ଭିଜିଲାନ୍ସ ଜାଲରେ ସମବାୟ ସମିତି ଆସିଷ୍ଟାଣ୍ଟ ଆକାଉଣ୍ଟ ମ୍ୟାନେଜର, ୩ଟି ସ୍ଥାନରେ ଚାଲିଛି ଖୋଳତାଡ
29/12/2020 at 9:49 AM

ବଲାଙ୍ଗୀର ୨୯।୧୨: ଭିଜିଲାନ୍ସ ଜାଲରେ ପଡିଲେ ବଲାଙ୍ଗୀର କେନ୍ଦ୍ର ସମବାୟ ସମିତିର ଆସିଷ୍ଟାଣ୍ଟ ଆକାଉଣ୍ଟ ମ୍ୟାନେଜର । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଆସିଷ୍ଟାଣ୍ଟ ଆକାଉଣ୍ଟ ମ୍ୟାନେଜର ସୁଧୀର ନନ୍ଦଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି ।

ବଲାଙ୍ଗୀର ପ୍ୟାଲେସ ଲାଇନ୍ ସ୍ଥିତ ନିଜ ଘରେ, ରୁଗୁଡ଼ିପଡ଼ା ସ୍ଥିତ ସଂପର୍କୀୟଙ୍କ ଘରେ ଓ ବିଡିସିସି ବ୍ୟାଙ୍କରେ ଏକକାଳୀନ ଚଢାଉ ଜାରି ରହିଛି । ବଲାଙ୍ଗୀର, ବରଗଡ, ସୋନପୁର ଓ ସମ୍ବଲପୁରର ଭିଜିଲାନ୍ସ ଟିମ୍ ଖୋଳତାଡ କରୁଛି ।

ଚଢାଉ ବେଳେ ସୁନା, ନଗଦ ଟଙ୍କା, ୩ଟି ଜମି କାଗଜପତ୍ର , ବ୍ୟାଙ୍କ ପାସବୁକ୍ ଜବତ ହୋଇଛି । ଏକକାଳୀନ ୩ଟି ସ୍ଥାନରେ ରେଡ୍ ଚାଲିଥିବାରୁ ଏଯାଏଁ ସମ୍ପତ୍ତିର ଆକଳନ କରି ପାରିନି ଭିଜିଲାନ୍ସ ଟିମ୍ । ପୂର୍ବରୁ ସୁଧୀର ନନ୍ଦଙ୍କ ନାଁରେ ଅନେକ ଅଭିଯୋଗ ରହିଛି ।
Related Posts
ଆସିକା ପୋଲିସକୁ ବଡ ସଫଳତା, ୨୪ ଚୋରା ମୋଟର ସାଇକେଲ୍ ଜବତ, ୯ ଗିରଫ
16 January 2021