ଭଦ୍ରକରେ ନିର୍ମାଣ ଶ୍ରମିକଙ୍କୁ ଦିଆଗଲା ସହାୟତା...

Published By : Prameya-News7 Bureau | April 13, 2020 IST

ଭଦ୍ରକ୧୩/୪: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ଉନ୍ନତିମୂଳକ ଉଦକ୍ଷେପ ନେଇଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ରାଜ୍ୟର ସମସ୍ତ ଶ୍ରମ ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା ମିଳୁଛି। ପ୍ରତ୍ୟେକ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କାର ଆର୍ଥିକ ସହାୟତା ଯୋଗାଇଦିଆଯାଉଛି। ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକର ୯୭୦୨ ଜଣ ନିର୍ମାଣ ଶ୍ରମିକ ପଞ୍ଜିକୃତ ହୋଇଛନ୍ତି । ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ପ୍ରଥମେ ଖପରପଦା ପଞ୍ଚାୟତର ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ବ୍ଲକ ଅଧକ୍ଷ ଅଶୋକ ନାୟକ ଓ ଖାପରପଦା ସରପଞ୍ଚ ଗୟାଧର ନାୟକ । ତେବେ ଏହି ଆର୍ଥିକ ସହାୟତା ନିର୍ମାଣ ଶ୍ରମିକଙ୍କ ଘରେ ଯୋଗାଇଦିଆଯାଉଛି । ତେବେ କୌଣସି ଏହ ସହାୟତା ପାଇଁ କୌଣସି ଦଲାଲ କିମ୍ବା ମଧ୍ୟସ୍ଥିଙ୍କୁ ବିଶ୍ବାସ ନକରିବା ପାଇଁ ମଧ୍ୟ ରାଜ୍ୟ ସରକାର ଅନୁରୋଧ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.