ଆଉ ଦିନକ ପରେ ବିଧାନସଭାର ଶୀତ ଅଧିବେଶନ : ଜାଣନ୍ତୁ କୋଉ ଇସ୍ୟୁରେ ସରକାରଙ୍କୁ ଘେରିବେ ବିରୋଧୀ

Published By : Prameya-News7 Bureau | November 14, 2018 IST

ଭୁବନେଶ୍ବର ୧୪|୧୧: ଆଉ ଦିନେ ପରେ ଆରମ୍ଭ ହେବ ବିଧାନସଭାର ଶୀତ କାଳୀନ ଅଧିବେଶନ। ଆଗକୁ ନିର୍ବାଚନ ଥିବାରୁ ଏହି ଅଧିବେଶନରେ କିଭଳି ରାଜନୈତି ଫାଇଦା ନେଇ ହେବ ସେନେଇ ସବୁ ଦଳ ପ୍ରାୟସ କରିବେ। ସରକାରଙ୍କୁ ଘେରିବା ଭଳି ସମସ୍ତ ଇସ୍ୟୁ ଯେଭଳି ବିଧାନସଭା ଡେଇଁ ଲୋକଙ୍କ ପାଖରେ ପହଞ୍ଚିବ ତାହା ପାଇଁ ସଜବାଜ ହେଉଛନ୍ତି ବିରୋଧୀ। ସେପଟେ ବିରୋଧୀଙ୍କୁ କଡା ଜବାବ ଦେବା ପାଇଁ ଶାସକ ଦଳ ବି ତୟାର ହୋଇଛି…. ଏଥର ସରଗରମ ହେବ ବିଧାନସଭା ଶୀତ ଅଧିବେଶନ। ନିର୍ବାଚନ ପାଖେଇ ଆସୁଥିବାରୁ ଶାସକ ଓ ବିରୋଧୀ କିଏ କାହାକୁ ଇଞ୍ଚେ ଛାଡିବା ମୁଡରେ ନାହାନ୍ତି। କାରଣ ବିଧାନସଭା ପ୍ରସଙ୍ଗ ହିଁ ନିର୍ବାଚନ ବାତାବରଣ ପାଇଁ ବାଟ ଫିଟାଇବ। ବିରୋଧୀ ଏ ଅଧିବେଶନରେ  ପୂରାପୁରି ଆଗ୍ରେସିଭ ମୁଡରେ ଗୃହକୁ ଓହ୍ଲାଇବେ। ଆଉ  ସଂଖ୍ୟା ବଳରେ ବିରୋଧୀଙ୍କ ମୁହଁ ବନ୍ଦ ପାଇଁ ଶାସକ ପୂରା ଦମ ଲାଗାଇବେ। ପୋଲିସ ଓକିଲ ବିବାଦ ପାଇଁ ଦୀର୍ଘ ଅଢ଼େଇ ମାସ ଧରି ସାଧରଣ ଲୋକ ଯେଭଳି ନାହିଁନଥିବ​‌ ହଇରାଣ ହେଲେ ଆଉ ସରକାର ନୀରବ ଦ୍ରାଷ୍ଟା ସାଜିଲେ ଏହା ବିରୋଧୀଙ୍କ ପାଇଁ ବଡ ଅସ୍ତ୍ର ପାଲଟିବ । ରାଜ୍ୟରେ ଶାସନ ବ୍ୟବସ୍ଥା କିଭଳି ସ୍ଥାଣୁ ତାହା ଦର୍ଶାଇବାକୁ ଚେଷ୍ଟା କରିବେ  ବିରୋଧୀ। ସେହିଭଳି ମେକ ଇନ୍ ଓଡିଶା  ନାଁରେ ଲକ୍ଷଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ସରକାର ଯେଉଁ ପ୍ରତିଶ୍ରୁତିର ପାହାଡ ଠିଆ କରିଛନ୍ତି ତାହା କେତେ ବାସ୍ତବରେ ପରିଣତ ହୋଇଛି ତାର ହିସାବ ମାଗିବେ ବିରୋଧୀ। ଏତିକିତବେଳେ ଚକଢ଼ା ପୋକ, ଚାଷୀ ଆତ୍ମ ହତ୍ୟା ଆଦି ପ୍ରସଙ୍ଗ ବିରୋଧୀ ହାତ ମୁଠାକୁ ଆହୁରି ଟାଣ କରିଛି। ଆଇନଶୃଙ୍ଖଳା ପରିସ୍ଥିତି , ବେକାରୀ ସମସ୍ୟା, ତଳ ସ୍ତରରେ ପିସି କାରବାର ଭଳି ପ୍ରସଙ୍ଗରେ ସରକାରଙ୍କୁ ବ୍ୟାକଫୁଟରେ ରଖିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ବିରୋଧୀ। ବିରୋଧୀଙ୍କ ଯୋଜନାକୁ ପଣ୍ତ କରିବାକୁ ଶାସକ ବିଜେଡି ମଧ୍ୟ ପାଲଟା ରଣନୀତି ପ୍ରସ୍ତୁତ କରିଛି। କେନ୍ଦ୍ର ଅବହେଳା, ସ୍ବତନ୍ତ୍ର ରାଜ୍ୟପାହ୍ୟା ଆଦି ପ୍ରସଙ୍ଗରେ ବିରୋଧୀଙ୍କୁ ଚାପିବାକୁ ଚେଷ୍ଟା କରିବ ବିଜେଡି। ଆସନ୍ତା କାଲି ବସିବାକୁ ଥିବା ବିଧାୟକ ଦଳ ବୈଠକରେ ଏନେଇ ଚୂଡାନ୍ତ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେବ। ସେପଟେ ବିରୋଧୀଙ୍କ ସବୁ ଅଭିଯୋଗକୁ କିଭଳି କାଉଣ୍ଟର କରାଯିବ ତାଉପ​ରେ ମଧ୍ୟ ଦଳ ଆଲୋଚନା କରିବ। ଆସନ୍ତା କାଲି ଅପରାହ୍ନରେ ବିଧାନସଭାରେ ବିଜେଡି ଓ କଂଗ୍ରେସର ବିଧାୟକ ଦଳ ବୈଠକ ବସିବାକୁ ଥିବାବେଳେ ୧୬ ତାରିଖ ସକାଳେ ବିଜେପି ବିଧାୟକ ଦଳ ସେମାନଙ୍କ ରଣନୀତି ପ୍ରସ୍ତୁତି କରିବେ। ଆସନ୍ତା ୧୬ରୁ ଆରମ୍ଭ ହୋଇ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ ୨୩ଟି କାର୍ଯ୍ୟଦିବସ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.