ଠକେଇ ମାମଲାରେ ଫାଇନାନ୍ସ କମ୍ପାନୀର ଆସିଷ୍ଟାଣ୍ଟ ବ୍ରାଞ୍ଚ୍ ମ୍ୟାନେଜର୍ ଗିରଫ

Published By : Prameya-News7 Bureau | June 12, 2019 IST

ସମ୍ବଲପୁର ୧୨|୬: ଠକେଇ ମାମଲାରେ ଫାଇନାନ୍ସ କମ୍ପାନୀର ଆସିଷ୍ଟାଣ୍ଟ ବ୍ରାଞ୍ଚ୍ ମ୍ୟାନେଜର୍ ଗିରଫ । ନିଜେ ପଇସା ରଖି ଚୋରି ହୋଇଗଲା ବୋଲି କହି ଥାନାରେ ଅଭିଯୋଗ କରିଥିଲେ ରେଙ୍ଗାଲି ପିପୁଲ୍ ଫୋରମ୍ ବ୍ୟାଙ୍କର ଆସିଷ୍ଟାଣ୍ଟ ବ୍ରାଞ୍ଚ୍ ମ୍ୟାନେଜର ଆକାଶ ଆଲୁ । ୫ ଲକ୍ଷ ୫୨ ହଜାର ୪୯୦ ଟଙ୍କା ନିଜେ ଅଭିନବ ଉପାୟରେ ଚୋରି କରି ରେଙ୍ଗାଲି ଥାନାରେ ଅଭିଯୋଗ କରିଥିଲେ । ଏହାସହ ଦର୍ଶାଇଥିଲେ କି ଆଖିରେ ଲଙ୍କା ଗୁଣ୍ଡ ପକାଇ କିଛି ଦୁର୍ବୃତ୍ତ ତାଙ୍କଠାରୁ ଟଙ୍କା ଲୁଟ୍ କରିଛନ୍ତି । ତେବେ ତଦନ୍ତ ପରେ ଅଭିଯୋଗ କାରୀ ଅଭିଯୁକ୍ତ ବୋଲି ଜାଣିବାକୁ ପାଇଥିଲା ପୋଲିସ୍ । ଗିରଫ ପରେ ଆଜି ତାଙ୍କୁ କୋର୍ଟ ଚାଲଣ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.