ଦିଲ୍ଲୀ ଆଇଆଇଟିର ଆକଳନ: ମେ’ ୨୪ ସୁଦ୍ଧା ରାଜ୍ୟରେ ଶିଖର ଛୁଇଁବ କରୋନା

Published By : Prameya-News7 Bureau | May 04, 2020 IST

ଭୁବନେଶ୍ବର୪/୫: ମେ’ ୨୪ ସୁଦ୍ଧା ରାଜ୍ୟରେ ଶିଖର ଛୁଇଁବ କରୋନା । ଏହି ସମୟ ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧୩ ହେବ । ଏଭଳି ପୂର୍ବାନୁମାନ କରିଛି ଆଇଆଇଟି ଦିଲ୍ଳୀ । କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ଡାଟା ଆଧାରରେ କରୋନା ଡ୍ୟାସ୍ ବୋର୍ଡ ପ୍ରସ୍ତୁତ କରିଥିବା ଦିଲ୍ଲୀ ଆଇଆଇଟି ଏଭଳି ତଥ୍ୟ ଦେଇଛି । ତେବେ ଚିନ୍ତାର ବିଷୟ ହେଲା ଯାଜପୁର ଜିଲ୍ଳା ସବୁଠୁ ହଟ୍ ସ୍ପଟ୍ ହେବ ବୋଲି ଆକଳନ କରାଯାଇଛି । ଯାଜପୁର ଜିଲ୍ଳାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ମେ’ ୨୪ ବେଳକୁ ୩୬୯ରେ ପହଞ୍ଚିବ ବୋଲି କୁହାଯାଇଛି । ଯାଜପୁର ପଛକୁ ରହିବ ବାଲେଶ୍ବର। ବାଲେଶ୍ବର ଜିଲ୍ଲାରେ ମେ ୨୪ ବେଳକୁ ସଂଖ୍ୟା ୮୬ ଛୁଇଁବ । ତେବେ ପ୍ରଥମେ ହଟ୍ ସ୍ପଟ୍ ଭାବେ ଚିହ୍ନଟ ଖୋର୍ଦ୍ଧା ଜିଲ୍ଳା ତୃତୀୟରେ ରହିବ । ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ଆଉ ନବଢି ୪୮ରେ ସୀମିତ ରହିବ ବୋଲି କୁହାଯାଇଛି । ତେବେ ଭଦ୍ରକ ଜିଲ୍ଳାରେ ମେ ୨୪ ସୁଦ୍ଧା କରୋନା ଗ୍ରାଫ୍ ରେ ପରିବର୍ତ୍ତନ ହେବ ନାହିଁ ।

ମେ ପହିଲା ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତ ୧୨୧ ଛୁଇଁବ ବୋଲି ଆକଳନ କରିଥିଲା ଆଇଆଇଟି ଦିଲ୍ଲୀ । ହେଲେ ଏହି ସଂଖ୍ୟା ପହଞ୍ଚିଥିଲା ୧୫୪ରେ । ତା ପୂର୍ବରୁ ଏପ୍ରିଲ ୧୬ ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ ଆକଳନ ହୋଇଥିବା ବେଳେ ଏହା ୬୦ ଛୁଇଁଥିଲା । ଆନ୍ତଃଜିଲ୍ଲା ଯାତାୟତ ଉପରେ କଟକଣା ଲାଗୁ ନହେଲେ ସଂଖ୍ୟା ୧୧ ଶହ ଡେଇଁବ ବୋଲି ଆକଳନ କରିଛି ଦିଲ୍ଲୀ ଆଇଆଇଟି । ତେବେ ମେ ୨୪ ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧୩ରେ ପହଞ୍ଚିବ ବୋଲି ଯେଉଁ ଆକଳନ ହୋଇଛି ତାଠୁ ଅଧିକ ହେବ ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.