ଶହିଦ ଜବାନଙ୍କୁ ଆସାମ ଲେଖିକା କହିଲେ ‘ବେତନଭୋଗୀ କର୍ମଚାରୀ’, ଗିରଫ କଲା ପୋଲିସ

Published By : Prameya-News7 Bureau | April 07, 2021 IST

ଗୌହାଟୀ ୭।୪: ଛତିଶଗଡ଼ରେ ନକ୍ସଲଙ୍କ ସହ ସଂଘର୍ଷରେ ୩୬ ଜଣ ଜବାନ ଶହିଦ ହୋଇଛନ୍ତି। ଘଟଣାକୁ ନେଇ ଉତ୍ତେଜନା ଥମି ନଥିବା ବେଳେ ଆସାମ ରାଜଧାନୀ ଗୌହାଟୀର ଜନୈକ ମହିଳା ଲେଖିକା ପ୍ରସଙ୍ଗରେ ତାଙ୍କ ‘ଫେସବୁକ୍‌’ରେ ପୋଷ୍ଟ କରିଥିଲେ। ତାଙ୍କର ଏହି ପୋଷ୍ଟକୁ ନେଇ ସୋସିଆଲ ମିଡିଆ ଏବେ ହୁଲସ୍ତୁଲ ହେଉଥିବା ବେଳେ ପୋଲିସ ସମ୍ପୃକ୍ତ ମହିଳାଙ୍କୁ ଗିରଫ କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

{"id":434630,"sizeSlug":"large","linkDestination":"none"}

ଗିରଫ ମହିଳା ଲେଖିକା ଶିଖା ଶର୍ମା ହୋଇଥିବା ବେଳେ ସେ ଛତିଶଗଡ଼ ନକ୍ସଲ ଆକ୍ରମଣରେ ପ୍ରାଣ ହରାଇଥିବା ଜବାନଙ୍କ ସମ୍ପର୍କରେ କରିଥିବା ପୋଷ୍ଟକୁ ନେଇ ଲୋକେ ତାଙ୍କୁ ତୀବ୍ର ସମାଲୋଚନା କରୁଛନ୍ତି। ଶିଖା ତାଙ୍କ ପୋଷ୍ଟରେ ନକ୍ସଲଙ୍କ ଗୁଳିରେ ପ୍ରାଣ ହରାଇଥିବା ଜବାନଙ୍କୁ ‘ବେତନଭୋଗୀ କର୍ମଚାରୀ’ ଉଲ୍ଲେଖ କରିଛନ୍ତି। ଯାହାକୁ ନେଇ ଏତେ କାଣ୍ଡ ହେଲାଣି। ତାଙ୍କ ପୋଷ୍ଟକୁ ନେଇ ସୋସିଆଲ ମିଡିଆରେ ଏବେ ଯୁଦ୍ଧ ଲାଗିଯାଇଥିବା ବେଳେ ପରିସ୍ଥିତି ବିଗିଡିବା ପୂର୍ବରୁ ପୋଲିସ ତାଙ୍କୁ ଗିରଫ କରିଛି।

{"id":434628,"width":838,"height":959,"sizeSlug":"large","linkDestination":"none"}

ଶିଖା ଡ୍ୟୁଟିରେ ନିହତ ହୋଇଥିବା ଜବାନଙ୍କ ଲାଗି ‘ଶହିଦ’ ଶବ୍ଦର ଉଲ୍ଲେଖ ନ କରିବାରୁ ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି। ସେ ଲେଖିଛନ୍ତି ଯେ ଡ୍ୟୁଟି କାଳରେ ପ୍ରାଣ ହରାଇଥିବା ଜବାନଙ୍କୁ ଶହିଦ କୁହାଯାଇ ପାରିବ ନାହିଁ। ଯଦି ଶହିଦ ଶବ୍ଦର ଏଠାରେ ଉପଯୋଗ ହୁଏ ତେବେ କାର୍ଯ୍ୟ କରୁଥିବା ବେଳେ ବିଦ୍ୟୁତ ଆଘାତରେ ପ୍ରାଣ ହରାଉଥିବା ବିଭାଗୀୟ କର୍ମଚାରୀଙ୍କୁ ମଧ୍ୟ ଶହିଦ ମାନ୍ୟତା ମିଳିବା ଦରକାର ବୋଲି ଲେଖିଥିଲେ। ତାଙ୍କର ପୋଷ୍ଟକୁ ନେଇ ଗୌହାଟୀ ହାଇକୋର୍ଟର ୨ ଜଣ ଓକିଲ ଉମୀ ଡେକା ଓ କେ.ଗୋସ୍ୱାମୀ ପୋଲିସରେ ଲିଖିତ ଏତଲା ଦେବାରେ ପୋଲିସ ତାଙ୍କୁ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.