ବିଧାନସଭା ବଜେଟ୍ ଅଧିବେଶନ ପୂର୍ବରୁ ଆଜି ବାଚସ୍ପତି ଡାକିଛନ୍ତି ସର୍ବଦଳୀୟ ବୈଠକ

Published By : Prameya-News7 Bureau | June 24, 2019 IST

ଭୁବନେଶ୍ବର ୨୪|୬: ଓଡ଼ିଶା ବିଧାନସଭା ପାଇଁ ନୂଆ ପରମ୍ପରା । ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ବିଧାନସଭା ବଜେଟ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ହେବ । ଏନେଇ ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଡାକିଛନ୍ତି ସର୍ବଦଳୀୟ ବୈଠକ । ବିଧାନସଭା ସ୍ଥିତ ବାଚସ୍ପତିଙ୍କ ପ୍ରକୋଷ୍ଠରେ ପୂର୍ବାହ୍ନ ୧୧ଟା ୩୦ ରେ ଏହି ବୈଠକ ଅନୁଷ୍ଠିତ ହେବ ।

ଗୃହ ସୁପରିଚାଳନା ପାଇଁ ସମସ୍ତଙ୍କ ସହଯୋଗ କାମନା କରି ପ୍ରଥମ ଥର ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି । ସର୍ବଦଳୀୟ ବୈଠକ ସମ୍ପର୍କରେ ସୂଚନା ଦେଇ ବାଚସ୍ପତି କହିଛନ୍ତି, ଏଥିପାଇଁ ସବୁ ଦଳର ନେତାଙ୍କୁ ବିଧାନସଭା ପକ୍ଷରୁ ଚିଠି କରାଯାଇଛି । ନିର୍ବାଚନ ପରେ ପ୍ରଥମ କରି ଏହି ଲମ୍ବା ଅବଧିର ଅଧିବେଶନ ପାଇଁ ସମସ୍ତଙ୍କ ସହଯୋଗ ଏକାନ୍ତ ଜରୁରୀ । ଗୃହରେ ଗଠନମୂଳକ ପ୍ରସଙ୍ଗରେ ଯେପରି ସ୍ବର ଉଠାଇବା ପାଇଁ ସମସ୍ତଙ୍କୁ ସୁଯୋଗ ମିଳିବ ସେଥିପାଇଁ ଏହି ବୈଠକର ଆବଶ୍ୟକତା ରହିଛି ।

ବିଶେଷ କରି ବିରୋଧୀ ଦଳର ସଦସ୍ୟମାନେ ଯେପରି ଗୃହ ପରିଚାଳନା କରିବାରେ ସହଯୋଗ କରିବେ ସେସବୁ ଦୃଷ୍ଟିରୁ ବୈଠକରେ ଆଲୋଚନା କରାଯିବ । ଏ ନେଇ ସବୁ ବିରୋଧୀ ଦଳ ନେତାମାନଙ୍କୁ ବିଧାନସଭା ପକ୍ଷରୁ ଚିଠି ଲେଖି ଜଣାଇଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.