ବିକଳାନନ୍ଦ କର ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

Published By : Prameya-News7 Bureau | April 23, 2020 IST

ସାଲେପୁର ୨୩।୦୪ : କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ବିକଳାନନ୍ଦ କର ମେମୋରିଆଲ ଟ୍ରଷ୍ଟ ତରଫରୁ କରୋନା ର ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୋଭିଡ଼-୧୯ କୁ ୧ ଲକ୍ଷ ଟଙ୍କାର ଏକ ଡ୍ରାଫ୍ଟ ପ୍ରଦାନ କରାଯାଇଅଛି।ଏହି ଡ୍ରାଫ୍ଟ କୁ ରାଜ୍ୟ ଲୋକସେବା ଭବନ ଠାରେ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଅସିତ୍ କୁମାର ତ୍ରିପାଠୀ ଙ୍କୁ ଟ୍ରଷ୍ଟ ର ପ୍ରତିଷ୍ଠାତା ପ୍ରଶାନ୍ତ କୁମାର କର ପ୍ରଦାନ କରିଥିଲେ। ଏହା ସହ ଟ୍ରଷ୍ଟ ତରଫରୁ କରୋନା ର ମୁକାବିଲା ନିମନ୍ତେ ବିଭିନ୍ନ ଜନହିତକର କାର୍ଯ୍ୟର ଉଚ୍ଚ ପ୍ରଶଂସା କରିବା ସହ କରୋନା ପରିସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ଏ ଭଳି କାର୍ଯ୍ୟକ୍ରମ ଜାରି ରଖିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ।
..ପ୍ରଦୀପ ପରିଜା, ସାଲେପୁର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.