ଲକ୍‌ଡାଉନ୍‌ ପାଇଁ ଶ୍ରୀମନ୍ଦିର ସେବାୟତଙ୍କୁ ସହାୟତା: ୨୧୩୦ ପରିବାରର ବ୍ୟାଙ୍କ୍ ଖାତାକୁ ୫ ହଜାର ଲେଖାଁଏ ଅର୍ଥ

Published By : Prameya-News7 Bureau | April 17, 2020 IST

ପୁରୀ୧୭/୪: ଶ୍ରୀମନ୍ଦିର ପ୍ରଶାସନର କରୋନା ଲକଡ଼ାଉନ୍‌କୁ ଦୃଷ୍ଟିରେ ରଖି ସେବାୟତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ନୀତିକାନ୍ତି ସହ ଜଡ଼ିତ ଥିବା ପ୍ରତ୍ୟେକ ସେବାୟତଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ଆଜିଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି।

{"id":255898,"sizeSlug":"large"}

କରୋନା ଯୋଗୁଁ ପ୍ରଭାବିତ ହୋଇଥିବା ଶ୍ରୀମନ୍ଦିର ସେବାୟତଙ୍କ ପରିବାରକୁ ୫୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ। ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ସହାୟତା ଟଙ୍କା ପ୍ରଦାନ କରାଯିବ। କରୋନା ପାଇଁ ପ୍ରଥମ ପର୍ଯ୍ୟାୟରେ ମାର୍ଚ୍ଚ ୨୦ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୨୯ ରୁ ଏଯାବତ୍ ଶ୍ରୀମନ୍ଦିର ସମ୍ପୂର୍ଣ୍ଣ ଲକଡ଼ାଉନ୍ ହୋଇ ରହିଛି।

ଭକ୍ତଙ୍କ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ରହିଥିବା ବେଳେ କେବଳ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ସହ ଜଡ଼ିତ ପାଳିଆ ସେବାୟତଙ୍କ ପ୍ରବେଶ ସୁଯୋଗ ରହିଛି। ଭକ୍ତଶୂନ୍ୟ ହୋଇଥିବା ଶ୍ରୀମନ୍ଦିର ଯୋଗୁଁ ପ୍ରଭାବିତ ହୋଇଥିବା ୨୧୩୦ ସେବାୟତ ପରିବାରକୁ ଏହି ଆର୍ଥିକ ସହାୟତା ଦିଆଯିବ। ଯେଉଁ ସେବାୟତ ପରିବାରର ବ୍ୟାଙ୍କ ଆକାଉଣ୍ଟ ନଥିବ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେମାନଙ୍କ ଘରେ ନେଇ ଏହି ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ବୀମା କାର୍ଡଧାରୀଙ୍କୁ ଏହି ସହାୟତା ରାଶି ଦିଆଯାଉଥିବା ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି। ଶ୍ରୀମନ୍ଦିର ପ୍ରଶାସନର ଏଭଳି ନିଷ୍ପତ୍ତିକୁ ସେବାୟତ ନିଯୋଗ ପକ୍ଷରୁ ସ୍ୱାଗତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.