ଗ୍ଲାସେ ପାଣି ପାଇଁ ପାକିସ୍ତାନର ଜଣେ ମହିଳାଙ୍କୁ ୮ବର୍ଷ ଜେଲ ଦଣ୍ଡ- ଜେଲରେ ଚେନ୍‌ରେ ବାନ୍ଧି ନିର୍ଯାତନା

Published By : Prameya-News7 Bureau | February 26, 2020 IST

ଇସଲାମାବାଦ ୨୬।୦୨ - ଗ୍ଲାସେ ପାଣି ପାଇଁ ପାକିସ୍ତାନର ଜଣେ ମହିଳାଙ୍କୁ ୮ବର୍ଷ ଜେଲ ଦଣ୍ଡ । କେବଳ ଜେଲ ଦଣ୍ଡ ନୁହେଁ ତାଙ୍କୁ ଫାଶୀ ଦେବାକୁ ମଧ୍ୟ ଜୋରଦାର ଚାପ ପକାଇଥିଲେ ମୌଳବାଦୀ ମୁସଲମାନ ସଂଗଠନ । ଏକଥା ଶୁଣି ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ । ତେବେ ଏକଥା ସତ । ଧର୍ମୀୟ ଅପବାଦ ବା ପ୍ରଫେଟ୍‌ ମହମ୍ମଦଙ୍କୁ ଅପମାନ ଘଟମାରେ ଏମିତି ସାଂଘାତିକ ଦଣ୍ଡ ଭୋଗିଛନ୍ତି ପାକିସ୍ତାନର ଜଣେ ଖ୍ରୀଷ୍ଟିଆନ ମହିଳା ଆସିଆ ବିବି  । ଶେଷରେ ପାକିସ୍ତାନ ସୁପ୍ରିମକୋର୍ଟ ତାଙ୍କୁ ନିର୍ଦ୍ଦୋଷ ପ୍ରମାଣିତ କରିବା ପରେ ଏବେ କିଛିଦିନ ହେଲା କାନାଡାରେ ପରିବାର ସହ ରହିଆସୁଛନ୍ତି ।  ଜେଲେ କଟିଥିବା ୮ବର୍ଷ ଏବଂ ଏହି ଧର୍ମୀୟ ଅପବାଦ ଘଟଣାକୁ ନେଇ ଏକ ବହି ଲେଖିଛନ୍ତି ଆସିଆ ।ଯାହାର ପ୍ରମୋସନ ସେ ଫ୍ରାନ୍ସରେ କରୁଛନ୍ତି .

ପାଣି ଗ୍ଲାସ ପାଇଁ ୮ବର୍ଷ ଜେଲ ଦଣ୍ଡ । ପାକିସ୍ତାନରେ ଧର୍ମୀୟ ଅପବାଦରେ ୮ବର୍ଷ ଜେଲ୍‌ଦଣ୍ଡ ଭୋଗିଥିବା ମହିଳା ଆସିଆ  ବିବି ଏବେ ନିଜ ପୁସ୍ତକ ଏନଫିନ୍‌ ଲାଇବ୍ରି( enfine liber) ବା ଫାଇନାଲି ଫ୍ରି ବୁକ୍‌ ପ୍ରମୋସନରେ ବ୍ୟସ୍ତ । ୨ବର୍ଷ ହେଲା ପାକିସ୍ତାନ ଜେଲ୍‌ରୁ ମୁକ୍ତି ହେବା ପରେ କାନାଡାରେ ଶରଣାର୍ଥୀ ଭାବେ ରହୁଛନ୍ତି ଆସିଆ ବିବି । ତାଙ୍କ ପୁସ୍ତକ ଫାଇନାଲି ଫ୍ରିରେ ସେ ଲେଖିଛନ୍ତି କିଭଳି ତାଙ୍କୁ ଜେଲରେ  ଚେନ୍‌ରେ ବାନ୍ଧି ନିର୍ଯ୍ୟାତନା ମଧ୍ୟ ଦିଆଯାଇଥିଲା   । ଏହି ପୁସ୍ତକ ରଚନାରେ ତାଙ୍କୁ ସାହାଯ୍ୟ କରିଛନ୍ତି  ଫ୍ରାନ୍ସ  ସାମ୍ବାଦିକ ଆନି-ଇସାବେଲ ଟୋଲେଟ୍‌ ।

ପାକିସ୍ତାନରେ ବାପାମା ଓ ଅନ୍ୟ ସଂପର୍କୀୟଙ୍କୁ ଛାଡି ଆସିଥିବା ଆସିଆ ବିବି ନିଜ ଦେଶ ପାକିସ୍ତାନକୁ ଫେରିବାକୁ  ମଧ୍ୟ ଆଶା ରଖିଛନ୍ତି । ତେବେ ନିଜର ଦୁଇ ଭିନ୍ନକ୍ଷମ ଝିଅ ଓ ସ୍ବାମୀଙ୍କ ସହ ସେ ଏବେ କାନାଡାରେ ଆଶ୍ରୟ ନେଇଛନ୍ତି ।  ୨୦୦୯ ମସିହାରେ ସେ କ୍ଷେତରେ କାମ କରୁଥିବା ବେଳେ ସହକର୍ମୀଙ୍କୁ ପାଣିଗ୍ଲାସେ  ମାଗିବାକୁ ନେଇ ଆରମ୍ଭ ହୋଇଥିଲା ବିବାଦ ।  ସହକର୍ମୀ ମାନେ  ତାଙ୍କୁ ପାଣି ଗ୍ଲାସେ ଦେଇ ନଥିଲେ ବଂର ତାଙ୍କ ଉପରେ ଧର୍ମୀୟ ବିବାଦ ଭଳି ସଂଙ୍ଗୀନ ଅପବାଦ ଲଗାଇଥିଲେ । ଆସିଆ ପ୍ରଫେଟ୍‌ ମହମ୍ମଦଙ୍କୁ ଅପମାନ କରୁଛନ୍ତି ବୋଲି ସ୍ଥାନୀୟ ମୌଲବୀ ମାନଙ୍କ ପାଖରେ ଅଭିଯୋଗ କରିଥିଲେ ।  ଆଉ ପାକିସ୍ତାନ କୋର୍ଟ ଶେଷରେ ବିଚାର କରି  ଇସଲାମକୁ ଅପମାନ ଓ ମହମ୍ମଦ ପ୍ରଫେଟ୍‌କୁ ଅପମାନ କରିବା ମାମଲାରେ ଆସିଆ ବିବିଙ୍କୁ ୮ବର୍ଷ ଜେଲ୍‌ ଦଣ୍ଡ ଦେଇଥିଲା । ଏପରିକି ପାକିସ୍ତାନର ମୌଲବାଦୀ ଧର୍ମଗୁରୁ ମାନେ ଆସିଆଙ୍କୁ ମୃତ୍ୟୁଦଣ୍ଡ ଦାବି କରିଥିଲେ । ସାରା ପାକିସ୍ତାନ ମଧ୍ୟ ଆସିଆଙ୍କ ବିରୋଧରେ ସ୍ବରରେ ମଧ୍ୟ ଆନ୍ଦୋଳନ ତୀବ୍ର ହୋଇଥିଲା । ତେବେ ୨୦୦୯ ଘଣଟା ସମ୍ପୁର୍ଣ୍ଣ ମିଥ୍ୟା ଥିଲା ବୋଲି ପାକିସ୍ତାନ ସୁପ୍ରିମକୋର୍ଟରେ ପ୍ରମାଣିତ ହେବା ପରେ ଆସିଆ ବିବି  ୨୦୧୮ରେ ଜେଲ୍‌କୁ ମୁକ୍ତି ହୋଇ ଏବେ କାନାଡାରେ ରହୁଛନ୍ତି । ତେବେ ନିଜ ଦେଶ ପାକିସ୍ତାନକୁ ତୁରନ୍ତ ଫେରିବା ନେଇ ସେ ଆଶାବାଦୀ ଅଛନ୍ତି । ୟୁରୋପିଆନ ୟୁନିଟନ୍‌ ପକ୍ଷରୁ ଏହି କେସ୍‌ ଲଢିବା ପରେ ତାଙ୍କୁ ଶେଷରେ ନ୍ୟାୟ ମିଳିଛି । ତେବେ କାନାଡାରେ ମାତ୍ର ବର୍ଷକ ପାଇଁ ଆଶ୍ରୟ ନେଇଥିବା ଆସିଆ ବିବିଙ୍କ ପରିବାର ଏହା ପରେ କୁଆଡେ ଯିବେ ତାହା ସେ ନିଷ୍ପତ୍ତି ନେଇ ନାହାନ୍ତି ।  ତେବେ ଆଗାମୀ ଦିନରେ ଫାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌ଙ୍କ ସହ  କଥା ହେବା ପରେ ଫ୍ରାନ୍ସରେ ଶରଣାର୍ଥୀ ଭାବେ ରହିବାକୁ ଅନୁରୋଧ କରିବେ ବୋଲି ଆସିଆ ବିବି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.