Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମାକ୍ଷାନଗର : IGIT କଲେଜରେ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ହାତାହାତି, ହଷ୍ଟେଲରେ ପସି ଭଙ୍ଗାରୁଜା
  • ||
  • ଅଖିଳେଶ ଯାଦବ କରୋନା ପଜିଟିଭ୍‌, ନିଜେ ଟ୍ୱିଟ୍‌ କରି ଦେଲେ ସୂଚନା
  • ||
  • ବାଙ୍କୀ : ଶୌଚ ପାଇଁ ଯିବାବେଳେ କଚାଡି ଦେଲା ଦନ୍ତା, ଜଣେ ଗୁରୁତର
  • ||
  • ଭୁବନ : ୨ ଦିନ ପାଇଁ କଲେଜ ସଟ୍‌ଡାଉନ୍, କରୋନା ସଂକ୍ରମିତ ଚିହ୍ନଟ ପରେ ପଦକ୍ଷେପ‌
  • ||
  • ରାଜ୍ୟରେ କରୋନା ନେଲା ଆଉ ୩ ଜଣଙ୍କ ଜୀବନ, ୧୯୩୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ବଢ଼ି ଚାଲିଛି କରୋନା ସଂକ୍ରମଣ, ମହାରାଷ୍ଟ୍ରରେ ଆଜିଠାରୁ ମେ ପହିଲା ପର୍ଯ୍ୟନ୍ତ ୧୪୪ ଧାରା
  • ||
  • ଜଗତସିଂହପୁର : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି : ମା ଶାରଳାଙ୍କ ପୀଠରେ ଲାଗୁ ହେଲା ୧୪୪ ଧାରା, ନୀତି ସମ୍ପନ୍ନ କରିବେ ସେବାୟତ
  • ||
  • ବାରଙ୍ଗ : ନନ୍ଦନକାନନକୁ ନୂଆ ଅତିଥି, ଦ୍ୱିତୀୟ ଥର ପାଇଁ ମା ହେଲା ବାଘୁଣୀ ମେଘା
  • ||
  • ୨ହଜାର ଟପିଲା ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୨୨୬୭ ପଜିଟିଭ୍ ଚିହ୍ନଟ
  • ||

ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ

9/03/2021 at 10:04 AM

ସୁନ୍ଦରଗଡ ୯।୩: ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି । ସୁନ୍ଦରଗଡ ଜିଲ୍ଲା ବଡଗାଁ ବ୍ଲକ୍ ସହକାରୀ ଯନ୍ତ୍ରୀ ହେଉଛନ୍ତି ପର୍ଶୁରାମ ନାଏକ । ଏକକାଳୀନ ୩ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ଜିଲ୍ଲା ବଡଗାଁ ବ୍ଲକ୍‌ର ସହକାରୀ ଯନ୍ତ୍ରୀ ପର୍ଶୁରାମ ନାଏକଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ସୁନ୍ଦରଗଡ ଭିଜିଲାନ୍ସ ଟିମ୍ ମଙ୍ଗଳବାର ଦିନ ତାଙ୍କ ବାସଭବନରେ ଚଢାଉ କରିଛି । ପର୍ଶୁରାମଙ୍କ ରଙ୍ଗାଢିପା ସ୍ଥିତ ବାସଭବନ, ପୈତୃକ ଗ୍ରାମ ଲେଫ୍ରିପଡା ସ୍ଥିତ ବାସଭବନ ସହ ତାଙ୍କ ବଡଗାଁ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ଚଢାଉ ଜାରି ରଖିଛି ।

ଏପର୍ଯ୍ୟନ୍ତ ପର୍ଶୁରାମଙ୍କର କେତେ ସମ୍ପତ୍ତି ଠାବ ହୋଇଛି ସେ ନେଇ ଭିଜିଲାନ୍ସ ଟିମ୍ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତାଙ୍କ ଘରୁ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରି ତଦନ୍ତ ଜାରି ରଖିଛି ଭିଜିଲାନ୍ସ ଟିମ୍ ।

   Related Posts