ଭାରତରେ ଏହି ସ୍ଥାନରେ ଲୋକେ ଖାଆନ୍ତି ମୂଷା ମାଂସ : ୨୦୦ଟଙ୍କାରେ ହୋଇଥାଏ ବିକ୍ରି

Published By : Prameya-News7 Bureau | December 29, 2018 IST

ବକ୍ସା ୨୯/୧୨: ଆସାମର ବକ୍ସା ଜିଲ୍ଲାରେ ଏକ ସାପ୍ତାହିକ ଗ୍ରାମ୍ୟ ବଜାରରେ ମୂଷା ମାଂସ ଖୁବ୍ ଲୋକପ୍ରିୟ । ମସଲା ଗ୍ରେଭି ସହିତ ପ୍ରସ୍ତୁତ କରାଯାଉଥିବା ଏହି ଖାଦ୍ୟକୁ ରବିବାରର ସ୍ବାଦିଷ୍ଟ ଖାଦ୍ୟ ଭାବରେ ଗଣାଯାଇଥାଏ। ବିକ୍ରେତାଙ୍କ କହିବା ଅନୁଯାୟୀ ଏହି ଖାଦ୍ୟ ଉତ୍ତର-ପୂର୍ବ ଅଞ୍ଚଳରେ କେତେକ ଜନଜାତିଙ୍କ ପାରମ୍ପରିକ ଖାଦ୍ୟ ।ଏହା ବ୍ରଏଲର ଚିକେନ ଭଳି କିଲୋ ପ୍ରତି ୨୦୦ଟଙ୍କାରେ ବିକ୍ରି ହୋଇଥାଏ। ମୂସହର ଜାତିର ଲୋକମାନେ ମୂଷା ମାଂସ ଖାଇଥାନ୍ତି। ଏହି ଲୋକମାନେ ଉତ୍ତର ପ୍ରଦେଶ,ବିହାର ଏବଂ ନେପାଳର କେତେକ ଅଂଶରେ ରହିଥାନ୍ତି। କିନ୍ତୁ ଆସାମର ଏହି ଗାଁର ଲୋକମାନେ ମୂଷା ମାଂସ ଖାଇବାକୁ ଖୁବ୍ ପସନ୍ଦ କରିଥାଆନ୍ତି।

wp:gallery {"ids":[68474]} /wp:gallery

ଗୁଆାହାଟୀରୁ ୯୦କିଲୋମିଟର ଦୂର ଭାରତ –ଭୂଟାନ୍ ସୀମାରେ ଲାଗିଥିବା କୁମାରିକତାରେ ରବିବାର ବଜାରରେ ଲୋକମାନେ ଅନେକ ସଂଖ୍ୟାରେ ନିଜ ପସନ୍ଦର ମୂଷା ମାଂସ କିଣିବାକୁ ଆସିଥାଆନ୍ତି। ରବିବାର ବଜାରରେ ଚିକେନ୍ ଏବଂ ଘୁଷୁରୀ ମାଂସ ପରିବର୍ତ୍ତେ ମୂଷା ମାଂସ ଅଧିକ ବିକ୍ରି ହୋଇଥାଏ। ମୂଷା ବିକୁଥିବା ଜଣେ ଲୋକର କହିବା ଅନୁସାରେ ପଡ଼ୋଶୀ ଜିଲ୍ଲା ନାଲବାଡ଼ୀ ଏବଂ ବାରପେଟା ମାଂସର ପ୍ରଧାନ ସ୍ଥାନ । ସ୍ଥାନୀୟ ଚାଷୀ ଫସଲ କାଟୁଥିବା ସମୟରେ ବାଉଁଶରେ ନିର୍ମିତ ମୂଷା ଯନ୍ତା ସାହାଯ୍ୟରେ ମୂଷାଗୁଡ଼ିକୁ ଧରିଥାନ୍ତି।

wp:gallery {"ids":[68475]} /wp:gallery

ଗୋଟିଏ ମୂଷାର ଓଜନ ୧କିଲୋରୁ ଅଧିକ ହୋଇଥାଏ। ମୂଷାକୁ ଧରିବା ଦ୍ବାରା ଚାଷୀର ଫସଲ କ୍ଷୟ ହେବାରୁ ମଧ୍ୟ ରକ୍ଷା ପାଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.