ଦ୍ୱିତୀୟ ଦିନରେ ସ୍ମିତାରାଣୀ ଝଡରେ କମ୍ପିଲା ବିଧାନସଭା

Published By : Prameya-News7 Bureau | November 14, 2019 IST

ଭୁବନେଶ୍ୱର ୧୪।୧୧ - ଶୀତ ଅଧିବେଶନ ଦିତୀୟ ଦିନରେ ଗୃହରେ ବୋହିଥିଲା ସ୍ମିତାରାଣୀ  ଝଡ଼ । ପୂରା ପ୍ରଶ୍ନ କାଳ ଧୋଇ ଯାଇଥିଲା ବିରୋଧୀଙ୍କ ନାରାବାଜିରେ । କଂଗ୍ରେସ  ସ୍ମିତାରାଣୀଙ୍କ  ପ୍ରସଙ୍ଗରେ  ଆଣିଥିବା ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇଥିଲା । ସେପଟେ ସିବିଆଇ ତଦନ୍ତ ଦାବିରେ କିନ୍ତୁ ଅଟଳ ଥିଲା ବିରୋଧୀ ଦଳ । ଏହାରି  ଭିତରେ ଆଲୋଚନା ପରେ ମୁଲତବୀ ପ୍ରସ୍ତାବକୁ ନାକଚ କରିଥିଲେ ବାଚସ୍ପତି ।

{"id":184134,"sizeSlug":"large"}

ସ୍ମିତାରାଣୀ ଝଡରେ ଆଜିବି ଧୋଇଗଲା ପ୍ରଶ୍ନକାଳ । ବିଧାନସଭା ଶୀତ ଅଧିବେଶନର ଦ୍ବିତୀୟ ଦିନର ପ୍ରଶ୍ନକାଳର ଦୃଶ୍ୟ ଥିଲା ଏମିତି । ଆରମ୍ଭରୁ  ଏହି ପ୍ରସଙ୍ଗରେ ବିରୋଧୀ ଆରମ୍ଭ କରିଥିଲେ ନାରାବାଜି । ବିଜେପି ସଦସ୍ୟମାନେ ପ୍ଲାକାର୍ଡ ଧରି ସିବିଆଇ ତଦନ୍ତ ଦାବି କରିଥିଲେ । ଆଉ କଂଗ୍ରେସ ବିଧାୟକମାନେ ସମାନ ପ୍ରସଙ୍ଗରେ ଆଲୋଚନା ଦାବି କରି ହୋହଲ୍ଲା କରିଥିଲେ । ୧୨ଟା ୩୯ରେ କଂଗ୍ରେସ ଆଣିଥିବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। କଂଗ୍ରେସ ପ୍ରଶ୍ନ କରିଥିଲା  ଘଟଣାରେ ଗିରଫ ହୋଇଥିବା ରୁପେଶ ଭଦ୍ରା ପଛରେ କାହାର ହାତ । ସେ କୋଟି କୋଟି ଟଙ୍କାର ମାଲିକ ହେଲେ କେମିତି ।

{"id":184135,"sizeSlug":"large"}

 ରଙ୍ଗଶାଳା ଗେଷ୍ଟ ହାଉସରେ ସେକ୍ସ ରାକେଟ ଚାଲିଥିଲା, ଏଥିରେ କିଏ ସଂପୃକ୍ତ। ସରକାର ଜାଣିଶୁଣି ମାମଲାକୁ ଚପେଇବାକୁ ତେଷ୍ଟା କରୁଛନ୍ତି । ପୋଷ୍ଟ ମର୍ଟମ ରିପୋର୍ଟକୁ ତଦନ୍ତ ପରିସର କରିବାକୁ ଦାବି ରଖିଥିଲେ । ଆଲୋଚନା ବେଳେ ସେମିତି ପ୍ଲାକଡ ଧରି ସିବିଆଇ ତଦନ୍ତ ଦାବିରେ ନାରାବାଜି ଜାରି ରଖି ଥିଲେ ବିଜେପି ବିଧାୟକ ।

{"id":184136,"sizeSlug":"large"}

ନାରାବାଜି ଭିତରେ ଉତ୍ତର ରଖିଥିଲେ ଗୃହରାଷ୍ଟ୍ରମନ୍ତ୍ରୀ  କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର। ସ୍ମିତାରାଣୀଙ୍କ ମୃତଦେହ ଗେଷ୍ଟ ହାଉସରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ତାଙ୍କ ବାପାଙ୍କ ଏତଲା ଅନୁସାରେ ଅପମୃତ୍ୟୁ ମାମଲା ହୋଇଛି । ତଦନ୍ତ ଆଧାରରେ ରୁପେଶ ଭଦ୍ରାଙ୍କୁ ଦୋଷୀ ଭାବେ ଗିରଫ କରାଯାଇ କୋର୍ଟ ଚାଳଣ ହୋଇଛି । ସେ ଏବେ ଜେଲରେ ଅଛନ୍ତି । ସେପଟେ ବିଜେଡି କହିଛି ସରକାର କୈଣସି ପ୍ରସଙ୍ଗରେ ଆଲୋଚନା କରିବାକୁ ପଛଘୁଞ୍ଚା ଦେଇ ନାହାନ୍ତି । ବିରୋଧୀ ଦଳ ପାଖରେ ତଥ୍ୟ ଥିଲେ କୋର୍ଟକୁ ଦିଅନ୍ତୁ । ଟିକିରି ଇତିଶ୍ରୀ ମୃତ୍ୟୁ ପ୍ରସଙ୍ଗରେ  ସିବିଆଇ ତଦନ୍ତ କରୁଥିଲା କଣ ହେଲା ବୋଲି ପାଲଟା ପ୍ରଶ୍ନ ଆଣିଛି ବିଜେଡି ।

{"id":184137,"sizeSlug":"large"}

ମନ୍ତ୍ରୀ ସ୍ପଷ୍ଟ କଲେ ସ୍ମିତାରାଣୀ ଆତ୍ମ ହତ୍ୟା କରିଛନ୍ତି। ହେଲେ ସ୍ମିତାରାଣୀ କାହିଁକି ଆତ୍ମହତ୍ୟା କରିଥିଲେ ସେଦିନ ଗେଷ୍ଟ ହାଉସରେ କଣ କଣ ଘଟିଥିଲା ତାହା ଗୃହର ୧ ଘଣ୍ଟା ୪୦ ମିନିଟର ଆଲୋଚନାରେ ବାହାରିଲାନି । ସରକାର ଏସାଇଟି କି ସିବିଆଇ ତଦନ୍ତ କଥା ନଖିବାରୁ କଂଗ୍ରେସ କକ୍ଷ ତ୍ୟାଗ କରିଥିଲେ ।

{"id":184138,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.