ଅଭିଜିତ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗଠନ ହେଲା ବିଧାନସଭାର ହାଉସ କମିଟି
20/09/2018 at 1:46 PM

ଭୁବନେଶ୍ବର ୨୦|୯: ଅଭିଜିତର ଅରୁଚିକର ଏବଂ କଟୁ ମନ୍ତବ୍ୟ ପ୍ରସଂଗରେ ବିରୋଧୀ ଦଳ ନେତାଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି ହାଉସ କମିଟି । ଅଭିଜିତଙ୍କ ବିରୋଧରେ କଣ ପଦକ୍ଷେପ ନିଆଯିବ ତାହା ଅନୁଧ୍ୟାନ କରି ସ୍ଥିର କରିବ ଏହି ହାଉସ କମିଟି ।ପରବର୍ତ୍ତୀ ଅଧିବେଶନର ପ୍ରଥମ ଦିନରେ କମିଟି ରିପୋର୍ଟ ଉପସ୍ଥାପନ କରିବ ।ଏ ହି କମିଟିରେ ରହିଛନ୍ତି ବିରୋଧୀଦଳ ନେତା ନରସିଂହ ମିଶ୍ର, ବିଜେଡି ବିଧାୟକ ଦେବୀ ମିଶ୍ର, ବିଜେପି ବିଧାୟକଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ, ବିଜେଡି ବିଧାୟକ ଅରୁଣ ସାହୁ, ସଞ୍ଜୟ ଦାସବର୍ମା ।
ସୂଚନାଯୋଗ୍ୟ ଯେ, ଅଭିଜିତ ଆୟାର ଓଡିଶା, ଶ୍ରୀଜଗନ୍ନାଥ, କୋଣାର୍କ ମନ୍ଦିର, ଓଡିଶାର ବିଧାୟକ, ଓଡିଶାର ସାମ୍ବାଦିକଙ୍କ ସମ୍ପର୍କରେ ଦେଇଥିବା କଟୁ ମନ୍ତବ୍ୟ ପ୍ରସଂଗରେ ଆଜି ବିଧାନସବାରେ ସ୍ବତନ୍ତ୍ର ଆଲୋଚନା ହୋଇଥିଲା । ଦଳ ମତ ନିର୍ବିଶେଷରେ ବିଧାୟକମାନେ ଉଦ୍ବେଗ ପ୍ରକାଶ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ । ବିରୋଧୀଦଳ ନେତା ନରସିଂହ ମିଶ୍ର ସ୍ବାଧୀକାର ପ୍ରସ୍ତାବ ଆଗତ କରିଥିଲେ । ଗୃହର ଉଦ୍ବେଗକୁ ନଜରରେ ରଖି ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ଅଭିଜିତ ସମ୍ପର୍କରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ସମ୍ପର୍କରେ ଅନୁଧ୍ୟନ କରି ରିପୋର୍ଟ ଦେବା ପାଇଁ ବିରୋଧୀ ଦଳ ନେତାଙ୍କ ଅଧ୍ୟକ୍ଷତାରେ ଗୃହ କମିଟି ଗଠନ କରିଥିଲେ ।