ଭଦ୍ରକରେ ଆରମ୍ଭ ହେଲାଣି କ୍ଷୟକ୍ଷତି ଆକଳନ, ସାର୍ବଜନୀନ ହେବ କ୍ଷତିଗ୍ରସ୍ତଙ୍କ ତାଲିକା

Published By : Prameya-News7 Bureau | May 28, 2021 IST

ଭଦ୍ରକ ୨୮।୫: ବାତ୍ୟା 'ୟାସ୍' ପରେ କ୍ଷୟକ୍ଷତିର ଆକଳନ ଆରମ୍ଭ ହୋଇଛି । ଜିଲ୍ଲାର ବାସୁଦେବପୁର, ତିହିଡି ଓ ଚାନ୍ଦବାଲି ବ୍ଲକ୍ ଅଧିକ ପ୍ରଭାବିତ ହୋଇଛି । ତେବେ କ୍ଷୟକ୍ଷତିର ଆକଳନ ଆରମ୍ଭ ହୋଇଛି । ପ୍ରଭାବିତ ହୋଇଥିବା ୧୨୦ ଗ୍ରାମକୁ ୭ ଦିନ ରିଲିଫ୍ ପ୍ରଦାନ କରାଯିବ ।

ସମସ୍ତ ବ୍ଲକ୍ ମୁଖ୍ୟାଳୟରେ ବିଜୁଳି ସଂଯୋଗ ହୋଇଛି । ଅଧିକ ସଂଖ୍ୟକ କର୍ମଚାରୀ ପୁନରୁଦ୍ଧାରରେ ଲାଗିଛନ୍ତି । ୭ ଦିନ ଭିତରେ କ୍ଷତିଗ୍ରସ୍ତ ହୋଇଥିବା ଘରର ରିପୋର୍ଟ ଦିଆଯିବ ଓ ଏହି ରିପୋର୍ଟ ସର୍ବସାଧାରଣ କରାଯିବ । ଲୋକ ଚାହିଁଲେ କୌଣସି ଭୁଲ ଥିଲେ ଅଭିଯୋଗ କରିବେ । ଏବେ ପର୍ଯ୍ୟନ୍ତ ଅଧିକାଂଶ ଅଞ୍ଚଳରେ ଚାଷ ଜମି ଜଳମଗ୍ନ ହୋଇରହିଛି । ପାଣି ଛାଡିଲେ ସମସ୍ତ ଚାଷ ଜମିର କ୍ଷୟକ୍ଷତି ରିପୋର୍ଟ ଦେବା ପାଇଁ କୃଷି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.