୧୩ରୁ ବିଧାନସଭା ଅଧିବେଶନ : ବିରୋଧୀ କେଉଁ ପ୍ରସଙ୍ଗ ଉଠାଇବେ ଏବଂ ଏ ସମ୍ପର୍କରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କଣ କହିଲେ ଜାଣନ୍ତୁ…

Published By : Prameya-News7 Bureau | November 11, 2019 IST

ଭୁବନେଶ୍ବର୧୧|୧୧: ଆସନ୍ତା ୧୩ରୁ ଆରମ୍ଭ ହେବ ବିଧାନସଭା ଶୀତକାଳୀନ ଅଧିବେଶନ ।ଏହି ଅଧିବେଶନ ରେ ୩୦ଟି କାର୍ଯ୍ୟ ଦିବସ ରହିଛି। ୨୧ଟି ସରକାରୀ କାର୍ଯ୍ୟ ଦିବସ ଓ ୫ଟି ବେସରକାରୀ କାର୍ଯ୍ୟ ଦିବସ ରହିଛି ।ବିଧାନସଭାର ପ୍ରଥମ ଦିନରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଆଗତ ହେବ । ଏହା ଉପରେ ୩ଦିନ ଧରି ଆଲୋଚନା ହେବ ।

ବିଧାନସଭା ସୁରୁଖୁରୁରେ ଚାଲିବା ପାଇଁ ବିରୋଧୀଙ୍କ ସହଯୋଗ ଲୋଡିଛୁ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ।ବିରୋଧୀ ଆଣିବାକୁ ଥିବା ସମସ୍ତ ପ୍ରସଂଗ ଉପରେ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି ମଧ୍ୟ ସେ କହିଛି ।ସୂଚନାଯୋଗ୍ୟ ଯେ,  ଡ଼ିସେମ୍ବର୧୯ତାରିଖ ଯାଏ ଚାଲିବ ଅଧିବେଶନ ।

ଏହି ଅଧିବେଶନ ବେଳେ ବିରୋଧୀ ବିଭିନ୍ନ ପ୍ରସଂଗ ଉଠାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି । ବିଶେଷ କରି ଯାଜପୁରର ପିଇଓ ସ୍ମିତାରାଣୀଙ୍କ ସନ୍ଦେହ ଜନକ ମୃତ୍ୟୁ ପ୍ରସଂଗ, ଫନୀ ସହାୟତା ରାଶି ଆବଣ୍ଟନରେ ଅନିୟମିତତା, କାଳିଆ ହିତାଧାକାରୀ, କେନ୍ଦ୍ରାପଡା କ୍ରେଡିଟ କୋଅପରେଟିଭ ବ୍ୟାଙ୍କ ସଭାପତି ପ୍ରମୋଦ ସାହୁଙ୍କ ଯୌନ କେଳେଙ୍କାରୀ ଆଦି ପ୍ରସଙ୍ଗ ବିଜେପି ଓ କଂଗ୍ରେସ ଉଠାଇବେ ବୋଲି ଆଗୁଆ କହିସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.