Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ବାତ୍ୟା ଜଓ୍ଵାଦ ତ ନରମି ଗଲା, ହେଲେ ବିଧାନସଭାରେ ଥମୁନି ମମିତା ଝଡ, ସୋମବାର ଦିନ ୧୦ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

4/12/2021 at 9:03 PM

ଭୁବନେଶ୍ଵର ୦୪।୧୨: ବାତ୍ୟା ଜଓ୍ବାଦ୍ ସିନା ଦୁର୍ବଳ ହୋଇଛି । ହେଲେ ବିଧାନସଭାରେ ଥମୁନି ମମିତା ଝଡ଼ । ଆଜି ବି ବିରୋଧୀଙ୍କ ହଙ୍ଗାମା ଭିତରେ ଚାଲିପାରିଲାନି ଗୃହ । ଅପରାହ୍ଣରେ ବିଧାନସଭା ଅଧିବେଶନ ଆରମ୍ଭ ହେବା ମାତ୍ରେ ଉଭୟ ବିଜେପି ଓ କଂଗ୍ରେସ ଦଳର ସଦସ୍ୟମାନେ ହଟ୍ଟଗୋଳ କରିବା ସହିତ ପ୍ରତିବାଦ କରିଥିଲେ । ଯାହାକୁ ଦେଖି ସୋମବାର ଦିନ ୧୦ଟା ପର୍ଯ୍ୟନ୍ତ ବିଧାନସଭାକୁ ମୁଲବୀ ଘୋଷଣା କରିଛନ୍ତି ବାଚସ୍ପତି ।

ବାତ୍ୟା ଜଓ୍ବାଦ୍ ତ ନରମି ଗଲା । ହେଲେ ବିଧାନସଭାରେ ମମିତା ଝଡ଼ କିନ୍ତୁ ଥମିବାର ନାଁ ଧରୁନି । ଦିନକୁ ଦିନ ବଦଳୁଛି ବିରୋଧୀଙ୍କ ପ୍ରତିବାଦର ତରିକା । ଆଜି ବିଧାନସଭାରେ ଘଣ୍ଟ ବାଡ଼େଇ ଗଙ୍ଗାପାଣି ଛିଞ୍ଚି ପ୍ରତିବାଦ କରିଥିଲା କଂଗ୍ରେସ । ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ନୂଆ ଅବତାରରେ ଦେଖିବାକୁ ମିଳିଥିଲା । ବାହିନୀପତିବାବୁ ଆଜି ପୂରା ବ୍ରାହ୍ମଣ ବେଶରେ ମଠା ପାଟ ପିନ୍ଧି, ହାତରେ କମଣ୍ଡଳୁ ଧରି ପହଞ୍ଚିଥିଲେ ବିଧାନସଭାରେ । ଆଉ ଗୃହ ମଧ୍ୟରେ ବୁଲି ବୁଲି ଗଙ୍ଗାଜଳ, ଗୋମୂତ୍ର, ତୁଳସୀ ପାଣି ଛିଞ୍ଚିଥିଲେ । ଆଉ ତାଙ୍କ ପଛେ ପଛେ ଘଣ୍ଟ ବାଡ଼େଇ ବୁଲୁଥିଲେ କଂଗ୍ରେସ ବିଧାୟକ ରମେଶ ଜେନା ଓ ଅଧିରାଜ ପାଣିଗ୍ରାହୀ।

ମନ୍ତ୍ରୀଙ୍କ ବହିଷ୍କାର ଓ ହାଇକୋର୍ଟଙ୍କ ତତ୍ବାବଧାନରେ ଏଆଇଟି ଗଠନ କରି ମମିତା ମାମଲାର ତଦନ୍ତ କରିବାକୁ ଦାବି କରିଥିଲା କଂଗ୍ରେସ । ସେପଟେ ଗୃହ ମଧ୍ୟ ଭାଗରେ ପ୍ଲାକାର୍ଡ଼ ଦେଖାଇ ମାମଲାର ସିବିଆଇ ତଦନ୍ତ ଦାବି କରିଥିଲା ବିଜେପି । ଅପରାହ୍ଣରେ ବିଧାନସଭା ଅଧିବେଶନ ଆରମ୍ଭ ହେବା ମାତ୍ରେ ଉଭୟ ବିଜେପି ଓ କଂଗ୍ରେସ ଦଳର ସଦସ୍ୟମାନେ ହଟ୍ଟଗୋଳ କରିବା ସହିତ ପ୍ରତିବାଦ କରିଥିଲେ । ଯାହାକୁ ଦେଖି ସୋମବାର ଦିନ ୧୦ଟା ପର୍ଯ୍ୟନ୍ତ ବିଧାନସଭାକୁ ମୁଲବୀ ଘୋଷଣା କରିଛନ୍ତି ବାଚସ୍ପତି ।

ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ପରେ ବି ବିରୋଧ ଦଳ ବିଧାନସଭା ଚାଲିବାରେ ସହଯୋଗ କରୁନାହାନ୍ତି । ବିରୋଧୀଙ୍କ ଏପରି କାର୍ଯ୍ୟକଳାପର ଜବାବ୍ ରଖିଛି ବିଜେଡି । ଏହା ବିରୋଧୀଙ୍କ ଶସ୍ତା ରାଜନୀତି ଯାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ବିରୋଧୀ କେବଳ ନାଟକ କରୁଛନ୍ତି କହି ନିଶାନା ସାଧିଛି ଶାସକ ଦଳ ।

ଆଜିକୁ ୪ ଦିନ ହେଲାଣି ମମିତା ମେହେର ପ୍ରସଙ୍ଗରେ ଅଚଳ ହୋଇଛି  ବିଧାନସଭା ।  ୪ ଦିନରେ ମାତ୍ର ୫୯ ମିନିଟ ଚାଲି ପାରିଛି ଗୃହ । ବିଧାନସଭା ଅଧିବେଶନ ପାଇଁ ପ୍ରତିଦିନ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ବିଧାନସଭାରେ ସାଧରଣଲୋକଙ୍କ ସମସ୍ୟା ଆଲୋଚନା ହୋଇପାରୁନାହିଁ ।

   Related Posts