ଭିଜିଲାନ୍ସ ଜାଲରେ ବ୍ଲକ୍ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ

Published By : Prameya-News7 Bureau | July 20, 2021 IST

ବାରିପଦା ୨୦।୭: ଭିଜିଲାନ୍ସ ଜାଲରେ ବ୍ଲକ୍ ସହକାରୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ୍ ସହକାରୀ ଯନ୍ତ୍ରୀ ଧୀରାୟ ମାଝୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ନିଜ ପୈତୃକ ଗ୍ରାମ ଶୁଳିଆପଦା ବ୍ଲକ୍ ଶୁଖୁଲାଖାଳି, କୋଷ୍ଠl ଛକବଜାର ସ୍ଥିତ ବାସଭବନ, ବାରିପଦା ସ୍ଥିତ ବାସଭବନରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ । ଚଢାଉ ବେଳେ ବହୁ ମୂଲ୍ୟବାନ କାଗଜପତ୍ର ଜବତ କରିଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢଉ ଜାରି ରହିଛି । ସମ୍ପତ୍ତିର ଆକଳନ କରୁଛି ଭିଜିଲାନ୍ସ ଟିମ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.