ଜଣଙ୍କ ନିଜ କାମ ବାସନାରେ ଅନ୍ଧ ହୋଇ ଘଟାଇଛନ୍ତି ଏକ ଲଜ୍ୟାଜନଜ ଘଟଣା। ଜଣେ ସାଙ୍ଗ ସହ ମିଶି ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ତାଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ ହୋଇଛି। ପଂଚାୟତ ରାଜ ବିଭାଗ ଅଧୀନରେ କାର୍ଯ୍ୟରତ ଏହି ସହକାରୀ ଯନ୍ତ୍ରୀ ଜଣଙ୍କ କ୍ଷମାସାଗର ସିଂ ବୋଲି ଜଣାପଡିଛି । ସେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ।

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା କୀର୍ତ୍ତନପୁର ଅଞ୍ଚଳର ଛାତ୍ରୀଙ୍କ ଘରେ କେହି ନଥିବା ସମୟରେ ଏହି ସହକାରୀ ଯନ୍ତ୍ରୀ ଜଣଙ୍କ ତାଙ୍କ ସାଙ୍ଗକୁ ଧରି ଘରେ ପଶି ଏପରି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି । ପୀଡିତା ନାବାଳିକା ଛାତ୍ରୀଙ୍କ ପରିବାର ପକ୍ଷରୁ କଙ୍କଡାହାଡ଼ ଥାନାରେ ଅଭିଯୋଗ ମୁତାବକ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି ।

ସୂଚନା ମୁତାବକ, ଗତ ୭ ତାରିଖ ସୋମବାର ଅପରାହ୍ନ ପ୍ରାୟ ୫ଟା ସମୟରେ ନାବାଳିକାଙ୍କ ଘରେ କେହି ନଥିଲେ । ଏହି ସମୟରେ ନାବାଳିକା ଜଣଙ୍କ ଘର ପାଖରେ ଛେଳି ଚରାଉଥିବା ବେଳେ ଏହି ସହକାରୀ ଯନ୍ତ୍ରୀ  କ୍ଷମା ସାଗର ସିଂ ଓ ତାଙ୍କ ସାଙ୍ଗ ଦିନେଶ ସିଂ ଛାତ୍ରୀଙ୍କୁ ଉଠାଇ ନେଇ ବଳପୂର୍ବକ ଦୁଷ୍କର୍ମ କରିଥିଲେ । ତେବେ ଏ ବିଷୟରେ କାହାକୁ ଜଣାଇଲେ ଜୀବନରେ ମାରି ଦେବାକୁ ପୀଡିତା ନାବାଳିକାଙ୍କୁ ଧମକ  ଦେଇଥିଲେ। ଏହି ସମୟରେ ଗ୍ରାମର ୩ଜଣ ଶିଶୁ ଏଘଟଣାକୁ ଦେଖିବା ପରେ ପୀଡିତାଙ୍କୁ ଉଦ୍ଧାର କରିବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ।

ଏହା ପରେ ପୀଡିତା ଘରେ ମାଆଙ୍କୁ ଏ ବିଷୟରେ ଜଣାଇବା ପରେ ପରିବାର ବର୍ଗ ପକ୍ଷରୁ କଙ୍କଡାହାଡ ଥାନାର ଗତକାଲି ଲିଖିତ ଅଭିଯୋଗ କରିଥିଲେ। ତେବେ ଅଭିଯୋଗ ପରେ କଙ୍କଡାହାଡ଼ ପୁଲିସ ତନାଘନା ତଦନ୍ତ ଅରମ୍ଭ କରିଛି। ଆଜି  ପୋଲିସ ପୀଡିତାଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଇଥିବା ଜଣା ପଡିଛି । ସେପଟେ ଅଭିଯୁକ୍ତ ସହକାରୀ ଯନ୍ତ୍ରୀ କ୍ଷମା ସାଗର ସିଂକୁ ପୁଲିସ କାବୁ କରି ଅନୁଗୁଳ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି ।

   Related Posts