ବିଧାନସଭା ନିର୍ବାଚନ ହଟାଇଛି ନନ୍ଦିଗ୍ରାମ ନରସଂହାର ଉପରୁ ପର୍ଦ୍ଦା: ସୀତାରାମ ୟେଚୁରୀ

Published By : Prameya-News7 Bureau | April 01, 2021 IST

ନୂଆଦିଲ୍ଲୀ ୧।୪: ନନ୍ଦିଗ୍ରାମରେ ୨୦୦୭ ନରସଂହାର ଘଟଣା ଉପରୁ ତୃଣମୂଳ ନେତ୍ରୀ ତଥା ମମତା ବାନାର୍ଜୀ ନିଜେ ପରଦା ହଟାଇଛନ୍ତି। ନିର୍ବାଚନ ପ୍ରଚାରରେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରତ୍ୟାସୀ ଶୁଭେନ୍ଦୁ ଅଧିକାରୀ ରଖିଥିବା ଜବାବରୁ ଘଟଣା ଲାଗି ଅଧିକାରୀ ପିତାପୁତ୍ର ଓ ମମତା ବାନାର୍ଜୀ ନିଜେ ଦାୟି ଅନ୍ତତଃ ତାହା ପ୍ରମାଣିତ ହୋଇଥିବା ସିପିଆଇଏମ୍‌ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ରବିବାର କହିଛନ୍ତି। ତେବେ ଏଥିପାଇଁ ଗୋଟିଏ ଦଶନ୍ଧୀ ସମୟ ଲାଗିଛି ବୋଲି ସେ କହିଛନ୍ତି।

{"id":431770,"width":835,"height":599,"sizeSlug":"large","linkDestination":"none"}

୨୦୦୭ ମସିହାରେ ବାମପନ୍ଥୀ ସରକାର ରାଜ୍ୟ ଶାସନରେ ଥିବା ବେଳେ ଏହି ଘଟଣା ଘଟିଥିଲା। ଏଥିରେ ପୋଲିସ ଗୁଳିରେ ୧୪ ଜଣ ନିରିହ ଲୋକ ପ୍ରାଣ ହରାଇଥିଲେ। ତେବେ ଏଥିଲାଗି ପୋଲିସ ଚଳାଇଥିବା ପ୍ରତ୍ୟେକ ଗୁଳି କାହା କାହା ଦେହରେ ବାଜିବ ସେ ନେଇ ପୂର୍ବରୁ ମମତା ବାନାର୍ଜୀ ନିଶ୍ଚିତ ଥିଲେ ବୋଲି ନିର୍ବାଚନ ପ୍ରଚାରରେ ଶୁଭେନ୍ଦୁ ଅଧିକାରୀ କହିସାରିଛନ୍ତି।

{"id":431771,"width":838,"height":488,"sizeSlug":"large","linkDestination":"none"}

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ୨୦୦୭ ନନ୍ଦିଗ୍ରାମ ଘଟଣାରେ ତାଙ୍କର ପକ୍ଷ ଭରା ଜନସଭାରେ ସ୍ପଷ୍ଟ କରିଛନ୍ତି। ଯେଉଁଥିରେ ଅଧିକାରୀ ପିତାପୁତ୍ର ( ଶୁଭେନ୍ଦୁ ଅଧିକାରୀ ଓ ତାଙ୍କ ପିତା ଶିଶିର ଅଧିକାରୀ) ଗାଁକୁ ଜୋତା ପିନ୍ଧା ପୋଲିସକୁ ପ୍ରବେଶ ଅନୁମତି ଦେଇଥିଲେ। ଯାହାର ପରିଣାମ ଆଜିବି ନନ୍ଦିଗ୍ରାମ ଭୁଲିନଥିବା ବାନାର୍ଜୀ କହିଥିଲେ।

{"id":431772,"width":837,"height":579,"sizeSlug":"large","linkDestination":"none"}

ଶୁଭେନ୍ଦୁ ଅଧିକାରୀ ଏହାର ଜବାବ ମଧ୍ୟ ଜନସଭାରେ ରଖିଥିଲେ ଓ କହିଥିଲେ ପୋଲିସ ବନ୍ଧୁକରୁ ବାହାରିଥିବା ଗୋଟିଏ ଗୋଟିଏ ଗୁଳିର ହିସାବ ମମତାଙ୍କ ପାଖରେ ପୂର୍ବରୁ ଥିଲା। ତେବେ ଘଟଣା ସେତେବେଳେ ରାଜ୍ୟର ବାମପନ୍ଥୀ ସରକାରଙ୍କ ମୁଣ୍ଡରେ ଥୋପାଯାଇଥିଲା। ସତ୍ୟ ଏବେ ବିନା ତଦନ୍ତରେ ସାମ୍ନାକୁ ଆସିସାରିଛି। ହେଲେ ଏଥିଲାଗି ୧୦ ବର୍ଷରୁ ଊର୍ଦ୍ଧ୍ୱକାଳ ଲାଗିଯାଇଥିବାରୁ ୟେଚୁରୀ କ୍ଷୋଭ ପ୍ରକାଶ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.