Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||
  • କୋରାପୁଟ : ମାଲବାହୀ ଟ୍ରେନ୍‌ ଇଞ୍ଜିନ୍ ଲାଇନ୍‌ଚ୍ୟୁତ, ନୂଆ ଟ୍ରାକ୍‌ରୁ ପୁରୁଣା ଟ୍ରାକ୍‌କୁ ପାସ୍ ବେଳେ ଦୁର୍ଘଟଣା
  • ||
  • ଖଲ୍ଲିକୋଟ : ପାଖେଇ ଆସୁଛି ‘ଜଓ୍ବାଦ’, ଡଙ୍ଗା ଓ ଜାଲ ନଷ୍ଟ ହେବା ଆଶଙ୍କାରେ ମତ୍ସ୍ୟଜୀବୀ
  • ||

ଶେଷ ହେଲା ବିଧାନସଭାର ମୌସୁମୀ ଅଧିବେଶନ

6/10/2020 at 10:39 PM

ଭୁବନେଶ୍ୱର, ୦୬ ।୧୦:  ଶେଷ ହେଲା ବିଧାନସଭାର ମୌସୁମୀ ଅଧିବେଶନ। ଗୋଟିଏ ଦିନ ପୂର୍ବରୁ ଶେଷ ହେଲା ଅଧିବେଶନ। ବିଧାନସଭାକୁ ଅନିର୍ଦିଷ୍ଟ କାଳ ପାଇଁ ମୁଲତବୀ କଲେ ବାଚସ୍ପତି। କୋଭିଡ କଟକଣା ଭିତରେ ସମସ୍ତ ଗାଇଡ଼ଲାଇନକୁ ମାନି ଅଧିବେଶନ କରାଯାଇଛି। ଏଥିରେ ସମୁଦାୟ ୭ ଟି ବିଲ୍ ପାରିତ ହୋଇଛି। ଏବଂ ୩ଟି ମୁଲତବୀ ନୋଟିସ ଆସିଥିଲା। ଏଥର ପ୍ରଶ୍ନକାଳ ହୋଇନ ଥିଲା। କେବଳ ଅନତାରକା ପ୍ରଶ୍ନ , ମୁଲତବୀ ନୋଟିସ ଓ ଶୂନ୍ୟକାଲ ହୋଇଥିଲା। ତେବେ ଆଜି ଦିନ ତମାମ ବିଧାନସଭାର କୌଣସି ବିଜନେସରେ ଅଂଶଗ୍ରହଣ କରି ନଥିଲା ବିଜେପି।

ପି ଏମ କିଷାନ ଯୋଜନାରେ ମୁଲତବୀ ନୋଟିସକୁ ଗ୍ରହଣ ନ କରିବା ଓ ଖଣି ଦୁର୍ନୀତି ପ୍ରସଙ୍ଗରେ ଆଲୋଚନା ନ କରିବାକୁ ନେଇ ଗୃହରେ ହୋହଲ୍ଲା ପାଟିତୁଣ୍ଡ କରିଥିଲେ। ବିରୋଧୀ ଦଳକୁ ଅଣଦେଖା କରାଯାଉଛି ଓ କହିବାକୁ ସୁଯୋଗ ଦିଆଯାଉନାହିଁ ବୋଲି ଅଭିଯୋଗ କରିଥିଲେ ଏବଂ ବାଚସ୍ପତି ପକ୍ଷପାତିତା କରୁଥିବାର ବି ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ କୁ ନେଇ ବିଧାନସଭା ଅଧାରୁ ରାଜ୍ୟପାଳ ଙ୍କ ନିକଟରେ ଫେରାଦ ହୋଇଛନ୍ତି।

ଆଜି ଗୋଟିଏ ଦିନରେ ବିଧାନସଭାରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ସମେତ ମୋଟ ୫ଟି ବିଲ ପାରିତ ହୋଇଛି। ଏଥିରେ ରହିଛି ଓଡିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ସଂଶୋଧନ ବିଲ, ଶିଳ୍ପ ବିବାଦ ଓଡିଶା ସଂଶୋଧନ ବିଲ, ଓଡ଼ିଶା ପୌର ବିଧି ସଂଶୋଧନ ବିଲ, ଓଡିଶା ଦ୍ରବ୍ୟ ଓ ସେବା ବିଲ। ଏଥର ଅଧିବେଶନ ରେ କୋଭିଡ଼ ସମସ୍ତଙ୍କର କୋଭିଡ ଟେଷ୍ଟ ହୋଇଥିଲା। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଅଧିବେଶନ ସମୟରେ ବରିଷ୍ଠ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ହୋଇଥିଲା। ଯେଉଁଥିପାଇଁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଗୃହକି ମୁଲତବୀ ରଖାଯାଇଥିଲା।

   Related Posts