Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଟ୍ରେନି ଆଇପିଏସ୍‌ଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ, ଆଇପିଏସ୍‌ କ୍ବାଲିଫାଏ ପରେ ବିବାହ ନକରିବାକୁ ଭାବିପତ୍ନୀଙ୍କୁ କରିଥିଲେ ଏସଏମଏସ

25/12/2019 at 4:08 PM

ଯୋଧପୁର ୨୫।୧୨: ଟ୍ରେନି ଆଇପିଏସ୍ ଅଧିକାରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ତାଙ୍କ ଭାବିପତ୍ନୀ । ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ଘଟଣା ଘଟିବା ବେଳକୁ ଅଭିଯୁକ୍ତ ଯୁବକ ଜଣଙ୍କ ଆଇପିଏସରେ କ୍ବାଲିଫାଏ କରିନଥିଲେ । ବର୍ତ୍ତମାନ ସଂପୃକ୍ତ ଯୁବକ ଜଣଙ୍କ ହାଇଦ୍ରାବାଦରେ ଟ୍ରେନିଂ ନେଉଛନ୍ତି । ଯୋଧପୁର ଦେବନଗର ଥାନରେ ଏହି ମାମଲା ରୁଜୁ ହୋଇଛି ।

ସୂଚନାଯୋଗ୍ୟ ଯେ, ଘଟଣାଟି ଗତ ବର୍ଷ ଘଟିଥିଲା । ଅଭିଯୁକ୍ତ ସୁନୀଲ ବିଷ୍ଣୋଇ ଯୋଧପୁର ପାଲ୍ ରୋଡ୍ ଅଞ୍ଚଳରେ ରହି ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ । ତାଙ୍କ ଘର ବିକାନାରରେ । ସୁନୀଲଙ୍କର ୨୪ବର୍ଷ ବୟସ୍କା ଜଣେ ଯୁବତୀଙ୍କ ସହ ବିବାହ ସ୍ଥିର ହେବା ସହ ନିର୍ବନ୍ଧ ହୋଇସାରିଥିଲା । ଯୁବତୀଙ୍କୁ ଅଭିଯୁକ୍ତ ଯୁବକ ଜଣଙ୍କ ସେ ରହୁଥିବା ଭଡାଘରକୁ ନେଇଯାଇଥିଲେ । ସେଠାରେ ସେ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିବା ନେଇ ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି । ଘଟଣାର କିଛି ଦିନ ପରେ ଯୁବକ ଜଣଙ୍କର ଆଇପିଏସ କ୍ବାଲିଫାଏ କରିଥିଲେ ।

ପୀଡିତାଙ୍କ ଅଭିଯୋଗ ଅନୁଯାୟୀ ଯୁବକ ଜଣଙ୍କ ଆଇପିଏସ୍ କ୍ବାଇଫାଏ କରିବା ପରେ ନିର୍ବନ୍ଧ ଭାଙ୍ଗିବା ପାଇଁ ଏସଏମଏସ ଜରିଆରେ ଯୁବତୀଙ୍କୁ କହିଥିଲେ । ପୀଡିତାଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ମାମଲା ରୁଜୁ କରି ଯୁବତୀଙ୍କ ଡାକ୍ତରୀ ମାଇନା କରିଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

   Related Posts