ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନ ; ଗୃହ କାର୍ଯ୍ୟ ଆରମ୍ଭରୁ ହଟ୍ଟଗୋଳ, ଅପରାହ୍ନ ୩ ଟା ଯାଏଁ ଗୃହ ମୁଲତବି

Published By : Prameya-News7 Bureau | November 19, 2018 IST

ଭୁବନେଶ୍ବର  ୧୯|୧୧:  ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନ ଆରମ୍ଭରୁ ଗୃହରେ ହଟ୍ଟଗୋଳ । ଅପରାହ୍ନ ୩ ଟା ଯାଏଁ ଗୃହ ମୁଲତବି ଘୋଷଣା ହୋଇଛି । ଭଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟଙ୍କ ହଟ୍ଟଗୋଳ କାରଣରୁ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି । ସିବିଆଇ ସଚିବାଳୟରେ ପଶିବା ଘଟଣାକୁ ନେଇ କଂଗ୍ରେସ ସଦସ୍ୟ ଗୃହ ଆରମ୍ଭରୁ ହଟ୍ଟଗୋଳ ଓ ନାରାବାଜି କରିଥିଲେ । କଂଗ୍ରେସ ସଦସ୍ୟ ନିଜ ନିଜ ଆସନରୁ ଉଠି ପୋଡିୟମ ପାଖକୁ ଚାଲି ଆସିଥିଲେ । ସେପଟେ ଶାସକ ଦଳ ମଧ୍ୟ ଗର୍ଜିଥିଲା । ଅନୁସୂଚିତ ଜାତି ଓ ଜନଜାତି, ଛାତ୍ର ଛାତ୍ରୀଙ୍କ ପାଇଁ ଉର୍ଦ୍ଧିଷ୍ଟ ଷ୍ଟାଇପେଣ୍ଡକୁ କେନ୍ଦ୍ର ସରାକାର କାଟି ଦେବା ପ୍ରସଙ୍ଗରେ ଶାସକ ଦଳ ସଦସ୍ୟ ଗୃହରେ ହଟ୍ଟଗୋଳ କରିଥିଲେ । ଗୃହରେ ନାରାବାଜି କରିବା ସହ ଗାନ୍ଧି ପ୍ରତିମୂର୍ତ୍ତି ତଳେ ବିଜେଡି ସଦସ୍ୟମାନେ ଧାରଣ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.