ଜଳୁଛି ଆସାମ ଓ ତ୍ରିପୁରା – ମୋବାଇଲ୍ ଓ ଇଣ୍ଟରନେଟ୍ ସେବା ଠପ୍

Published By : Prameya-News7 Bureau | December 12, 2019 IST

ନୂଆଦିଲ୍ଲୀ ୧୨।୧୨ -  ନାଗରିକତା ସଂଶୋଧନ ବିଲ୍ ରାଜ୍ୟସଭାରେ ଗୃହୀତ ହେବା ପରେ ଏହାକୁ ନେଇ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଏବେ ଅଶାନ୍ତ । ବିଶେଷକରି ଆସାମ ଏବଂ ତ୍ରିପୁରାରେ ଆନ୍ଦୋଳନ ହିଂସାତ୍ମକ ରୂପ ନେଇଛି । ଗୌହାଟିରେ ଅନିର୍ଦ୍ଧିଷ୍ଟ କାଳ ଲାଗି କର୍ଫ୍ୟୁ ଜାରି କରାଯାଇଛି।  ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସାମରେ ସେନାବହିନୀ ମୂତୟନ ହୋଇଛନ୍ତି । ପୂରା ଠପ୍ ହୋଇପଡିଛି ଆସାମ ଓ ତ୍ରିପୁରା । …

{"id":196807,"sizeSlug":"large"}

ଠପ୍ ହୋଇଯାଇଛି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ । ଜଳୁଛି ଆସାମ ଓ ତ୍ରିପୁରା । ନାଗରିକତା ସଂଶୋଧନ ବିଲ୍ ସଂସଦର ଉଭୟ ଗୃହରେ ପାସ୍ ହେବା ପରେ ପରିସ୍ଥିତି ଅଣାୟତ ହୋଇ ପଡିଛି । ଆନ୍ଦୋଳନ ହିଂସାତ୍ମକ ମୋଡ଼ ନେଇଛି । ଗୌହାଟୀରେ ସମସ୍ତ ସରକାରା ଅଫିସ୍ ବନ୍ଦ ଥିବା ପୋଲିସ ଓ ଆନ୍ଦୋଳନକାରୀମାନେ ବ୍ୟାପକ ପୋଡ଼ାଜଳା କରିଛନ୍ତି।  ସୁରକ୍ଷା କର୍ମୀଙ୍କ ଉପରେ ଟେକା ପଥର ମାଡ କରିଛନ୍ତି ।ଯେଉଁଥିପାଇଁ ଗୌହାଟୀରେ ଗତକାଲିଠାରୁ ଲାଗୁ ହୋଇଥିବା କର୍ଫ୍ୟୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବଢ଼ାଯାଇଛି । ହିଂସାତ୍ମକ କାର୍ଯ୍ୟକଳାପ ୧୦ ଜିଲ୍ଲାକୁ ଡେଇଁଛି । ଗୌହାଟୀ, ଦିବ୍ରୁଗଡ, ଜୋରାହାଟ ଓ ତିନ୍ସୁକିଆ ଜିଲ୍ଲାରେ ଫ୍ଲାଗ୍ ମାର୍ଚ୍ଚ କରିଛି ସେନା  ଛାବୁଆ, ପାଣିତୋଳା ଷ୍ଟେସନ୍ରେ ପ୍ରଦର୍ଶନ କାରୀ ନିଆଁ ଲଗାଇ ଦେଇଛନ୍ତି ।

{"id":196808,"sizeSlug":"large"}

ଆସାମକୁ ରେଳ ଓ ବିମାନଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଛି। ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯାଇଛି ।ଲକ୍ଷ୍ମୀପୁର ଜିଲ୍ଲାରେ ପ୍ରଦର୍ଶନକାରୀ ବିଜେପି ଓ ଏଜିପି ଅଫିସ୍ ଜାଳି ଦେଇଥିବା ବେଳେ ଜଣେ ବିଜେପି ବିଧାୟକଙ୍କ ଘର ଜାଳି ଦେଇଛନ୍ତି । ଏହାରି ଭିତରେ ଗୌହାଟୀ କମିଶନର ଦୀପକ କୁମାରଙ୍କୁ ହଟାଇ ତାଙ୍କ ସ୍ଥାନରେ ମୁନ୍ନା ପ୍ରସାଦଙ୍କୁ କମିଶନର କରାଯାଇଛି । ସେହିଭଳି ୪ ଜଣ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକଙ୍କୁ ବଦଳି କରିଛନ୍ତି ସରକାର ।

{"id":196809,"sizeSlug":"large"}

କେବଳ ଆସାମ ନୁହେଁ ତ୍ରିପୁରାରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଛି । ତ୍ରିପୁରାରେ ଗତକାଲି ଅପରାହ୍ନରୁ ମୋବାଇଲ୍  ଇଣ୍ଟରନେଟ୍  ଓ ଏସଏମ୍ ଏସ ସେବା ବନ୍ଦ ରହିଛି । ତ୍ରିପୁରାରେ ଆସାମ ରାଇଫଲ୍ ଯବାନଙ୍କୁ ମୁତୟନ କରାଯାଇଛି । ସ୍ଥିତି ନିୟନ୍ତ୍ରଣ ପାଇଁ ଆବଶ୍ୟକ ହେଲେ ଅଧିକ ଫୋର୍ସ ମୁତୟନ ହେବେ ।ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଅଧିକ ୫ ହଜାର ଅର୍ଦ୍ଧସାମରିକ ବାହିନୀର ଯବାନ ମୁତୟନ ହୋଇଛନ୍ତି । କାଶ୍ମୀରରୁ ୨୦ କମ୍ପାନି ଯବାନ ଉତ୍ତର ପୂର୍ବକୁ ହିଂସା ନିୟନ୍ତ୍ରଣ ପାଇଁ ପଠାଯାଇଛି ।

{"id":196810,"width":579,"height":362,"sizeSlug":"large"}

ଆସାମ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଶାନ୍ତି ରକ୍ଷା କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି । ଆସାମ ସ୍ଥିତି ଉପରେ କେନ୍ଦ୍ର ଗୃହ ମନ୍ତ୍ରୀ ନଜର ରଖିଛନ୍ତି । ଏଥିପାଇଁ ଆସାମ କ୍ୟାଡରର ଜଣେ ବରିଷ୍ଠ ଅଧିକାରୀ ଜିପି ସିଂଙ୍କୁ ସ୍ଥିତି ଉପରେ ନଜର ରଖିବାକୁ ପଠାଯାଇଛି । ସେପଟେ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ୍ କରି କହିଛନ୍ତି ଆସାମର କୌଣସି ବ୍ୟକ୍ତିଙ୍କର ଅଧିକାର କ୍ଷୁର୍ଣ୍ଣ ହେବନାହିଁ । ନାଗରିକତା ସଂଶୋଧନ ବିଲକୁ ନେଇ ଝାଡଖଣ୍ଡରେ ନିର୍ବାଚନ ପ୍ରଚାର ବେଳେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ପରିସ୍ଥିତିତୁ ଦେଖି କେନ୍ଦ୍ର ଉପରେ ନିଶାନା ସାଧିଛନ୍ତି ବିରୋଧୀ ।

{"id":196811,"sizeSlug":"large"}

୧୯ ଡିସେମ୍ବରରେ ବାମପନ୍ଥୀ ଦଳ ଗୁ଼ଡିକ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଇଛନ୍ତି । CAB ବିରୋଧରେ ନର୍ଥ ଇଷ୍ଟ ଷ୍ଟୁଡେଣ୍ଟସ୍ ୟୁନିଅନ୍ ଓ ପିସ୍ ପାର୍ଟି ସୁପ୍ରିମ୍କୋର୍ଟରେ ଏକ ମାମଲା ଦାଏର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.