ଆସାମରେ ଆହୁରି କଠୋର ହେଲା କଟକଣା: ଟିକା ନେଇନଥିଲେ ସର୍ବସାଧାରଣ ସ୍ଥାନ ମନା

Published By : Prameya-News7 Bureau | January 25, 2022 IST

ନୂଆଦିଲ୍ଲୀ ୨୫/୦୧: କ୍ରମାଗତ ଭାବେ ଦେଶରେ ପଞ୍ଚମ ଦିନରେ ତିନି ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଦେଖିବାକୁ ମିଳିଛି । ଏଥି ସହିତ ଜାତୀୟ ସ୍ତରରେ ସଂକ୍ରମଣ ହାର ୨୦ ପ୍ରତିଶତ ଅତିକ୍ରମ କରିଛି । ତେବେ ଆଶ୍ୱସ୍ତିକର ଖବର ହେଉଛି ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଏବଂ କୋଲକାତା ଏହି ଚାରି ମହାନଗର ନିଗମରେ ତୃତୀୟ ଲହର ଶିଖର ଅତିକ୍ରମ କରିଛି ।

ଦିଲ୍ଲୀରେ ୫ ହଜାରରୁ ଅଧିକ ନୂଆ ମାମଲା ଦୈନିକ ରେକର୍ଡ କରୁଛି । ତେବେ ମୃତ୍ୟୁ ସଂଖ୍ୟାରେ ଏତେ ନଥିଲେ ମଧ୍ୟ ୩୦ ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ସଂକ୍ରମଣ ହାର ୧୧.୭୯ ପ୍ରତିଶତ ଥିଲା । ଏହାରି ଭିତରେ ବଢୁଥିବା ସଂକ୍ରମଣଙ୍କୁ ଦୃଷ୍ଟିରେ ରଖି ଆହୁରି କଠୋର ହୋଇଛନ୍ତି ଆସାମ ସରକାର । ଜାରି କରିଛନ୍ତି ଆଉ ଏକ ନିର୍ଦ୍ଦେଶନାମା ।

ଏଠାରେ ଥିବା ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ବନ୍ଦ କରିବାକୁ ମଧ୍ୟ ସରକାର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଲୋକଙ୍କୁ ସର୍ବସାଧାରଣ ସ୍ଥାନକୁ ଯିବାକୁ ହେଲେ ଟିକାକରଣ ପ୍ରମାଣପତ୍ର ବହନ କରିବାକୁ କୁହାଯାଇଛି । ଅର୍ଥାତ୍ ଯେଉଁମାନେ ଟିକା ନେଇଛନ୍ତି ସେଇମାନେ ହିଁ କେବଳ ସର୍ବସାଧରଣ ସ୍ଥାନକୁ ଯାଇପାରିବେ । ଯେଉଁମାନେ ଟିକା ନେଇନାହିଁନ୍ତି ସେମାନଙ୍କୁ ସର୍ବସାଧାରଣ ସ୍ଥାନ ମନା ।

ସେପଟେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଆଜି ନଅଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଅଧିକାରୀଙ୍କ ସହ କୋଭିଡ -19 ର ସ୍ଥିତି ବିଷୟରେ ଆଲୋଚନା କରିବେ। ସୂଚନାନୁସାରେ, ଏଥି ମଧ୍ୟରେ ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ଦିଲ୍ଲୀ, ଲଦାଖ, ଉତ୍ତରପ୍ରଦେଶ ଏବଂ ଚଣ୍ଡିଗଡ଼ ଅନ୍ତର୍ଭୁକ୍ତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.